Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଉତ୍କର୍ଷ ଓଡ଼ିଶାରେ ଉତ୍କର୍ଷ ଓଡ଼ିଆଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ -ନଗର ଉନ୍ନୟନ ମନ୍ତ୍ରୀ
FMNEWS.IN
28-01-2025
ଶିଳ୍ପ କ୍ଷେତ୍ରରେ ନିବେଶକାରୀ ସହଜ ଆଉ ସରଳ ସୂତ୍ରରେ ଜାଗା ପାଇବେ
ଭୁବନେଶ୍ୱର:-ଉତ୍କର୍ଷ ଓଡ଼ିଶାରେ ଉତ୍କର୍ଷ ଓଡ଼ିଆଙ୍କ ଭାଗ୍ୟ ଆଗାମୀ ଦିନରେ ନିର୍ଦ୍ଧାରିତ ହେବ। ଓଡିଶାରୁ ଲୋକ ଆଉ ଦାଦନ ଖଟିବାକୁ ଯିବେ ନାହିଁ ବରଂ ଓଡ଼ିଶାକୁ ଲୋକ ଦାଦନ ଖଟିବାକୁ ଆସିବେ। ଓଡ଼ିଶାର ସହରକୁ ବିକଶିତ କରିବା ପାଇଁ ରାଜ୍ୟ ସରକାର ଯେଉଁ ଯୋଜନା କରିଛନ୍ତି ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ବେଶ ସହାୟକ ହେବା।
ଶିଳ୍ପ କ୍ଷେତ୍ରରେ ନିବେଶକାରୀ ସହଜ ଆଉ ସରଳ ସୂତ୍ରରେ ଜାଗା ପାଇବେ। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ପାଇ ପାରିବେ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ଓଡ଼ିଶା। ଓଡ଼ିଶାରେ ବିଜେପି ସରକାର ହେବ ପରେ ପଞ୍ଚମଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶାକୁ ବିକଶିତ ଓଡ଼ିଶାରେ ପରିଣତ କରିବା ସହିତ ଆର୍ଥିକ ସ୍ତରରେ ଲୋକଙ୍କୁ ସୁଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନ ରହିଛି।