BIG NEWS
ଆଗାମୀ ତିନି ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ : ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ୧୧.୨୫% ସଂରକ୍ଷଣକୁ କ୍ୟାବିନେଟର ମଞ୍ଜୁରୀ : ଓଡ଼ିଶା ସରକାରଙ୍କ ଐତିହାସିକ ନିଷ୍ପତି ଏସଇବିସି ବର୍ଗର ଲୋକମାନଙ୍କୁ ସଶକ୍ତ କରିବ- ଧର୍ମେନ୍ଦ୍ର ପ୍ରଧାନ

FMNEWS.IN 15-05-2025
Cabinet approves 11.25% reservation in education for SEBC category students: Odisha government's historic decision will empower SEBC category people - Dharmendra Pradhan

ଭୁବନେଶ୍ୱର :- ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ତଥା ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫% ଆସନ ସଂରକ୍ଷଣ ଦେବା ପାଇଁ ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ମଞ୍ଜୁର ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିବା ସହ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ ଓଡ଼ିଶାର ମୋଟ ଜନସଂଖ୍ୟାର ୫୨%ରୁ ଅଧିକ ହେଉଛନ୍ତି ଏସଇବିସି ବର୍ଗର । ଏହି ଐତିହାସିକ ନିଷ୍ପତି ଏସଇବିସି ବର୍ଗର ଲୋକମାନଙ୍କୁ ସଶକ୍ତ କରିବା ସହ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବ । ଜାତୀୟ ଶିକ୍ଷା ନୀତି ଦୃଷ୍ଟିକୋଣରେ ଏହି ପଦକ୍ଷେପ ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ବଢାଇବା ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ସହାୟକ ହେବ । ଏହି ନୀତି ଶିକ୍ଷାବର୍ଷ ୨୦୨୫-୨୬ରୁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳନ କରାଯିବ । ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବ୍ୟବସ୍ଥା ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚ ମାଧ୍ୟମିକ, ଶିକ୍ଷକ ଶିକ୍ଷା ଓ ବୃତ୍ତିମୂଳକ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବିପିଏଡ ଓ ଏମପିଏଡ ପାଠ୍ୟକ୍ରମରେ ଲାଗୁ କରାଯିବ, ଯାହା ପ୍ରଶଂସନୀୟ ନିଷ୍ପତି ।

ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ମୋଦୀ ସରକାରଙ୍କ ବିଚାର ଓ ଦାର୍ଶନିକ ମତ । ଆମର ସମସ୍ତ କାର୍ଯ୍ୟକ୍ରମ, ଯୋଜନାର ମୂଳ ଲକ୍ଷ୍ୟ ହେଉଛି ସାମାଜିକ ନ୍ୟାୟ । ମୋଦୀ ସରକାର ଅନ୍ୟାନ୍ୟ ପଛୁଆ ବର୍ଗମାନଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେଇଆସୁଛନ୍ତି । ଏସଇବିସି ବର୍ଗର ଲୋକମାନଙ୍କର ସାମାଜିକ ଓ ଆର୍ଥକ ବିକାଶ ପାଇଁ ସଂରକ୍ଷଣ ପ୍ରଦାନ କରିବାକୁ ତତ୍କାଳୀନ ସରକାରଙ୍କ ନିକଟରେ ବାରମ୍ବାର ଦାବି କରିବା ସତ୍ତ୍ୱେ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ନଦେଇ ଅବହେଳିତ କରିଆସୁଥିଲେ । ଆଜି ଦେଶରେ ଯେତେବେଳେ ଜାତିଗତ ଜନଗଣନା ଭଳି ଐତିହାସିକ ନିଷ୍ପତ୍ତିକୁ ମୋଦୀ ସରକାର କ୍ୟାବିନେଟରେ ମଞ୍ଜୁର ଦେଇଛନ୍ତି, ସେଭଳି ସମୟରେ ଓଡ଼ିଶା ସରକାରଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ । ଏହି ଐତିହାସିକ ନିର୍ଣ୍ଣୟ ପାଇଁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଏପ୍ରିଲ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଏସଇବିସି ଓ ଓବିସିଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ଉପରେ ଅବଗତ କରାଇଥିଲେ ।

ଶ୍ରୀ ପ୍ରଧାନ ତତ୍କୀଳୀନ ମୁଖ୍ୟମନ୍ତ୍ରୀଙ୍କୁ ୩୧ ଡିସେମ୍ବର ୨୦୨୦, ୧୫ ଜାନୁଆରୀ ୨୦୨୦ ଏବଂ ୨୫ ଜୁଲାଇ ୨୦୧୯ରେ ଏହି ପ୍ରସଙ୍ଗରେ ତିନି ଥର ପତ୍ର ଲେଖିବା ପରେ ବି ପୂର୍ବ ସରକାର କୌଣସି ତତ୍ପରତା ଦେଖାଇନଥିଲେ ।