Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଓଡ଼ିଶାବାସୀଙ୍କ ସେବା, ପ୍ରଗତି ତଥା ସୌହାର୍ଦ୍ୟ ପାଇଁ ପ୍ରତିବଦ୍ଧ- ରାଜ୍ୟପାଳ
FMNEWS.IN
03-01-2025
ଭୁବନେଶ୍ୱର, 3 ଜାନୁଆରି:- ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ଡ ହରିବାବୁ କମ୍ଭମପତି । ଶପଥ ଗ୍ରହଣ ପରେ ରାଜ୍ୟପାଳ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ଯେ, କାଳାତୀତ ସଂସ୍କୃତି ଏବଂ ସମ୍ମୃଦ୍ଧ ଐତିହର ଭୂମି ଓଡ଼ିଶାର ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କଲି । ଏଠାକାର ଅସାଧାରଣ ଲୋକମାନଙ୍କ ସେବା, ପ୍ରଗତି ତଥା ସୌହାର୍ଦ୍ୟ ପାଇଁ ପ୍ରତିବଦ୍ଧ। ଆସନ୍ତୁ ଆମେ ସମସ୍ତେ ମିଶି ଏକ ଉଜ୍ଜ୍ଵଳ ଭବିଷ୍ୟତ ଗଢ଼ିବାକୁ ଉଦ୍ୟମ କରିବା। ଜୟ ଜଗନ୍ନାଥ ।ବନ୍ଦେ ଉତ୍କଳ ଜନନୀ ।ଜୟ ହିନ୍ଦ ।