Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଶିମିଳିପାଳର କୁମକି ହାତୀ ମହେନ୍ଦ୍ର'ର ମୃତ୍ୟୁ
FMNEWS.IN
13-01-2025
ଭୁବନେଶ୍ୱର, 13 ଜାନୁଆରି - ଆଖି ବୁଜିଲା ଶିମିଳିପାଳର କୁମକି ହାତୀ ମହେନ୍ଦ୍ର । ଗତକାଲି ବିଳମ୍ବିତ ରାତିରେ ଶିମିଳିପାଳ ଅଭୟାରଣ୍ୟର ଚହଲା ଠାରେ ପୋଷା ହାତୀ ମହେନ୍ଦ୍ରମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ଦୀର୍ଘଦିନ ଧରି ଶିମିଳିପାଳରେ କାଠ ମାଫିଆ ଓ ଶିକାରୀ ମାନଙ୍କୁ ଧରିବାରେ ବନବିଭାଗକୁ ସହାୟତା କରି ଆସୁଥିଲା । ଦୁଇ ବର୍ଷ ପୂର୍ବେ ତାକୁ ଅନୁଗୋଳ ସାତକୋଶିଆ ଅଭୟାରଣ୍ୟକୁ ନିଆଯାଇଥିଲା। କିଛି ମାସ ପୂର୍ବରୁ ଶିମିଳିପାଳକୁ ଫେରିବା ପରେ ଦେହ ଅସୁସ୍ଥ ହେବାରୁ ମହେନ୍ଦ୍ରର ଚିକିତ୍ସା ଜାରି ରହିଥିଲା । ମହେନ୍ଦ୍ରର ଆନୁମାନିକ ବୟସ ୬୫ ବର୍ଷରୁ ଅଧିକ । ଆଜି ଏକ ଡ଼ାକ୍ତରୀ ଟିମ୍ ଚହଲା ଠାରେ ପହଞ୍ଚି ବ୍ୟବଚ୍ଛେଦ କରିବା ପରେ ମହେନ୍ଦ୍ରର ଶବ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି । ମହେନ୍ଦ୍ର ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମାନନୀୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ।