- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ଜିଲା କଂଗ୍ରେସ କମିଟି ପକ୍ଷରୁ ମନରେଗା ବଂଚାଅକୁ ନେଇ ଦିନିକିଆ ଉପବାସ ଓ ସାଙ୍କେତିକ ପ୍ରତିବାଦ
ଭଦ୍ରକ, ୧୧ ଜାନୁଆରୀ - ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନଳିନୀ କାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ମନରେଗା ବଂଚାଅ ସଂଗ୍ରାମ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖି ଦିନିକିଆ ଉପବାସ ଓ ସାଙ୍କେତିକ ପ୍ରତିବାଦ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ,ଟାଉନ୍ ସଭାପତି ମୋକିତ୍ ଖାନ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ପୀତବାସ ଧଳ, ଦଳିତ ସେଲ ରାଜ୍ୟ ସାଧାରଣ ସମ୍ପାଦକ ରାଜ କିଶୋର ଜେନା, ଆରଜିପିଆରଏସ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ଦାସ, ହରିହର ମଣ୍ଡଳ ଜିଲ୍ଲା ମହିଳା କଂଗ୍ରେସ ଉପସଭାପତି ଶର୍ମିଷ୍ଠା ପଣ୍ଡା, ଭଣ୍ଡାରିପୋଖରୀ ବ୍ଲକ ସଭାପତି ରଜନୀକାନ୍ତ ଚାନ୍ଦ,ଧାମନଗର ବ୍ଲକ ସଭାପତି ରମେଶ ବେହେରା, ବନ୍ତ ବ୍ଲକ ସଭାପତି ରାଜକିଶୋର ସ୍ୱାଇଁ,ଜିଲ୍ଲା ଯୁବକଂଗ୍ରେସ କାର୍ଯ୍ୟକାରୀ ସଭାପତି ବଳରାମ ରାଉତ, ଆରଜିପିଆରଏସ ଜିଲ୍ଲା ସଭାପତି ସୁଶାନ୍ତ ବାରିକ,ବିଜୟ ବାରିକ,ଭଦ୍ରକ ନିର୍ବଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଇଲ୍ଲିୟାସ ଖାନ, ସାହିଲ୍ କାଦ୍ରି,ଧାମନଗର ଯୁବ ସଭାପତି ଆଲୋକ ସ୍ୱାଇଁ,ମନୋଜ ମଲ୍ଲିକ, ଦୀନବନ୍ଧୁ ଦାସ, ପବିତ୍ର ପୃଷ୍ଟି,ଜୀତେନ୍ଦ୍ର ପାଣିଗ୍ରାହୀ,ବଳରାମ ପଣ୍ଡା,ହାଡିବନ୍ଧୁ ବିଶ୍ୱାଳ , ସୌଭାଗ୍ୟ ରାଉତ,ନିଲକମଲ୍ ପତି,ପୁର୍ବତନ ସରପଂଚ ମୁସ୍ତାକ ଅଲ୍ଲି ଖାନ, ନିରଞ୍ଜନ ମଲ୍ଲିକ,ଓ ଅନ୍ୟମାନେ ଉପସ୍ଥିତ ଥିଲେ ।