ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
(FM News):-- କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଲେ, ବାଲେଶ୍ୱରରେ ଏକ ମୁସଲମାନ ଯୁବକକୁ ସଂଘବଦ୍ଧ ହୋଇ ଯେଭଳି ବାଡେଇ ହତ୍ୟା କଲେ ତାହା ଅତ୍ୟନ୍ତ ବର୍ବାରୋଚିତ l
ଆମ ହିନ୍ଦୁ ଧର୍ମର ମହାନ ଗୁଣକୁ ଏହି ଧର୍ମାନ୍ଧ ମାନେ ତିଳ ତିଳ କରି ହତ୍ୟା କରୁଛନ୍ତି l ବିଜେପି ସରକାର ଆସିଲା ଦିନଠୁ ସଂଖ୍ୟାଲଘୁ, ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି l
କେନ୍ଦ୍ର ଓ ରାଜ୍ୟ ଉଭୟ ବିଜେପି ସରକାର କାହାକୁ ସୁରକ୍ଷା ଦେଇ ପାରିଲା ନାହିଁ l ମନରେଗା ଯୋଜନା ଲୋପକରି ଶ୍ରମିକ ମାନଙ୍କ ଅଧିକାର, ନାରୀଙ୍କୁ ନାୟ, ବିଦ୍ୟାର୍ଥୀଙ୍କୁ ଶିକ୍ଷା, ବେରୋଜଗାରଙ୍କୁ ଚାକିରୀ ଦେବାରେ ଅସଫଳ ହୋଇଛି l
ପୁଣି ସଂଖ୍ୟାଲଘୁଙ୍କ ଉପରେ ଚାଲିଛି ଅକଥନୀୟ ଅତ୍ୟାଚାର l ଓଡ଼ିଶାର ପ୍ରାୟ ସ୍ଥାନରେ ବଙ୍ଗାଳୀ ମୁସଲମାନ ଘର ମିସ୍ତ୍ରୀ ଭାବରେ କାମ କରୁଛନ୍ତି l ବଙ୍ଗାଳୀ କହୁଛନ୍ତି ବୋଲି କଣ ସେମାନେ ବାଂଲାଦେଶୀ କି ? ବିଜେପି ସରକାର ଆସିଲା ପରେ ଗୋମାଂସ ରପ୍ତାନି ବୃଦ୍ଧି ପାଇଛି? କେଉଁ ମାନେ ଏଥିରେ ସଂଶ୍ଲିଷ୍ଠ ଅଛନ୍ତି ? କାହା ଆକାଉଣ୍ଟକୁ ଟଙ୍କା ଆସୁଛି? ଏ ବିଷୟ କାହିଁକି ସରକାର ଯାଞ୍ଚ କରୁନାହିଁ ? ଗାଡିରେ ଗୋ ଚାଲାଣ ହେଊଛି ବୋଲି ଗରିବ ଡ୍ରାଇଭର ଓ ହେଲପରଙ୍କ ଉପରେ ଆକ୍ରମଣ କରିବା କେତେଦୂର ଯୁକ୍ତିଯୁକ୍ତ?
ବାଲେଶ୍ୱରରେ ଗାଡିର ହେଲପର ଶେଖ ମକନ୍ଦର ମହମ୍ମଦ ଉପରେ ସଙ୍ଘବଦ୍ଧ ହୋଇ ଆକ୍ରମଣ କଲେ ଏବଂ ତାକୁ ବାଡେଇ ବାଡେଇ ନିର୍ମମତା ସହ ହତ୍ୟା କଲେ l ଏପର୍ଯ୍ୟନ୍ତ ଅପରାଧୀଙ୍କୁ ପୋଲିସ ଧରିନାହିଁ l ଯେହେତୁ ସରକାର ଏଭଳି ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛି ତେଣୁ ପୋଲିସ ନିଜ ଚାକିରୀ ଯିବା ଭୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ l
ଆମ ହିନ୍ଦୁ ଧର୍ମର ବୈସୁଧେବ କୁଟୁମ୍ବକମ କଥା କହୁଛି କିନ୍ତୁ ବିଜେପି ଏଭଳି ଘଟଣାକୁ ପ୍ରଶ୍ରୟ ଦେଇ ହିନ୍ଦୁ ଧର୍ମକୁ ବିଶ୍ୱରେ ନିନ୍ଦିତ କରୁଛି l
ବାଲେଶ୍ୱର ହତ୍ୟାର ଶିକାର ହୋଇଥିବା ମୁସଲମାନ ବ୍ୟକ୍ତି ଶେଖ ମକରନ୍ଦ ମହମ୍ମଦର ସ୍ତ୍ରୀ ଓ ତିନୋଟି ଛୁଆ ଅଛନ୍ତି l ବର୍ତମାନ ସେମାନେ କିଭଳି ଚଳିବେ? ତାଙ୍କ ଅବସ୍ଥା କେମିତି ହେବ? କେତେ ଦୟନୀୟ ସ୍ଥିତି l ସରକାର ସେଇ ପରିବାରର ପ୍ରତିପୋଷଣ ପାଇଁ କଣ ପଦକ୍ଷେପ ନେଇଛନ୍ତି ? ସମ୍ବଲପୁରରେ ବଙ୍ଗାଳୀ ମୁସଲମାନ ଶ୍ରମିକଙ୍କ ହତ୍ୟା ହେଲା, ଗଞ୍ଜାମରେ ଦଳିତଙ୍କ ଉପରେ ଅମାନବୀୟ ଅତ୍ୟାଚାର ହେଲା କିନ୍ତୁ ସରକାରଙ୍କ ସାମାନ୍ୟତମ ମାନବୀୟତା ନାହିଁ l କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି l
ଏଭଳି ଧର୍ମାନ୍ଧ ଅପରାଧୀ ବିଜେପି ସରକାରଙ୍କ ଗେଲ୍ହାପୁଅ ହୋଇଛନ୍ତି l
ପ୍ରଦେଶ କଂଗ୍ରେସ ସରକାରଙ୍କୁ ଅପିଲ କରୁଛି ବାଲେଶ୍ୱର ଘଟଣାରେ ଜଡିତ ସମସ୍ତ ଅପରାଧୀଙ୍କୁ ଅବିଳମ୍ବେ ଗିରଫ କରି ଉଚିତ ଦଣ୍ଡବିଧାନର ବ୍ୟବସ୍ଥା କରାଯାଉ ବୋଲି ସଭାପତି ଶ୍ରୀ ଦାସ ସରକାରଙ୍କ ଠାରେ ଦାବୀ କରିଛନ୍ତି l
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ଏବଂ ମୁଖପାତ୍ର ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ l