Breaking News
- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ଆଗାମୀ ୨୪ ଘଂଟା ମଧ୍ୟରେ ଘନ କୁହୁଡ଼ି ନେଇ ୩ ଜିଲ୍ଲାକୁ ୱାର୍ଣ୍ଣିଂ : ଆଗାମୀ ଦୁଇ ଦିନ ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା
FMNEWS.IN
31-12-2024
(FMNews):- ଆଗାମୀ ୨୪ ଘଂଟା ମଧ୍ୟରେ ଘନ କୁହୁଡ଼ି ନେଇ ୩ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା କୋରାପୁଟ, କନ୍ଧମାଳ ଏବଂ ଅନୁଗୁଳ । ସେସବୁ ସ୍ଥାନରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିବ ।
ସେହିପରି ଆଗାମୀ ୨ ଦିନ ମଧ୍ୟରେ କଳାହାଣ୍ଡି, ବଲାଙ୍ଗିର, ସୋନପୁର, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, ନୟାଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।