କ୍ଷୀର ଦର୍ ନ ବଢିଲେ ବିଶ୍ୱ ଦୁଗ୍ଧ ଦିବସ ଜୁନ୍ ୧ରେ କ୍ଷୀର ଢାଳି ପ୍ରତିବାଦ କରିବେ ଦୁଗ୍ଧଚାଷୀ - ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ

FMNEWS.IN 22-05-2025
Dairy farmers will protest by spilling milk on World Milk Day, June 1, if milk production is not increased - Odisha Dairy Farmers' Association

(FM News):-- ଗଲା ମାର୍ଚ୍ଚ ମାସରୁ ପ୍ରଗତି ଡାଏରୀ କ୍ଷୀର ଲିଟର ପିଛା ୩ ଟଙ୍କା ୫୦ପଇସା, ମିଲ୍କ ମୁଁ ୩ ଟଙ୍କା ଓ ଅମୁଲ୍ ୩ଟଙ୍କା ୫୦ ପଇସା ବଢାଇ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଲିଟର ପିଛା ୪୦ ଟଙ୍କା (ପ୍ରଗତି) ୩୯ଟଙ୍କା (ମିଲ୍କମୁଁ) ଓ ୪୩ ଟଙ୍କା ୫୦ପଇସା (ଅମୁଲ) ଦେଉଥିବା ବେଳେ ଓମ୍ଫେଡ୍ କିନ୍ତୁ ଦୁଗ୍ଧ ଚାଷୀଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଛି ବୋଲି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଅଭିଯୋଗ କରିଛି । ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରା ଆଜି ଏକ ପ୍ରେସ୍ ବିବୃିରେ କହିଛନ୍ତି ଯେ, ଗତ ମାର୍ଚ୍ଚ ମାସ ୨୮ ତାରିଖ ଦିନ ପ୍ରାଣୀ ସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳା ନନ୍ଦ ମଲ୍ଲିକଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ଏକ ୫ଜଣିଆ ପ୍ରତିନିଧି ଦଳ ଦୁଗ୍ଧ ମୂଲ୍ୟ ବୃଦ୍ଧି କରିବାକୁ ଆଲୋଚନା କରିଥିଲେ । ମାନ୍ୟବର ମନ୍ତ୍ରୀ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ସହିତ ଆଲୋଚନା କରି ବିଧାନସଭା ପରେ ଚାଷୀଙ୍କ ସପକ୍ଷରେ ନିଷ୍ପି ନେବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ । ମାସେ ଅପେକ୍ଷା କଲାପରେ ପୁନଶ୍ଚ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଓମ୍ଫେଡ୍ର ପରିଚାଳନା ନିଦେ୍ର୍ଦଶକ ଙ୍କ ସହିତ ଏପ୍ରିଲ୍ ୨୯ ତାରିଖ ଦିନ ଓମ୍ଫେଡ୍ କାର୍ଯ୍ୟାଳୟରେ ମଧ୍ୟ ଓମ୍ଫେଡ୍ ଦୁଗ୍ଧ ମୂଲ୍ୟ ବୃଦ୍ଧି ଓ ଅନ୍ୟାନ୍ୟ ଦାବି ନେଇ ଆଲୋଚନା କରିଥିଲେ । ପରିଚାଳନା ନିଦେ୍ର୍ଦଶକ ଚାଷୀ ସମସ୍ୟା ସହିତ ଏକମତ ହୋଇ ଏ ଦିଗରେ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁଃଖର କଥା ମନ୍ତ୍ରୀଙ୍କ ସହିତ ଆଲୋଚନା ହେବା ପାଖା ପାଖି ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଓମ୍ଫେଡ୍ ପକ୍ଷରୁ ଦୁଗ୍ଧମୂଲ୍ୟ ବୃଦ୍ଧି ନେଇ କୌଣସି ନିଦେ୍ର୍ଦଶନାମା ପ୍ରକାଶ ପାଇଲା ନାହିଁ, ଯାହା ଚାଷୀ ମହଲରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି । ଆଗାମୀ ୭ ଦିନ ଭିତରେ ଯଦି ଦୁଗ୍ଧ ଲିଟର ବୃଦ୍ଧି ନେଇ ଓମ୍ଫେଡ୍ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିିଆ ନଯାଏ, ତାହେଲେ ବାଧ୍ୟହୋଇ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଜୁନ୍ ୧ ତାରିଖ ବିଶ୍ୱ ଦୁଗ୍ଧ ଦିବସ ଦିନ ରାଜରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରାଯିବ ବୋଲି କୁହାଯାଇଛି । ଏଠାରେ ଉଲ୍ଲେଖଥାଉକି, ରାଜ୍ୟରେ ପାଖାପାଖି ୩ଲକ୍ଷ ପରିବାର ଓମ୍ଫେଡ୍ ସହିତ ଅନୁବନ୍ଧିତ ହୋଇ କ୍ଷୀର ଦେଇ ଆସୁଛନ୍ତି ା କିନ୍ତୁ ଆଜିର ଏହି ମହଙ୍ଗା ଯୁଗରେ ଦିନକୁ ଦିନ ଗୋଖାଦ୍ୟ ଓ ଗାଈ ଗୋରୁଙ୍କ ପାଇଁ ଔଷଧ, ଇଂଜେକ୍ସନର ଦାମ୍ ହୁ ହୁ ହୋଇ ବଢୁଥିଲା ବେଳେ ସରକାର ଦୁଗ୍ଧ ଦାମ୍ ନ ବଢ଼ାଇବା ବିଡ଼ମ୍ବନା ବିଷୟ ବୋଲି ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆ ଓ ଦୁଗ୍ଧଚାଷୀମାନଙ୍କ ପକ୍ଷରୁ ଜଗତ୍ସିଂହପୁରରୁ ଗୌରାଙ୍ଗ ରାଉତ, ଗୋପୀନାଥ ବାରିକ, ରୁଦ୍ର ପ୍ରସାଦ ମହାନ୍ତି, ଶମ୍ଭୁନାଥ ସେଠୀ, ଧିରେନ୍ଦ୍ର ଡାଳୁଆ, ରାଜ୍ୟପି୍ରୟ ଦାସ, କଟକ ଜିଲ୍ଲାରୁ ନରୋମ ମହାନ୍ତି, ଇନ୍ଦ୍ରମଣି ରାଉତ, କେନ୍ଦ୍ରାପଡ଼ାରୁ ମମତା ନାୟକ, ବିଭୂପ୍ରସାଦ ବେହେରା, ପୁରୀ ଜିଲ୍ଲାରୁ ଦ୍ୱିଜବର ପରିଡ଼ା, ମୁକ୍ତିପ୍ରସାଦ ମିଶ୍ର ଓ ସରୋଜ ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖଥାଉକି ଯେଉଁ ଚୁନି ଚୋକଡକୁ ଓ କୁଣ୍ଡାକୁ ଚାଷୀମାନେ ଯଥାକ୍ରମେ ୯ଶହ ଟଙ୍କା ଦେଇ କିଣୁଥିଲେ ତାହା ଏବେ ୧୪୦୦ ଟଙ୍କା, ୧୩୭୦ ଟଙ୍କା ଓ ୩୦୦ ଟଙ୍କାରେ ପହଲାଣି । ଏଭଳି କି ନଡ଼ା ଭରଣଟା ୧୫୦୦ ଟଙ୍କା ହେଲାଣି । କିନ୍ତୁ ସମାନୁପାତିକ ଘଟଣାରେ ଚାଷୀଙ୍କ ପାଇଁ କ୍ଷୀର ମୂଲ୍ୟ ବଢୁନାହିଁ । ଫଳରେ ଦୁଗ୍ଧଚାଷୀମାନେ ଆଜିର କ୍ରମବର୍ଦ୍ଧିଷ୍ଣୁ ବଜାର ଦର ସମୟରେ ନିଜର ଗୁଜୁରାଣ ମୋଇବା କଷ୍ଟକର ହୋଇପଡିଛି । ସରକାରଙ୍କର ଏକ ବର୍ଷ ର୍ପୂି ପୂରଣ ପୂର୍ବରୁ ଦୁଗ୍ଧ ଚାଷୀମାନଙ୍କର ସମସ୍ୟା ସମାଧାନ କରବା ପାଇଁ ମହାସଂଘ ଦାବି କରିଛି ।