Breaking News
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
- ‘ଭୋଟର ଅଧିକାର ଯାତ୍ରା’ ବିପ୍ଲବ ସମଗ୍ର ଦେଶକୁ ବ୍ୟାପିବ: ରାହୁଲ ଗାନ୍ଧୀ
ଅବପାତରେ ପରିଣତ ହେଲା ଗଭୀର ଅବପାତ : ଆସନ୍ତା ୧୨ ଘଂଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ
FMNEWS.IN
30-05-2025

ଭୁବନେଶ୍ୱର, ୩୦ ମଇ - ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ବାଙ୍ଗଲାଦେଶ ଉପରେ ରହିଥିବା ଏହି ଅବପାତ ଉତର-ଉତର-ପୂର୍ବ ଦିଗରେ ଗତି କରିବା ସହ ବାଙ୍ଗଲାଦେଶ ଉପରେ କେନ୍ଦ୍ରିତ ରହିଛି । ଏହା ଟାଙ୍ଗୈଲ ଠାରୁ ୪୦ କି.ମି. ପଶ୍ଚିମ-ଉତର-ପଶ୍ଚିମରେ ଦିଗରେ । ଢ଼ାକା ଠାରୁ ୧୧୦ କି.ମି. ଉତର-ପଶ୍ଚିମରେ । ବରହମପୁର ଠାରୁ ୧୪୦ କି.ମି. ଉତରରେ ରହିଛି । ଏହା ପ୍ରାୟତଃ ଉତର-ଉତର-ପୂର୍ବ ଦିଗରେ ଗତି କରିବ ଏବଂ ଆସନ୍ତା ୧୨ ଘଂଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଉତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।