Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଇଂରାଜୀ ନୂଆ ବର୍ଷରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥା: ପୃଥ୍ୱୀରାଜ
FMNEWS.IN
22-12-2024
ଭୁବନେଶ୍ୱର, 22 ଡିସେମ୍ବର :୨୦୨୫ ଜାନୁଆରି ୧ ତାରିଖରୁ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ ଆରମ୍ଭ ହେବ । ଏଥିପାଇଁ ଡିସେମ୍ବର ୩୦ ଓ ୩୧ ତାରିଖରେ ଟ୍ରାଏଲ କରାଯିବ। ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଡିସେମ୍ବର୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ଶେଷ ହୋଇଯିବ। ପରୀକ୍ଷାମୂଳକ ଭାବେ ଡିସେମ୍ବର ୩୦ ଓ ୩୧ ତାରିଖରେ ଧାଡ଼ି ଦର୍ଶନ ହେବ । ଜାନୁଆରି ୧ତାରିଖରୁ ନିୟମିତ ଦର୍ଶନ ପ୍ରକ୍ରିୟାକୁ ଆସିବ। ସାତ ପାହାଚ ଦ୍ୱାର ଦେଇ ପ୍ରବେଶ ଏବଂ ଘଣ୍ଟି ଏବଂ ଗାରଦ ଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରସ୍ଥାନ କରିବେ । ଘଣ୍ଟି ଦ୍ୱାରରେ ମହିଳା ଏବଂ ବରିଷ୍ଠ ନାଗରିକ ବାହାରିବେ । ଗାରଦ ଦ୍ୱାରରେ ପୁରୁଷମାନେ ଦର୍ଶନ କରି ବାହାରିବାର ବନ୍ଦୋବସ୍ତ କରାଯାଇଛି।