Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଉତ୍କର୍ଷ ଓଡ଼ିଶାରେ ଉତ୍କର୍ଷ ଓଡ଼ିଆଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ -ନଗର ଉନ୍ନୟନ ମନ୍ତ୍ରୀ
FMNEWS.IN
28-01-2025
ଶିଳ୍ପ କ୍ଷେତ୍ରରେ ନିବେଶକାରୀ ସହଜ ଆଉ ସରଳ ସୂତ୍ରରେ ଜାଗା ପାଇବେ
ଭୁବନେଶ୍ୱର:-ଉତ୍କର୍ଷ ଓଡ଼ିଶାରେ ଉତ୍କର୍ଷ ଓଡ଼ିଆଙ୍କ ଭାଗ୍ୟ ଆଗାମୀ ଦିନରେ ନିର୍ଦ୍ଧାରିତ ହେବ। ଓଡିଶାରୁ ଲୋକ ଆଉ ଦାଦନ ଖଟିବାକୁ ଯିବେ ନାହିଁ ବରଂ ଓଡ଼ିଶାକୁ ଲୋକ ଦାଦନ ଖଟିବାକୁ ଆସିବେ। ଓଡ଼ିଶାର ସହରକୁ ବିକଶିତ କରିବା ପାଇଁ ରାଜ୍ୟ ସରକାର ଯେଉଁ ଯୋଜନା କରିଛନ୍ତି ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ବେଶ ସହାୟକ ହେବା।
ଶିଳ୍ପ କ୍ଷେତ୍ରରେ ନିବେଶକାରୀ ସହଜ ଆଉ ସରଳ ସୂତ୍ରରେ ଜାଗା ପାଇବେ। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ପାଇ ପାରିବେ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ଓଡ଼ିଶା। ଓଡ଼ିଶାରେ ବିଜେପି ସରକାର ହେବ ପରେ ପଞ୍ଚମଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶାକୁ ବିକଶିତ ଓଡ଼ିଶାରେ ପରିଣତ କରିବା ସହିତ ଆର୍ଥିକ ସ୍ତରରେ ଲୋକଙ୍କୁ ସୁଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନ ରହିଛି।