- ବଳଙ୍ଗା ପୋଡ଼ି ଘଟଣାକ୍ରମ: ଦାୟୀ କିଏ?
- ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଅପରାଧୀଙ୍କୁ କ୍ଲିନଚିଟ୍ ରାଜ୍ୟ ବିଜେପି ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବ...
- ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ : ଭକ୍ତ ଚରଣ ଦାସ
- ବିବାଦୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ଦାବୀ କଲା କଂଗ୍ରେସ
- ମୁଖ୍ୟମନ୍ତ୍ରୀଙ୍କ ସଭାରେ ସାମ୍ବାଦିକଙ୍କୁ ମାଡ଼ରୁ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଅନୁମେୟ: ଭକ୍ତ ଦାସ୍
ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଅପରାଧୀଙ୍କୁ କ୍ଲିନଚିଟ୍ ରାଜ୍ୟ ବିଜେପି ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

ଦିଲ୍ଲୀ/ ଭୁବନେଶ୍ୱର : ଓଡ଼ିଶାର ପୁରୀ ଜିଲ୍ଲା ବଳଙ୍ଗାରେ ଜଣେ ୧୫ ବର୍ଷୀୟା ନାବାଳିକାକୁ ତିନି ଜଣ ଦୁବୃର୍ତ୍ତ ଅପହରଣ କରି ଜୀବନ୍ତ ପୋଡ଼ିଦେଲେ । ପୁରୀରୁ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ ଅଣା ଯାଇଥିଲା ତା ଜୀବନ ବଞ୍ଚାଇବା ପାଇଁ। କିନ୍ତୁ ଗତକାଲି ରାତିରେ ଦିଲ୍ଲୀ ଏମ୍ସରେ ପୀଡିତା ନାବାଳିକା ଶେଷ ନିଶ୍ବାସ ତ୍ୟାଗ କରିଛି । ଜୁଲାଇ ୧୯ ତାରିଖ ଘଟଣା ଦିନରୁ ଆଜି ଯାଏ ଆମେ ପଚାରି ଆସୁଛୁ ସେ ତିନି ଅଭିଯୁକ୍ତ ଗଲେ କୁଆଡେ । ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆମେ ଦାବି କରି ଆସୁଥିବା ବେଳେ କୁହାଯାଉଛି କି ନାବାଳିକାକୁ ପୋଡ଼ିବାରେ କାହାର ହାତ ନାହିଁ, କେହି ଏଥିରେ ଅଭିଯୁକ୍ତ ନୁହନ୍ତି। ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଜେପି ସରକାର ଅପରାଧୀଙ୍କୁ ଧରିବାରେ ବିଫଳ ହେଲେ। କିନ୍ତୁ ୧୫ ବର୍ଷର ନାବାଳିକା ଉପରେ ଦୋଷ ଲଦୁଛନ୍ତି। ପରୋକ୍ଷରେ ଝିଅଟି ନିଜେ ନିଜକୁ ଜାଳିଦେଲା ବୋଲି କହୁଛନ୍ତି। ପୋଲିସ କହିଛି ଏ ଘଟଣାରେ କୌଣସି ବ୍ୟକ୍ତି ସାମିଲ ନାହାନ୍ତି । ଆମେ ନାବାଳିକାକୁ ଭେଟିବା ପାଇଁ ଅନେକ ଉଦ୍ୟମ କଲୁ । କିନ୍ତୁ ଭେଟିବାକୁ ଦେଲେ ନାହିଁ । ମୁଁ ଓ ମୋ ସହଯୋଗୀ ମାନେ ସଂସଦ ଘେରାଉ କଲୁ ଆମକୁ ପୋଲିସ ଆଠ ଘଣ୍ଟା ଅଟକ ରଖିଲେ । ଆମର ସ୍ୱରକୁ ଚାପିବାକୁ ଉଦ୍ୟମ କରାଯାଇଛି । ସେମିତି ଓଡ଼ିଶାର ସୌମ୍ୟାଶ୍ରୀ ବି ସରକାରଙ୍କୁ ଗୁହାରୀ କରି ,ନ୍ୟାୟ ମାଗି ମାଗି ଶେଷରେ ନିରାଶ ହେଇ ନିଜକୁ ନିଆଁ ଲଗାଇ ଜଳିଗଲା। ଆଉ ଆଜି ବଳଙ୍ଗା ପୀଡ଼ିତା ବି ମରିଗଲା ହସ୍ପିଟାଲରେ ବେଡରେ ପଡ଼ି ନ୍ୟାୟ ମାଗି ମାଗି । ୨୩ ତାରିଖରେ ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କୁ ଭେଟିବାକୁ ଚାହିଁଥିଲି । କିନ୍ତୁ ମୋତେ ପୋଲିସ ଘରେ ଅଟକ ରଖିଲା।ବିଜେପି ଶାସିତ ରାଜ୍ୟରେ ଆଜି ସମସ୍ତେ ଅସୁରକ୍ଷିତ । ଦୋଷୀଙ୍କୁ ସୁରକ୍ଷା ଦେଉଛନ୍ତି ବିଜେପି ସରକାର । ତେଣୁ ମହିଳା ମାନଙ୍କୁ ନ୍ୟାୟ ଦେବା ପାଇଁ ବିଧାନସଭା ଆଗରେ ନ୍ୟାୟ ମାର୍ଚ୍ଚ କରିବ ମହିଳା କଂଗ୍ରେସ ବୋଲି ଆଜି ନୂଆଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟ ଇନ୍ଦିରା ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅଖିଳ ଭାରତ ମହିଳା କଂଗେସ ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବା ।
ସେ କହିଛନ୍ତି,ପୀଡ଼ିତାଙ୍କୁ ନ୍ୟାୟ ଓ ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବା ଯାଏଁ ଆମେ ଲଢ଼ିବୁ । ମୁଖ୍ୟମନ୍ତ୍ରୀ ଓଡ଼ିଶାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କହୁଛନ୍ତି ନାବାଳିକା ନିଜେ ନିଜକୁ ଜଳାଇ ଦେଲା । ମୁଖ୍ୟମନ୍ତ୍ରୀ ଏ କଥା କହି ତିନି ଅଭିଯୁକ୍ତଙ୍କୁ କ୍ଲିନ୍ ଚିଟ ଦେଇ ଦେଲେ । ପୀଡ଼ିତା ପରିବାରଙ୍କୁ ସୁରକ୍ଷା ସହ ଉଚିତ୍ ସହାୟତା ପ୍ରଦାନ କରନ୍ତୁ । ବିଜେପି ସରକାର ଫାଷ୍ଟ ଟ୍ରାକ କୋର୍ଟ ବସାଇ ମାମଲାରେ ଦୋଷୀଙ୍କୁ ଯଥାଶୀଘ୍ର ଦଣ୍ଡ ଦିଅନ୍ତୁ ବୋଲି ଶ୍ରୀମତୀ ଲାମ୍ବା ଦାବି କରିଛନ୍ତି।