- ପ୍ରବଳରୁ ଅତିପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ବୌଦ୍ଧ ଓ ଝାରସୁଗୁଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ :୧୮ ଓ ୧୯ ତାରିଖରେ ରାଜ୍ୟରେ ଗ୍ର...
- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ
- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ, ଜିଲ୍ଲା ବିଜେପିର ଶୋକ
- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ: ମୁଖ୍ୟମନ୍ତ୍ରୀଙ୍କ ଶୋକ
- ସୁପ୍ରିମକୋର୍ଟର ନୂଆ ବିଚାରପତି ହେଲେ ଜୋୟମାଲା ବାଗଚି, ଶପଥ ପାଠ କରାଇଲେ ପ୍ରଧାନ ବିଚାରପତି
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ମାସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ସଡକ ଦୁର୍ଘଟଣା କମାଇବା ସହିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ସଂପର୍କରେ ଆଲୋଚନା ବ୍ୟାପକ ସଚେତନତା, ଚଢଉ, ସଡ଼କ ଇଂନିୟରିଂ ଯାଞ୍ଚ ଏବଂ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଉପରେ ଗୁରୁତ୍ଵ
ଭୁବନେଶ୍ବର, 01 ଜାନୁଆରୀ - ୨୦୨୫ ଜାନୁଆରୀ ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ମାସେ ବ୍ୟାପୀ ସଡ଼କ ସୁରକ୍ଷା ମାସ ପାଳନ କରାଯିବା ପରିପ୍ରେକ୍ଷୀରେ ଗତକାଲି ମଙ୍ଗଳବାର ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥି ବା ବେଳେ ଏ ବର୍ଷ ସଚେତନତା ଓ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜ ପଥ ମନ୍ତ୍ରାଳୟ ସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ସଡ଼କ ସୁରକ୍ଷା ମାସ ପାଳନ କରାଯିବା ନିମନ୍ତେ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇଛି । ଅନୁଷ୍ଠିତ ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିବା ବେଳେ ଲୋକସେବା ଭବନରେ ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆଙ୍କ ସମେତ ପୁଲିସ୍ ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ପରିବହନ କମିଶନର ତଥା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଶ୍ରୀ ଅମିତାଭ ଠାକୁରଙ୍କ ସମେତ ପରିବହନ
ବିଭାଗର ଅନ୍ୟ ପଦାଧିକାରୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ବତୀ ଏସ୍ , ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ସଡକ ଦୁର୍ଘଟଣା କମାଇବା ସହିତ ଏବଂ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବାକୁ ଗୁରୁତ୍ଵ ଦିଆଯାଇଥିଲା ।
ଦେଖାଯାଇଛି ଯେ, ଗତ ୧୦ ବର୍ଷରେ ସଡ଼କ ଦୁର୍ଘଟଣାରେ ଓଡ଼ିଶାରେ ୪୭,୦୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ପ୍ରତିବର୍ଷ ପାଖାପାଖୁ ୫ ହଜାର ଜଣଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣହାନୀ ଘଟୁଛି । ପୃଥିତବୀରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ସଂଖ୍ୟା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟାଠାରୁ ଅଧିାକ ବୋଲି ଏକ ସର୍ବେକ୍ଷଣରୁ ଜଣାଯାଇଛି । ଦୃତ ବେଗରେ ଗାଡ଼ି ଚଳାଇବା, ମାଦକ ଦ୍ରବ୍ୟ ସେବନ, ଭୁଲ ରାସ୍ତାରେ ଏବଂ ଟ୍ରାଫିକ ଟ୍ରାଫିକ୍ ନିୟମ ନ ମାନି ଗାଡ଼ି ଚଳାଇବା ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ହେଉଛି ।
ରାଜ୍ୟ ସରକାରଙ୍କ ତରଫରୁ ବର୍ଷ ସାରା ସଡ଼କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିକବା ବେଳେ ଏହି ମାସରେ ସଚେତନତା କାର୍ଯ୍ୟକୁ ବ୍ୟାପକ କରାଯିବାକୁ ଆଲୋଚନା କରାଯାଇଛି । ସଡ଼କ ସୁରକ୍ଷା, ପରିବାର ରକ୍ଷା, ସୁରକ୍ଷିତ ଭାବେ ଘରକୁ ଫେରିବା ଚଳିତ ବର୍ଷ ସଡ଼କ ସୁରକ୍ଷା ମାସ ପାଳନର ପ୍ରମୁଖ ଅଭିଯାନ ହେବ । ସଡ଼କ ସୁରକ୍ଷା ପ୍ରସଙ୍ଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ସମସ୍ତ ଅଂଶୀଦାରମାନେ ଏହି ଅଭିଯାନରେ ସାମିଲ ହୋଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ଉଦ୍ଦେଶ୍ୟ ରହିଛି । ଏଥ୍ ପାଇଁ ସମସ୍ତ ଆଂଚଳିକ ପରିବହନ ଅଧିକାରୀମାନଙ୍କୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ପାଇଁ ପାଣ୍ଠି ଦିଆଯାଇଛି । ଜିଲ୍ଲା ସଡ଼କ ସୁରକ୍ଷା ସମିତି ସହାୟତାରେ ସବୁ ଜିଲ୍ଲାରେ ସଡକ ସୁରକ୍ଷା ସଚେତନତା ରଥ ପରିକ୍ରମା କରିବ । ସେଥ୍ରେ ଏଲଇଡି ବା ଟିଭି ମାଧ୍ୟମରେ ସଡ଼କ ସୁରକ୍ଷା ସଚେତନତା ସଂପର୍କିତ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହେବ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ପାଇଁ ସଡ଼କ ସୁରକ୍ଷା ସଂପର୍କିତ ସ୍ଲୋଗାନ, ପେଣ୍ଟିଂ, କୁଇଜ୍ ଆଦି ପ୍ରତିଯୋଗିତା ଯଥା ଇତ୍ୟାଦି ଅନୁଷ୍ଠିତ ହେବ । ବିଭିନ୍ନ ପିକନିକ୍ , ପର୍ଯ୍ୟଟନ ସ୍ଥଳ ଓ ଦର୍ଶନୀୟ ସ୍ଥାନରେ ସଡ଼କ ସୁରକ୍ଷା ବାର୍ତ୍ତା ଦର୍ଶାଉଥି ବା ବ୍ୟାନର ଲଗାଯିବା ସହ ପ୍ରଚାରପତ୍ର ବଣ୍ଟାଯିବ ।
ଅନ୍ୟ ପକ୍ଷରେ ସଡ଼କ ସୁରକ୍ଷା ନିୟମ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ପାଇଁ ପୁଲିସ ବିଭାଗ ସହଯୋଗରେ ମିଳିତ ଭାବେ ସ୍ବତନ୍ତ୍ର ଅଭିଯାନରେ ଚଢ଼ଉ କରାଯିବ। ସମ୍ବେଦନଶୀଳ ସ୍ଥାନରେ ତଥା ଆବଶ୍ୟକ ରହୁଥି୍ବା ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ସଡ଼କ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ। ବେଆଇନ ଭାବେ ରାଜପଥରେ ପାକିଂ କରିଥିବା ଗାଢିକୁ ତୁରନ୍ତ ହଟାଯିବ । ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ଗାଡ଼ି ଚାଳକମାନଙ୍କୁ ଛାତ୍ର ଟ୍ରାଫିକ୍ ସ୍ୱେଚ୍ଛାସେବୀ(ଷ୍ଟୁଡେଣ୍ଟ ଟ୍ରାଫିକ୍ ଭଲ୍ୟୁଣ୍ଟିୟର ) ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦ୍ଵାରା ପରାମର୍ଶ ଦିଆଯିବ । ବିଶେଷ କରି ପିକ୍ନିକ୍ ସ୍ଥାନରେ ଓ ଦର୍ଶନୀୟ ସ୍ଥଳରେ ଏନ୍ଫୋର୍ସମେଣ୍ଟ ଦଳ ମୁତୟନ ରହିବେ । ଗୁରୁତ୍ବପୂର୍ଣ୍ଣ ପିକ୍ନିକ୍ ସ୍କଟ୍ ଗୁଡିକରେ ପ୍ରବେଶ ଓ ପ୍ରସ୍ଥାନ ପଥରେ ମଦୁଆ ଡ୍ରାଇଭରମାନଙ୍କ ପ୍ରତି ନଜର ରଖୁବା ପାଇଁ ପୁଲିସ ମୁତୟନ ରହିବେ ।
ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ନିଜ ଜିଲ୍ଲାର ସଡ଼କ ଦୁର୍ଘଟଣା ସ୍ଥିତି, କାରଣ ଓ ସେଥିୟପାଇଁ ନିଆଯାଉଥିବା ପ୍ରତିକାରାତ୍ମକ ପଦକ୍ଷେପ ସଂପର୍କରେ ଅବଗତ କରିଥିଲେ । ବିଭିନ୍ନ ପଦକ୍ଷେପ ନିଆଯାଇ ବିଭିନ୍ନ ଜିଲ୍ଲାରେ ସଡକ ଦୁର୍ଘଟଣାକୁ କମାଇବା, ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର ହ୍ରାସ କରିବା, କମ୍ ବୟସ ପିଲାମାନଙ୍କୁ ଡ୍ରାଇଭିଂରୁ ନିବୃତ୍ତ କରାଇବା, ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା, ସଡ଼କ ନିୟମ ନମାନି ଗାଡି ଚଳାଇବା ଯୋଗୁଁ କିପରି ଜୀବନ ହାନି ଘଟି ସମାଜର କ୍ଷତି ଘଟିବା ସଙ୍ଗେ ସଙ୍ଗେ ପରିବାର ପାଇଁ ଦୁଃଖର କାରଣ
ହେଉଛି, ସେଥିରପାଇଁ ଭାରତ ସରକାରଙ୍କ ତରଫରୁ ରହିଥିଗବା ସଡ଼କ ସୁରକ୍ଷା ଅଭିଯାନ ପର୍ବାହ ଭାବପ୍ରବଣ ଅଭିଯାନ ମାଧ୍ୟମରେ ସଚେତନତାକୁ ବ୍ୟାପକ କରିବାକୁ ଗୁରୁତ୍ବ ଦିଆଯାଇଛି ।