Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ବୃଦ୍ଧାଙ୍କ ଉପରେ ମାଡିଗଲା ପାସେଞ୍ଜର ଟ୍ରେନ୍
FMNEWS.IN
21-12-2024
ସୁବର୍ଣ୍ଣପୁର, ୨୧ ଡିସେମ୍ବର - ସୁବର୍ଣ୍ଣପୁର ଜିଲ୍ଲା ନରସିଂହଗଡ଼ ଷ୍ଟେସନ ନିକଟରେ ରେଲୱେ ଟ୍ରାକ୍ ପାର୍ ହେବାବେଳେ ବୃଦ୍ଧାଙ୍କ ଉପରେ ମାଡିଗଲା ପାସେଞ୍ଜର ଟ୍ରେନ୍ । ମୃତ ବୃଦ୍ଧା ଜଣକ ହେଲେ ରତିକା ପୋଢ଼ । ତାଙ୍କ ଘର ନିକଟସ୍ଥ ଖମ୍ବେଶ୍ୱରୀପାଲି ଗ୍ରାମରେ ବୋଲି ଜଣାପଡିଛି ।
ଆଜି ସକାଳେ ବୃଦ୍ଧା ଜଣକ ରେଲୱେ ଟ୍ରାକ୍ ପାର୍ ହୋଇ ନିଜ ବିଲକୁ ଯାଉଥିଲେ । ଏହି ସମୟରେ ତାଙ୍କ ଉପରେ ଟ୍ରେନ ମାଡ଼ି ଯାଇଥିଲା । ଟ୍ରେନ ଧକ୍କାରେ ବୃଦ୍ଧାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିଛି । ଶବ ଜବତ ପରେ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ।