Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଶିମିଳିପାଳର କୁମକି ହାତୀ ମହେନ୍ଦ୍ର'ର ମୃତ୍ୟୁ
FMNEWS.IN
13-01-2025
ଭୁବନେଶ୍ୱର, 13 ଜାନୁଆରି - ଆଖି ବୁଜିଲା ଶିମିଳିପାଳର କୁମକି ହାତୀ ମହେନ୍ଦ୍ର । ଗତକାଲି ବିଳମ୍ବିତ ରାତିରେ ଶିମିଳିପାଳ ଅଭୟାରଣ୍ୟର ଚହଲା ଠାରେ ପୋଷା ହାତୀ ମହେନ୍ଦ୍ରମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ଦୀର୍ଘଦିନ ଧରି ଶିମିଳିପାଳରେ କାଠ ମାଫିଆ ଓ ଶିକାରୀ ମାନଙ୍କୁ ଧରିବାରେ ବନବିଭାଗକୁ ସହାୟତା କରି ଆସୁଥିଲା । ଦୁଇ ବର୍ଷ ପୂର୍ବେ ତାକୁ ଅନୁଗୋଳ ସାତକୋଶିଆ ଅଭୟାରଣ୍ୟକୁ ନିଆଯାଇଥିଲା। କିଛି ମାସ ପୂର୍ବରୁ ଶିମିଳିପାଳକୁ ଫେରିବା ପରେ ଦେହ ଅସୁସ୍ଥ ହେବାରୁ ମହେନ୍ଦ୍ରର ଚିକିତ୍ସା ଜାରି ରହିଥିଲା । ମହେନ୍ଦ୍ରର ଆନୁମାନିକ ବୟସ ୬୫ ବର୍ଷରୁ ଅଧିକ । ଆଜି ଏକ ଡ଼ାକ୍ତରୀ ଟିମ୍ ଚହଲା ଠାରେ ପହଞ୍ଚି ବ୍ୟବଚ୍ଛେଦ କରିବା ପରେ ମହେନ୍ଦ୍ରର ଶବ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି । ମହେନ୍ଦ୍ର ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମାନନୀୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ।