- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟକୁ ଅଭିବୃଦ୍ଧିକୁ ନେଇ ତେଜିଲା ରାଜନୀତି
ଭୁବନେଶ୍ୱର, 16 ଫେବ୍ରୁଆରି - ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟ ଅଭିବୃଦ୍ଧି ପଛରେ ଶ୍ରେୟ କାହାର ତାକୁ ନେଇ ତେଜିଛି ରାଜନୀତି । ବିଜେଡି କହିଛି ଶ୍ରେୟ ପୂର୍ବ ସରକାରର । ବିଜେପି କହିଛି ଯାଇନି ସରକାରର ମୋହ । ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି 2019-20 ରୁ 23-24 ଭିତରେ ଓଡିଶା ଅର୍ଥନୀତି ସୁନ୍ଦର ଆଚିଭମେଣ୍ଟ କରିଛି । ସେତେବେଳେ କାହାର ସରକାର ଥିଲା । ତେଣୁ ଏହା ପୂର୍ଵ ଏହା ପୂର୍ବ ସରକାର ପରିଶ୍ରମ ଏବଂ ସାଧାନ । ବିତ୍ତିୟ ଶୃଙ୍ଖଳା ରଖିବାର ଶ୍ରେୟ । ଅନ୍ୟପଟେ ଆଇନ ମନ୍ତ୍ରୀ କହିଛନ୍ତି ମୁଦ୍ରାସ୍ପିତୀ କମାଇବା ସହ ଅର୍ଥନୀତି ସୁଦୃଢ ପାଇଁ ନୂଆ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ବିଜେଡି ସରକାର ଗଲେଣି କିନ୍ତୁ ବିଶ୍ଵାସ କରିପାରୁନାହାନ୍ତି । ମରୀଚିକା ପଛରେ ନ ଧାଇଁ ବାସ୍ତବତାକୁ ଆସନ୍ତୁ ବିରୋଧୀ ଦଳର ଭୂମିକା ନିଭାନ୍ତୁ । ଅନ୍ୟ ପଟେ କଂଗ୍ରେସ କଟାକ୍ଷ କରି କହିଛି ଯଦି ଅଭିବୃଦ୍ଧି ଶ୍ରେୟ ନେବାକୁ ପ୍ରତିଯୋଗିତା କରୁଛନ୍ତି ତାହେଲେ ଦରଦାମ ବୃଦ୍ଧିର ଶ୍ରେୟ ବି ନିଅନ୍ତୁ । ରାଜ୍ୟ ଅଭିବୃଦ୍ଧି ହାର ବଢ଼ି ନାହିଁ ପୂର୍ବ ବର୍ଷ ଅପେକ୍ଷା କମିଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ।