Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଅବପାତରେ ପରିଣତ ହେଲା ଗଭୀର ଅବପାତ : ଆସନ୍ତା ୧୨ ଘଂଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ
FMNEWS.IN
30-05-2025
ଭୁବନେଶ୍ୱର, ୩୦ ମଇ - ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ବାଙ୍ଗଲାଦେଶ ଉପରେ ରହିଥିବା ଏହି ଅବପାତ ଉତର-ଉତର-ପୂର୍ବ ଦିଗରେ ଗତି କରିବା ସହ ବାଙ୍ଗଲାଦେଶ ଉପରେ କେନ୍ଦ୍ରିତ ରହିଛି । ଏହା ଟାଙ୍ଗୈଲ ଠାରୁ ୪୦ କି.ମି. ପଶ୍ଚିମ-ଉତର-ପଶ୍ଚିମରେ ଦିଗରେ । ଢ଼ାକା ଠାରୁ ୧୧୦ କି.ମି. ଉତର-ପଶ୍ଚିମରେ । ବରହମପୁର ଠାରୁ ୧୪୦ କି.ମି. ଉତରରେ ରହିଛି । ଏହା ପ୍ରାୟତଃ ଉତର-ଉତର-ପୂର୍ବ ଦିଗରେ ଗତି କରିବ ଏବଂ ଆସନ୍ତା ୧୨ ଘଂଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଉତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।