Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆଗାମୀ ୨୪ ଘଂଟା ମଧ୍ୟରେ ଘନ କୁହୁଡ଼ି ନେଇ ୪ ଜିଲ୍ଲାକୁ ୱାର୍ଣ୍ଣିଂ : ୭ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା
FMNEWS.IN
04-01-2025
(FMNews):--ଆଗାମୀ ୨୪ ଘଂଟା ମଧ୍ୟରେ ଘନ କୁହୁଡ଼ି ନେଇ ୪ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଅନୁଗୁଳ, କନ୍ଧମାଳ ଏବଂ କୋରାପୁଟ । ଏହି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ସେସବୁ ସ୍ଥାନରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିପାରେ ।
ସେହିପରି ଆଗାମୀ ୨୪ ଘଂଟା ମଧ୍ୟରେ ଓଡ଼ିଶାର ଢ଼େଙ୍କାନାଳ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ କଳାହାଣ୍ଡି ଆଦି ଜିଲ୍ଲା ଗୁଡିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।