- ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ : ଭକ୍ତ ଚରଣ ଦାସ
- ବିବାଦୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ଦାବୀ କଲା କଂଗ୍ରେସ
- ମୁଖ୍ୟମନ୍ତ୍ରୀଙ୍କ ସଭାରେ ସାମ୍ବାଦିକଙ୍କୁ ମାଡ଼ରୁ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଅନୁମେୟ: ଭକ୍ତ ଦାସ୍
- ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ୍ ଭାରତର ଜିଡିପି ଉପରେ ନକାରାତ୍ମକ ପ୍ରଭାବ ପକାଇବ: ବିଶେଷଜ୍ଞ
- ଟ୍ରମ୍ପଙ୍କ ଭାରତ ଉପରେ ୨୫% ଟାରିଫ ଲାଗୁକୁ ନେଇ କଂଗ୍ରେସର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ
ଓଡିଶାରେ ନିରୀହ ଶିଶୁ ଏବଂ ମହିଳା ମାନଙ୍କ ପ୍ରତି ବଢ଼ି ଚାଲିଥିବା ଦୁଷ୍କର୍ମ ଏବଂ ହତ୍ୟା ଭଦ୍ରକରେ କଂଗ୍ରେସର ମଶାଲ ଶୋଭାଯାତ୍ରା

(FMNews):--ମଶାଲ ଶୋଭାଯାତ୍ରାରେ ନେତୃତ୍ୱ ନେଇଛନ୍ତି ଖୋଦ ପିସିସି ସଭାପତି ଭକ୍ତ ଦାସ l ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକ ବ୍ଲକ ଏବଂ ଟାଉନ କଂଗ୍ରେସ ପକ୍ଷରୁ ଏହି ଶୋଭାଯାତ୍ରା ବାହାର କରାଯାଇଛି l କଂଗ୍ରେସ ନେତା ଅସିତ୍ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଭଦ୍ରକ ବନ୍ତ ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ସହର ପରୀକ୍ରମା କରି ଟାଉନ ହଲ ନିକଟରେ ପହଂଚିବା ପରେ ସେଠାରେ କଂଗ୍ରେସ ନେତା ଅସିତ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି l ପ୍ରତିବାଦ ସଭା କୁ ସମ୍ବୋଧିତ କରି ପିସିସି ସଭାପତି କହିଥିଲେ ଯେ ମୋହନ ସରକାର ଙ୍କ ଅମଳରେ ୨୦ ହଜାର ରୁ ଉର୍ଦ୍ଧ ମହିଳା ଏବଂ ଶିଶୁ ନିଖୋଜ ଅଛନ୍ତି, ୧୬ ଶହ ରୁ ଉର୍ଦ୍ଧ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି,୬୦ ରୁ ଉର୍ଦ୍ଧ ଗଣ ଦୁଷ୍କର୍ମ ମାମଲା ନଜର କୁ ଆସିଛି l ଦରଦାମ ବୃଦ୍ଧି ସବୁ ବର୍ଗର ଲୋକଙ୍କୁ ଅତିଷ୍ଟ କରିଛି l ଭଦ୍ରକ ସହରରେ ବର୍ଷ ବର୍ଷ ଧରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କୁ ଉଛେଦ କରାଯାଇ ଥିଲେ ମଧ୍ୟ ଥଇଥାନ କରାଯାଇନାହିଁ, ମୟୁରଭଞ୍ଜ ରେ ଏୟାର ଷ୍ଟ୍ରିପ ନିର୍ମାଣ ଆଳରେ ଶହ ଶହ ଗରିବ ଅଦିବାସୀ ଏବଂ ଜନଜାତି ଲୋକଙ୍କୁ ବିନା ଥଇଥାନ ରେ ଉଛେଦ କରାଯାଇଛି l ସବୁଠାରୁ ବଡ଼ କଥା ହେଲା ରାଜ୍ୟରେ ସର୍ବ ବୃହତ ବିରୋଧୀ ଦଳ ଭାବେ ବିଜେଡି ଏ ବାବଦରେ ନୀରବ ବସିଛି l କଂଗ୍ରେସ ର ଏହି ଜନ ଆନ୍ଦୋଳନ ଆଗକୁ ଭୟଙ୍କର ରୂପ ନେବାକୁ ଯାଉଛି l ମହିଳା ଙ୍କ ସୁରକ୍ଷା ଏବଂ ଅଧିକାର ପାଇଁ ମହିଳା ମାନେ ଆଗକୁ ଆସିବାର ସମୟ ଆସିଛି l ଏବେ ସମଗ୍ର ରାଜ୍ୟର ୩୩୦ ଗୋଟି ସଂଗଠନିକ ବ୍ଲକ ରେ ଏଭଳି ପ୍ରତିବାଦ ଚାଲିଛି l ଚଳିତ ମାସ ୨୧ ତାରିଖ ଦିନ ସମସ୍ତ ଜିଲ୍ଲା ମୁଖ୍ୟ ଦପ୍ତର ଆଗରେ କଂଗ୍ରେସ ପକ୍ଷରୁ ବଡ଼ ଧରଣର ଆନ୍ଦୋଳନ ଏବଂ ପ୍ରତିବାଦ ହେବ ବୋଲି ସେ କହିଥିଲେ l ଏହି ପ୍ରତିବାଦ ଏବଂ ମଶାଲ ଶୋଭାଯାତ୍ରା ରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଟ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ପର୍ଯ୍ୟବେକ୍ଷକ ଜାନକୀ ବଲ୍ଲଭ ପଟ୍ଟନାୟକ, ନଳିନୀ ମହାନ୍ତି, ଙ୍କ ସହିତ, ପିସିସି ନେତା ମାନସ ଚୌଧୁରୀ,ଭଦ୍ରକ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତା ଅସିତ ପଟ୍ଟନାୟକ ଙ୍କ ସହିତ ବ୍ଲକ ଏବଂ ଟାଉନ କଂଗ୍ରେସ ର ବହୁ ଛାମୁଆ ନେତା ଯୋଗ ଦେଇ ଜୋରଦାର ପ୍ରତିବାଦ କରିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଏଥିପାଇଁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।