- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଜାତି ଜନଗଣନା ହେବା ନିଷ୍ପତି ର କ୍ୟାବିନେଟ୍ ମଞ୍ଜୁରୀ ନେଇ ବିଜୟ ଉତ୍ସବ ପାଳିଲା କଂଗ୍ରେସ
(FM News):--ଆଜି ଜାତି ଜନଗଣନା ହେବ ବୋଲି କ୍ୟାବିନେଟ୍ ରେ ମଞ୍ଝୁରି ପାଇଛି।ଏହି ଜାତି ଜନଗଣନା କରିବା ପାଇଁ ବିରୋଧୀଦଳ ନେତା ତଥା ଜନନାୟକ ରାହୁଲ ଗାନ୍ଧୀ ସଂସଦ ଭିତରେ ଓ ବାହାରେ କ୍ରମାଗତ ଲଢେଇ ଜାରି ରଖିଥିଲେ।ବିଜେପି ଜାତି ଜନଗଣନା ସପକ୍ଷରେ ନଥିଲା।ରାହୁଲ ଗାନ୍ଧୀଙ୍କ ସ୍ୱର, ସଂଗ୍ରାମ ଓ ଆନ୍ଦୋଳନ କେନ୍ଦ୍ରର ମୋଦି ସରକାରଙ୍କ ପ୍ରବଳ ଚାପ ପକାଇଥିଲା।ଯାହାଫଳରେ ଆଜି ବିଜେପି ସରକାର ଜାତିଭିତ୍ତିକ ଜନଗଣନା ପାଇଁ ନିଷ୍ପତି ନେଇଛନ୍ତି।ଜାତି ଜନଗଣନା ପାଇଁ ରାହୁଲ ଗାନ୍ଧୀ ଯେଉଁ ସ୍ୱର ଉତ୍ତୋଳନ କରିଥିଲେ ସାରା ଦେଶବାସୀ ସ୍ୱର ମିଳେଇଛନ୍ତି ବୋଲି ମୋଦି ସରକାର ଅନୁଭବ କଲେ ଏବଂ ରାହୁଲ ଗାନ୍ଧୀଙ୍କ ଦାବିକୁ ଗ୍ରହଣ କଲେ।ଏଥି ସହ ୫୦ ପ୍ରତିଶତରେ ଅଟକି ଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ଗାନ୍ଧୀଙ୍କ ଦାବି ଯଥାର୍ଥ ଏବଂ ଏଥିରେ ନିଷ୍ପେସିତ ,ପୀଡ଼ିତ ଓ ଅବହେଳିତ ଲୋକ ବିକାଶର ସୁଯୋଗ ନେଇପାରିବେ ବୋଲି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ପ୍ରେସ ବିଜ୍ଞପ୍ତି ରେ କହିଛନ୍ତି।
ଏହି ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ମିଷ୍ଟାନ୍ନ ବଣ୍ଟନ ସହ ଏକ ବିଜୟ ଉତ୍ସବ ପାଳନ କରାଯାଇଥିଲା।ଏହି ବିଜୟ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ,ୟାସିର ନୱାଜ୍,ଉଦିତ ପ୍ରଧାନ,ପ୍ରକାଶ ମିଶ୍ର,ସୁଧାଂଶୁ ଦେଓ,ସିଦ୍ଧାର୍ଥ ସ୍ୱରୂପ ଦାଶ,ମିଲନ ପଟ୍ଟନାୟକ,ମହମ୍ମଦ ପରଭେଜ୍,ମିହିର ଆଚାର୍ଯ୍ୟ,ଦେବି ପ୍ରସାଦ ବାହାଲିଆ ପ୍ରମୁଖ ବହୁ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ର କର୍ମକର୍ତ୍ତା ଉପସ୍ଥିତ ଥିଲେ।