Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
୩ ଦିନ ଭିତରେ ସରିବ ଅଦିନିଆ ବର୍ଷା କ୍ଷୟକ୍ଷତି ଆକଳନ
FMNEWS.IN
23-12-2024
ଭୁବନେଶ୍ୱର, 23 ଡିସେମ୍ବର- ୩ ଦିନ ଭିତରେ ସରିବ ଅଦିନିଆ ବର୍ଷା କ୍ଷୟକ୍ଷତି ଆକଳନ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ତିନିରୁ ଚାରି ଦିନ ଭିତରେ ସାରି ପଞ୍ଚମ ଦିନ କ୍ଷତିପୂରଣ ରାଶି ଦେବୁ । କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛୁ । ସମ୍ପୂର୍ଣ୍ଣ ନଷ୍ଟ ହୋଇ ନଥିବା ଧାନ ବିକ୍ରି ଲାଗି ବ୍ୟବସ୍ଥା ହେବ । ଗଞ୍ଜାମ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି ବୋଲି ସୁରେଶ ପୂଜାରୀ କହିଛନ୍ତି । ବନ୍ୟା, ବାତ୍ୟା ଆସିବ; କ୍ଷତି ରାଜ୍ୟ ସରକାର ଭରଣା କରିବେ । ଯେଉଁମାନେ ଫସଲ ବୀମା କରିଥିବେ ସେମାନେ ବି ସହାୟତା ପାଇବେ ।