- ବଳଙ୍ଗା ନାବାଳିକାଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା : ରୂପା ମୁଦିକୁ ନେଇ ଖୋଳତାଡ଼, ମୁଦିକୁ ଚିହ୍ନିଲେ ଗହଣା ଦୋକାନୀ
- ମେଟ୍ରୋ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ: ବିଜେଡି
- ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ ଜଣାଇଲେ ମନ୍ଦିର ସମସ୍ୟା ଏବଂ ସେବାୟତଙ୍କ ଦୁଃଖ
- ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ ଜିଲ୍ଲାକୁ ରେଡ଼ ୱାର୍ନିଂ
- ସୋମବାର ସଂସଦର ଉଭୟ ଗୃହରେ ଅପରେସନ ସିନ୍ଦୂର ଉପରେ ହେବ ଆଲୋଚନା
ଧାନ ମଣ୍ଡି ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି, ୧୬ ଡିସେମ୍ବର - ସୋମବାର ମାଲକାନଗିରି ଜିଲ୍ଲାରେ ଖରିଫ ଚାଷର ଧାନମଣ୍ଡି ଓ ଅତ୍ୟାଧୁନିକ ଧାନର ମାନ ନିରୁପଣ, ଧାନ କ୍ଲିନର ମେସିନକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂ ଦେଓ ଉଦଘାଟନ କରିଛନ୍ତି । କଥାଦେଇ କଥା ରଖିଲେ ବିଜେପି ସରକାର । ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ଅତିରିକ୍ତ ବୋନସ ୮୦୦ ଟଙ୍କା ଇନପୁଟ ସହାୟତା ସହ ସର୍ବମୋଟ ମୋଟ ୩୧୦୦ଟଙ୍କା ଚାଷି ପାଇବେ।
ଚଳିତ ବର୍ଷ ଚାଷୀମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି । ଧାନ ମଣ୍ଡିରେ ଚାଷିଙ୍କ ଧାନ କଟନି ଛଟନି ହେବ ନାହିଁ । ଚଳିତ ବର୍ଷ ଧାନର ଆର୍ଦ୍ରତା ୧୭% ପ୍ରତିଶତ ପର୍ଯ୍ୟନ୍ତ ରହିବ । ଅଧିକ ହେଲେ ଚାଷୀଙ୍କୁ ଧାନ ସୁଖାଇ ମଣ୍ଡିକୁ ଆଣିବାକୁ ପରାମର୍ଶ ଦେଇ ସେମାନଙ୍କ ଧାନ କ୍ରୟ କରା ଯିବାର ବ୍ୟବସ୍ଥା ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ ।
ସୋମବାର ସକାଳେ ସ୍ଥାନୀୟ ବଜାର କମିଟି ପ୍ରାଙ୍ଗଣରେ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖରିଫ ଚାଷ ଧାନ ମଣ୍ଡି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଆନୁଷ୍ଠାନିକ ଭାବେ ଧାନ ମଣ୍ଡି ଉଦଘାଟନ କରିବା ସହିତ ନିଜେ ଚାଷୀଙ୍କ ଧାନ ଡିଜିଟାଲ ମେସିନରେ ଓଜନ କରିଥିଲେ । ଏହା ସହ ଧାନର ମାନ ନିର୍ଦ୍ଧାରଣ ରିପୋର୍ଟ ଚାଷୀଙ୍କୁ ପ୍ରଦାନ କରି ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଏସପି ବିବେକା ନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗଦେଇ ଜିଲ୍ଲାରେ ସୁଚାରୁ ଭାବେ ଧାନ ମଣ୍ଡି ପରିଚାଳନା ସହିତ ଚାଷୀ ଯେପରି ଅସୁବିଧାର ସମ୍ମୁଖିନ
ନହେବେ, ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପରିଚାଳନା କରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଲାଲମୋହନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉପମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିବା ସହିତ ଧାନମଣ୍ଡି ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ନିୟନ୍ତ୍ରିତ ବଜାର କମିଟି ସଂପାଦକ ଦେବୀ ପ୍ରସାଦ ତ୍ରିପାଠୀ, ଲ୍ୟାମ୍ପସ ପରିଚାଳକ, ମିଲର ଓ ଶତାଧିକ ଚାଷୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାରେ ସୁଚାରୁ ଭାବେ ଚାଷୀମାନଙ୍କ ଠାରୁ ଧାନକ୍ରୟ କରି ଠିକ ସମୟରେ ଉପଯୁକ୍ତ ମୂଲ୍ୟ ଦେବା ସହିତ ଚାଷୀମାନେ ଯେପରି ବାରମ୍ବାର ମଣ୍ଡିକୁ ଆସି ହଇରାଣ ନହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାପାଇଁ ମଞ୍ଚାସିନ ଅତିଥିମାନେ କହିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୯ ଲକ୍ଷ ୨୩ ହଜାର ୮୫୦ କୁଇଣ୍ଟାଲ ଧାନ କ୍ରୟହେବା ପାଇଁ ଟାର୍ଗେଟ ରହିଛି ।
ମାଲକାନଗିରି ଜିଲ୍ଲାରେ ଇତି ମଧ୍ୟରେ ୮ଟି ଲ୍ୟାମ୍ପସରେ ୩୬ହଜାର ୮୦୮ ଜଣ ଚାଷୀ ନାମ ପଞ୍ଜିକୃତ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସାତଟି ଯାକ ବ୍ଳକରେ ମୋଟ ୭୦ଟି ମଣ୍ଡିଖୋଲା ଯାଇଛି। ନିୟନ୍ତ୍ରିତ ବଜାର କମିଟି
ପକ୍ଷରୁ ଚାଷୀଙ୍କ ସୁବିଧା ପାଇଁ ସମସ୍ତ ମଣ୍ଡିରେ ପାନୀୟ ଜଳ, ଶୌଚାଳୟ ସହିତ ଆନୁସଂଗିକ ବ୍ୟବସ୍ଥା କରାଯାଇଛି। ମାଲକାନଗିରି ଜିଲ୍ଲାରୁ ଚୋରା ବେପାରୀ ମାନେ ଚାଷୀଙ୍କ ଠାରୁ କମ ମୂଲ୍ୟରେ ଧାନ କ୍ରୟ କରି ଯେପରି ବାହର ରାଜ୍ୟକୁ ଚାଲାଣ ନକରନ୍ତି ସେଥିପ୍ରତି ଜିଲ୍ଲା ପ୍ରଶାସନ ସଜାଗ ରହିବା ପାଇଁ ସମସ୍ତ ଧାନ ମଣ୍ଡିରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି । ଆନ୍ଧ୍ର-ଛତିଶଗଡ଼ ସୀମାନ୍ତ ଅଞ୍ଚଳ ଗୁଡିକରେ ୭ଟି ଚେକପୋଷ୍ଟ ଖୋଲା ଯାଇ ସିସିଟିଭି ଲଗାଯାଇ ସାତଟି ଭ୍ରାମ୍ୟମାଣ ଯାଞ୍ଚ ଗାଡିର ବ୍ୟବସ୍ଥା ହୋଇଛି ବୋଲି ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ସୂଚନା ଦେଇଛନ୍ତି ।