ଡାଲମିଆ ସିମେଟ ଦୁର୍ଘଟଣାରେ ୩ ଶ୍ରମିକଙ୍କ ମୃତ୍ୟୁ ଓ ଅନେକ ନିଖୋଜ ମାମଲାକୁ୯ ଦିନ ବିତିଲା : କାହାରିକୁ ଗିରଫ କରାଗଲାନି, ପୁଲିସ ହାତ ବାନ୍ଧି ବସିଛି

ରାଉରକେଲା:- ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଠାରେ ଥିବା ଡାଲମିଆ ସିମେଟ କାରଖାନାରେ ଦୁର୍ଘଟଣା ଘଟି ୧୬ ତାରିଖ ଦିନ ୩ ଜଣ ଶ୍ରମିକ ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମିକଙ୍କର କୌଣସି ପତା ଏଯାଏ ନମିଳିବା ସଂପର୍କରେ ରାଜଗାଙ୍ଗପୁର ଥାନାରେ ୩ଟି ଏତଲା କରାଜିବା ସତ୍ୱେ ମଧ୍ୟ ରାଜଗାଙ୍ଗପୁର ପୁଲିସ ଏଯାଏ ଚୁପ ହୋଇ ବସିଛି, ଏହା ଦ୍ୱାରା ସାଧାରଣରେ ଯାହା ଚର୍ଚ୍ଚା ହେଉଛି ପୁରା ଜିଲ୍ଲା ପ୍ରଶାସନକୁ ଡାଲମିଆ କିଣି ନେଇଛି ତାର କିଛି ଅତିତରେ ହେଇନଥିଲା ଏବେ ମଧ୍ୟ କିଛି ହେବାର ନାହିଁ ବୋଲି କୁହାଯାଉଥିବା ବେଳେ ନବୀନ ସରକାର ତ କିଛି କରିପାରିନଥିଲେ ଏ ସରକାର ମଧ୍ୟ କିଛି କରିପାରିବ ନାହିଁ ତାହା ଷ୍ପଷ୍ଟ ହେବାରେ ଲାଗିଛି ବୋଲି କୁହାଯାଉଛି ।
ଜାନୁଆରୀ ମାସ ୧୬ ତାରିଖରେ ସୁରକ୍ଷା ଓ ଅବହେଳାରୁ କୋଲ ହପର ଭୁଷୁଡି ପଡି ସେଠାରେ କାମ କରୁଥିବା ୩ ଜଣ ଶ୍ରମିକ ଲୋଇଲା ବୋଝ ତଳେ ଚାପିହୋଇ ମୃତ୍ୟୁବରଣ କରିବା ଓ ଅନେକ ଶ୍ରମିକ ଆହତ ହେବା ସହ ଆଉ କିଏ ମୃତ୍ୟୁ ବରଣ କରିଛି ସେମାନଙ୍କର କୌଣସି ଖବର ନଥିବା ବେଳେ ଆହତ ମାନଙ୍କର ମଧ୍ୟ ପତା ମିଳୁନାହିଁ, ଏହି ମାମଲାକୁ ୯ ଦିନ ବିତିିଥିବା ବେଳେ ରାଜଗାଙ୍ଗପୁର ପୁଲିସ ମାମଲାଟିଏ ନକରି ଚୁପହୋଇ ବସି ରହଛି । ଏନେଇ ଫାକ୍ଟ୍ରୀ ବୟଲର ବିଭାଗ, ମୃତକଙ୍କ ପରିବାର ସମେତ ଅନ୍ୟ ଏକ ଏତଲା ଥାନାକୁ ଆସିବା ସତ୍ୱେ ମଧ୍ୟ ପୁଲିସ ସଂପୁର୍ଣ ନିରବ । ସଧାରଣ ଘଟଣାରେ ଲୋକଙ୍କୁ ପୁଲିସ ଧରିିନେଇ ଫଟା ଫଟ କୋର୍ଟକୁ ଚାଲାଣ କରି ପରେ ତଦନ୍ତ କରୁଥିବା ବେଳେ, ଡାଲମିଆ ସିମେଟରେ କାରଖାନା ଅକୁପାୟର ଓ ମ୍ୟାନେଜରଙ୍କର ଅବହେଳା ଲାଗି ଭୟଙ୍କର ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ମାମଲାରେ ତୁରନ୍ତ କାରଖାନାର ଅକୁପାୟର ଓ ମ୍ୟାନେଜରଙ୍କୁ ଗିରଫ କରାନଯାଇ ଆଜିଯାଏ ପୁଲିସ କାହିଁକି ବସି ରହିଛି ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ଏହି ଘଟଣାରେ କାରଖାନାକୁ ସୁରକ୍ଷା ଲାଇସେନ୍ସ ଦେଇଥିବା ଫାକ୍ଟ୍ରୀ ବୟଲର ବିଭାଗ ରାଜଗାଙ୍ଗପୁର ଥାନାରେ ଏତଲା ଦେଇସାରିଥିବା ବେଳେ ମୃତକଙ୍କ ପରିବାର ଓ ଆଉ ଏକ ଏତଲା ହୋଇସାରିଛି । ନିୟମ ଅନୁଶାରେ, ରାଜଗାଙ୍ଗପୁର ପୁଲିସ ଏହି ମାମଲାରେ ପୂର୍ବ ଆଇପିସି ଧାରା ୩୦୪ଏ କିମ୍ବା ବର୍ତମାନର ଆଇନ ୧୦୬ ଦଫାରେ ଅକୁପାୟର ଓ ମ୍ୟାନେଜରଙ୍କ ବିରୋଧରେ ମାମଲା କରି ସେମାନଙ୍କୁ ବାନ୍ଧିବା କଥା । କିନ୍ତୁ, ଏଯାଏ ରାଜଗାଙ୍ଗପୁର ପୁଲିସ ମାମଲାଟିଏ ମଧ୍ୟ କରିନଥିବା କୁହାଯାଉଛି । ଅନ୍ୟପକ୍ଷରେ ଫାକ୍ଟ୍ରୀ ବୟଲର ବିଭାଗ ଏନେଇ ଧାରା ୯୨ ଅନୁଶାରେ ମାମଲା ରୁଜୁ କରି ଅକୁପାୟର ଓ ମ୍ୟାନେଜରଙ୍କୁ ବାନ୍ଧିବା କଥା, କିନ୍ତୁ ସାଧାରଣ ଏତଲାଟିଏ ବିଭାଗ ଥାନାରେ ଦେଇ ଦେଇ ତଦନ୍ତକୁ ଅପକ୍ଷା କରିଛି । ସେହିଭଳି କିଛି ଦିନ ତଳେ କାରଖାନାର କନଭେୟରବେଲ୍ଟ ଭୁଷୁଡିପଡିବା ମାମଲାରେ ମଧ୍ୟ ପୁଲିସ ଆଜିଯାଏ ନିରବ ଥିବାବେଳେ ଡାଲମିଆ ବିରୋଧରେ ମାମଲାଟିଏ କରିନାହିଁ, ଏହି ମାମଲାରେ ସିଆଇଟିୟୁ ୟୁନିଅନ ଥାନାରେ ଅଭିଯୋଗ କରିବା ସହ ଅନ୍ୟାନ୍ୟ ଅନୁଷ୍ଠାନ ମାନେ ମଧ୍ୟ ଅଭିଯୋଗ କରିଥିଲେ । କିନ୍ତୁ ଗୋଟିଏ ହେଲେ ଏତଲା ପୁଲିସ କଲା ନାହିଁ । ଯାହା କୁହାଯାଏ ରାଜଗାଙ୍ଗପୁର ପୁଲିସ ସବୁବେଳେ ଡାଲମିଆର ହାତବାରିସି ସାଜି ରହିବା ସହ ଡାଲମିଆକୁ ସୁରକ୍ଷା ଦେଇଥାଏ ତାହା ଏହି ମାମଲାରେ କିଛିଟା ଷ୍ପଷ୍ଟ ହେବାରେ ଲାଗିଛି। ଖାଲି ସେତିକି ନୁହେଁ ଏହି ଘଟଣା ପରେ ମାମଲାକୁ ଚପାଇ ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଫିସ ଠାରୁ ଆରମ୍ଭ କରି ଶ୍ରମ କମିଶନର, ସଚିବ ଯାଏ ସମସ୍ତଙ୍କ ପାଖରେ ଦଲାଲ ପହଁଚି ତାଙ୍କ କାରବାର ଆରମ୍ଭ କରିଛନ୍ତି ବୋଲି ଏବେ ଜିଲ୍ଲାରେ କଥା ଉଠୁଛି ପଡୁଛି । ଏଭଳି ସ୍ଥିତିରେ ଘଟଣାର ଅନ୍ୟ ଦିଗକୁ ଦେଖାଗଲେ ରାଉରକେଲା ଫାକ୍ଟ୍ରୀ ବୟଲର ବିଭାଗର ନିୟମିତ ଏହି କାରଖାନାର ସୁରକ୍ଷା ବ୍ୟବସ୍ଥାକୁ ଯାଂଚ ନକରି କାଗଜ କଲମରେ ଯାଂଚ କରୁଥିବା କଥା ଯାହା ଅଭିଯୋଗ ହେଉଥିଲା ତାହା ୨ଟି ମାମଲାରେ ଧରାପଡିଛି ବୋଲି ଜାଣିବା ଶୁଣିବା ମହଲରେ କୁହାଯାଉଛି । ପ୍ରଥମେ କନଭେୟର ବେଲ୍ଟ ଟି ଦୁର୍ବଳ ହୋଇ ଭୁଷୁଡି ପଡିବା ଯାଏ ରାଜ୍ୟ ସରକାରଙ୍କର ଏହି ବିଭାଗ ତାକୁ ସଠିକ ଥିବା ସାର୍ଟିଫିକେଟ ଦେଇ ଆସୁଥିଲେ, ଏଯାଏ ଭୁଷୁଡିବାର କାରଣ ଲୋକଙ୍କୁ ଜଣା ଯାଇନଥିବା ବେଳେ କିଛି ଦିନ ଯାଇଛି କି ନାହିଁ ୧୬ ତାରିଖରେ କୋଲ ହପର ଷୁଷୁଡି ୩ ଜଣ ମଲେ ଅନେକଙ୍କର ପତା ନାହିଁ । ଏହି ହପର ମଧ୍ୟ ଦୁର୍ବଳ ଥିଲା ଓ ହଲୁଥିଲା ବୋଲି ଶ୍ରମିକ ମାନେ ବାରମ୍ବାର ଅଭିଯୋଗ କରିଛନ୍ତି କିନ୍ତୁ ସେ କଥାକୁ କେହି ଶୁଣିୁଲେ ନାହିଁ ଫଳରେ ଏଭଳି ଦୁର୍ଘଟଣା ଘଟି ମୃତାହତ ହେଲା । ଡାଲମିଆର ଏହି ବିଭାଗକୁ ମଧ୍ୟ ସରକାରଙ୍କର ସଂପୃକ୍ତ ବିଭାଗ ସଠିକ ଥିବା ସାର୍ଟିଫିକେଟ ଦେଇଥିଲା ବୋଲି ଖବର ମିଳିଛି । ଘଟଣା ପରେ ଫାକ୍ଟ୍ରି ଆଇନ ଅନୁସାରେ ଧାରା ୯୨ ଅନୁଶାରେ ଅକୁପାୟର ଓ ମ୍ୟାନେଜରଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଏହି ବିଭାଗ ବାନ୍ଧିବା କଥା, କିନ୍ତୁ ଲୋକଙ୍କୁ ଭୁଆଁ ବୁଲାଇବା ଲାଗି ସାଧାରଣ ଭାବେ ଏକ ଏତଲା ଥାନାରେ ଦେଇ ଦେଇ ମିଡିଆର ପ୍ରଶ୍ନରୁ ବିଭାଗୀୟ ଡେପୁଟୀ ଦାଇରେକ୍ଟର ଦୂରେଇ ରହିଥିବା ଖବର ମିଳିଛି । ଖାଲି ଏହି କାରଖାନା ନୁହେଁ ଜିଲ୍ଲାରେ ଘଟୁଥିବା ସମସ୍ତ କାରଖାନାର ଦୁର୍ଘଟଣାରେ ଏହି ବିଭାଗ ମାଲିକ ମାନଙ୍କୁ ବଂଚାଇ ଦେଇ ନିଜ ସୁବିଧା ନେଇ ମନ୍ତ୍ରୀ, ସଚିବ ଆଦିଙ୍କୁ ଖୁସି କରାଇ କାରଖାନା ଗୁଡିକୁ ଅଧିକ ସାହସ ଦେଉଥିବାରୁ କାରଖାନା ଗୁଡିକରେ ସୁରକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି ଓ କାରଖାନା ଗୁଡିକ ମଣିଷମରା ସଂସ୍ଥା ଭାବେ ପରିଚୟ ସୃଷ୍ଟି କରିଛନ୍ତି । ଶ୍ରମିକ ମାନେ ଥରେ ଡ୍ୟୁଟିକୁ ଗଲେ ଫେରିବେ କି ନାହିଁ ତାହା ବୁଝିପାରୁ ନାହାଁନ୍ତି ଓ ଆତଙ୍କିତ ହୋଇ ରହୁଛନ୍ତି । ତେବେ ଡାଲମିଆ ମାମଲାରେ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ସତ୍ୱେ ଯଦି ଗିରଫଦାରୀ ହେଉନାହିଁ ଆଇନକୁ କାର୍ଯ୍ୟକାରୀ କରାଯାଉନାହିଁ ତେବେ ବୁଝିବାକୁ ପଡିବ ଏ ସରକାର ମଧ୍ୟ ଡାଲମିଆ କବଜାରେ ଆସିସାରିଲାଣି ବୋଲି ଧରିବାକୁ ପଡିବ ବୋଲି ସାଧାରଣରେ ଆଲୋଚନା ଚାଲିଛି ।