Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ରାଜଧାନୀରୁ ପିଲା ଚୋରି
FMNEWS.IN
13-04-2025
ଭୁବନେଶ୍ୱର, 13 ଏପ୍ରିଲ୍ :- ରାଜଧାନୀରୁ ପିଲା ଚୋରି। ରାମ ମନ୍ଦିର ସମୁଖରୁ ରାତି ଅଧରେ ଛୁଆ ଚୋରି ହୋଇଛି । ଅନ୍ଧୁଣି ମାଆ ଖାରବେଳ ନଗର ଥାନାରେ ଗୁହାରି କରିଛି । ରାତି 2ଟା ସମୟରେ ଦେଢ଼ ବର୍ଷର ପୁଅକୁ କିଏ ନେଇ ଯାଇଥିବା ଅଭିଯୋଗ କରୁଛନ୍ତି ଜୟନ୍ତୀ ମଲ୍ଲିକ। ଜୟନ୍ତୀ ରାମ ମନ୍ଦିର ସମୁଖରେ ଭିକ ମାଗି ଚଳନ୍ତି। ଜୟନ୍ତୀଙ୍କ ଦୁଇଟି ଛୁଆ ଗୋଟିଏ ଝିଅ 7 ବର୍ଷ ର ଗୋଟିଏ ପୁଅ ଦେଢ଼ ବର୍ଷର । ଗତକାଲି କେହି ଜଣେ ଯୁବକ ରାତି ଅଧରେ ଆସି ଜୟନ୍ତୀଙ୍କ ଦେଢ଼ ବର୍ଷର ପୁଅ ଶୁଭମଙ୍କୁ ନେଇ କି ପଳାଇଥିବାର ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ପରେ ଖାରବେଳ ନାଗର ଥାନା ଘଟଣାର ଛାନଭିନ କରୁଛି ।