Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବୃଦ୍ଧାଙ୍କ ଉପରେ ମାଡିଗଲା ପାସେଞ୍ଜର ଟ୍ରେନ୍
FMNEWS.IN
21-12-2024
ସୁବର୍ଣ୍ଣପୁର, ୨୧ ଡିସେମ୍ବର - ସୁବର୍ଣ୍ଣପୁର ଜିଲ୍ଲା ନରସିଂହଗଡ଼ ଷ୍ଟେସନ ନିକଟରେ ରେଲୱେ ଟ୍ରାକ୍ ପାର୍ ହେବାବେଳେ ବୃଦ୍ଧାଙ୍କ ଉପରେ ମାଡିଗଲା ପାସେଞ୍ଜର ଟ୍ରେନ୍ । ମୃତ ବୃଦ୍ଧା ଜଣକ ହେଲେ ରତିକା ପୋଢ଼ । ତାଙ୍କ ଘର ନିକଟସ୍ଥ ଖମ୍ବେଶ୍ୱରୀପାଲି ଗ୍ରାମରେ ବୋଲି ଜଣାପଡିଛି ।
ଆଜି ସକାଳେ ବୃଦ୍ଧା ଜଣକ ରେଲୱେ ଟ୍ରାକ୍ ପାର୍ ହୋଇ ନିଜ ବିଲକୁ ଯାଉଥିଲେ । ଏହି ସମୟରେ ତାଙ୍କ ଉପରେ ଟ୍ରେନ ମାଡ଼ି ଯାଇଥିଲା । ଟ୍ରେନ ଧକ୍କାରେ ବୃଦ୍ଧାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିଛି । ଶବ ଜବତ ପରେ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ।