- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
((FM News):--ପଶ୍ଚିମବଙ୍ଗ, ତାମିଲନାଡୁ, ଉତ୍ତର ପ୍ରଦେଶ, ଗୁଜରାଟ, କେରଳ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ର ତଦାରଖ ପାଇଁ ଭାରତର ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି।
ସ୍ୱତନ୍ତ୍ର ତାଲିକା ପର୍ଯ୍ୟବେକ୍ଷକ ପୂର୍ବରୁ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ଫେବୃଆରୀ ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବା ପର୍ଯ୍ୟନ୍ତ ସେମାନେ ଏହି ରାଜ୍ୟଗୁଡ଼ିକରେ ସପ୍ତାହରେ ଦୁଇ ଦିନ ଉପସ୍ଥିତ ରହିବେ । ସମସ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ରାଜନୈତିକ ଦଳର ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ନେତୃତ୍ୱ ସହିତ ଏହି ସ୍ୱତନ୍ତ୍ର ତାଲିକା ପର୍ଯ୍ୟବେକ୍ଷକ ମାନେ ବୈଠକ କରିବେ ।
ସମଗ୍ର ପ୍ରକ୍ରିୟାକୁ ସୁଗମ ଓ ସ୍ୱଚ୍ଛ ରଖିବା ସହିତ ସେମାନଙ୍କର ଅଂଶଗ୍ରହଣକାରୀତାକୁ ବଜାୟ ରଖିବା ପାଇଁ ଏହି ସ୍ୱତନ୍ତ୍ର ତାଲିକା ପର୍ଯ୍ୟବେକ୍ଷକ ମାନେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଆଗତ ବୈଠକରେ ଯୋଗଦେବେ।
ସ୍ୱତନ୍ତ୍ର ତାଲିକା ପର୍ଯ୍ୟବେକ୍ଷକ ମାନେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପର୍ଯ୍ୟବେକ୍ଷଣ କରି ଏହା ସୁନିଶ୍ଚିତ କରିବେ ଯେ କୌଣସି ଯୋଗ୍ୟ ଭୋଟର ଯେପରି ଭୋଟର ତାଲିକାରୁ ବାଦ୍ ପଡ଼ି ନାହାନ୍ତି କିମ୍ବା କୌଣସି ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ସାମିଲ ହୋଇନାହାନ୍ତି ।