- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ରାହୁଲ ଗାନ୍ଧୀଙ୍କ ଜାତିଭିତିକ ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିଥିବାରୁ କଂଗ୍ରେସ ପାଳିଲା ବିଜୟ ଉତ୍ସବ
ଭୁବନେଶ୍ବର ତା. ୧.୫(FM News):-- ଦେଶରେ ଜାତିଭିତିକ ଜନଗଣନା ପାଇଁ ସଂସଦରେ ବିରୋଧୀ ଦଳ ନେତା ତଥା ଆମର ପ୍ରିୟ ନେତା ଶ୍ରୀ ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଦାବି ଆଗରେ କେନ୍ଦ୍ର ସରକାର ଗ୍ରହଣ କରିଥିବାରୁ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ଏହି ଉପଲକ୍ଷେ କଂଗ୍ରେସ ଭବନ ପରିସରରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ନେତୃବର୍ଗ ଓ କର୍ମୀଙ୍କ ଉପସ୍ଥିତିରେ ରାହୁଲ ଗାନ୍ଧୀଙ୍କ ଫଟୋଚିତ୍ରରେ କ୍ଷୀର ଓ ପୁଷ୍ପ ଦେଇ ସମ୍ମାନ ଜଣାଇଥିଲେ । କଂଗ୍ରେସ ଭବନରେ ଏହି ଉତ୍ସବକୁ ବାଦ୍ୟ ଓ ବାଣ ଫୁଟାଇ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇ କର୍ମୀମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ଏହି ଅବସରରେ ପିସିସି ସଭାପତି ଶ୍ରୀ ଦାସ କହିଲେ ଯେ ଜାତି ଜନଗଣନା କରିବାପାଇଁ ବିରୋଧ ଦଳ ନେତା ତଥା ଜନନାୟକ ରାହୁଲ ଗାନ୍ଧୀ ସଂସଦରେ କ୍ରମାଗତ ଭାବେ ଦାବି କରିବା ଫଳରେ କେନ୍ଦ୍ର ସରକାର ଜାତିଭିଭିକ ଜନଗଣନା କରିବାପାଇଁ ନିଷ୍ପତି ନେଇଛନ୍ତି । ଆଜି ସତ୍ୟର ବିଜୟ ହୋଇଛି। ଦଳିତ ଆଦିବାସୀ ପଛୁଆବର୍ଗ ଓ ବହୁ ପଛୁଆବର୍ଗ ମାନଙ୍କର ମଧ୍ୟ ବିଜୟ ହୋଇଛି। ଯେତେବେଳେ ରାହୁଲ ଗାନ୍ଧୀ ସଂସଦରେ ଜାତି ଜନଗଣନା ନେଇ ଦାବି ରଖୁଥିଲେ ସେତେବେଳେ ବିଜେପି ନେତାମାନେ ତାତ୍ସଲ୍ୟ କରିବା ସହିତ କଙ୍କୁ ସମାଲୋଚନା କରୁଥିଲେ । ଏବେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ମୁଣ୍ଡ ନୁଆଁଇବା ପାଇଁ ବାଧ୍ୟ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ସ୍ବର ସଂଗ୍ରାମ ଓ ଆନ୍ଦୋଳନ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ପ୍ରବଳ ଚାପ ପକାଇଥିଲା । ଯାହାଫଳରେ ବିଜେପି ସରକାର ଜାତି ଭିତିକ ଜନଗଣନା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆମେ ଓଡ଼ିଶା କଂଗ୍ରେସ ସହ ରାଜ୍ୟର ଦଳିତ, ଆଦିବାସୀ ଓ ପଛୁଆବର୍ଗର ଜନତାଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ। ଏହା କଂଗ୍ରେସ ଦଳର ବିଜୟ ଏବଂ ସରକାରଙ୍କର ଜାତିଗଣନା ନିଷ୍ପତିକୁ ଆମେ ସ୍ବାଗତ କରୁଛୁ ।
ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ଅମର ପ୍ରଧାନ, ରାମଚନ୍ଦ୍ର ଖୁଣ୍ଟିଆ, ବିଶ୍ବଜିତ ଦାଶ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ଦେବାଶିଷ ପଟ୍ଟନାୟକ, ପ୍ରକାଶ ଜେନା, ସୁଦର୍ଶନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ରଣଜିତ ପାତ୍ର, ୟାସିର ନୱାଜ, ଉଦିତ ପ୍ରଧାନ, ରଜନୀ ମହାନ୍ତି, ହଳଧର ସେଠୀ, ନିଶିକାନ୍ତ ମିଶ୍ର, ଜିଆଉଲ ହକ, ମନୋଜ ସି, ସୁଧାଂଶୁ ଦେଓ, ମହମ୍ମଦ ଇମଦାଦ, ସୁଶାନ୍ତ ତ୍ରିପାଠୀ, ଅଭୟ ସାହୁ, ସୁବ୍ରତ ମହାପାତ୍ର, ମୋହନ ଜେନା, ପ୍ରକାଶ ମିଶ୍ର, ପ୍ରଦୀପ୍ତ ଦାସ, ହିଂମାଶୁ ଲେଙ୍କା, ସତ୍ୟବ୍ରତ ନାୟକ, ତରୁଣ ମିଶ୍ର, ମିହିର ଆଚାର୍ଯ୍ୟ, ଶ୍ରୀୟାସ୍ମିତା ପଣ୍ଡା, ସୋନାଲି ସାହୁ, ନିରୁପମା ପାତ୍ର, ସନ୍ତୋଷ ଜେନା, ନଜିବୁର ରହମନଖାନ, ଅନିମା ମିଞ୍ଜ, ଦୀପକ ମହାପାତ୍ର, ଶ୍ରୀୟା ମହାନ୍ତି, ଶ୍ରୀନାଥ ମିଶ୍ର, କୁସୁମ ପ୍ରଧାନ, ପୁଷିତା ଦାସ, ମନୀଷାଦାସ ପଟ୍ଟନାୟକ, ପ୍ରଶାନ୍ତ ଚମ୍ପତ୍ତି, ନଳିନୀ କାନ୍ତ ନାୟକ, କାର୍ତ୍ତିକେଶ୍ବର କାଣ୍ଡି, ଦେଓ ପ୍ରସାଦ, ମନୋରଞ୍ଜନ ରାଉତରାୟ, ରାଜେଶ ମିଶ୍ର, ସୁଜିତ ମହାପାତ୍ର, ଲଲାଟେନ୍ଦୁ ମହପାତ୍ର, ଦୁର୍ଗା ପାଢ଼ୀ, ବିଜୟ ଦ୍ବିବେଦୀ, ସୁଧାଂଶୁ ମହାନ୍ତି, ସ୍ନେହା ଜେନା, ମଂଟୁ ମଲ୍ଲିକ, ବିରଞ୍ଚୁ ନାରାୟଣ, ତାପସ ସେଠୀ, ମିତ୍ରଭାନୁ ମହାପାତ୍ର, ସୁଶାନ୍ତ ବେହେରା, ବିଜୟ ପ୍ରଧାନ, ଖଗେଶ୍ୱର ମଲ୍ଲିକ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।