- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ପ୍ରସିଦ୍ଧ ଶୁଲିଆ ଯାତ୍ରା ସମାପନ : ବଳି ରକ୍ତରେ ଲାଲ୍ ହେଲା ଶୁଲିଆ ପୀଠ ମାଟି
ବଲାଙ୍ଗିର, 23 ଡିସେମ୍ବର :.ଆଜି ବଲାଙ୍ଗିର ଜିଲ୍ଳାର ବିଭିନ୍ନ ଅଞ୍ଚଳରେ ସୁଲିଆ ଯାତ୍ରା ଅନୁଷ୍ଟିତ ହୋଈ ଯାଇଚି। ବଲାଙ୍ଗିର ସହର ତମାମ ଆଜି ଖାଁ ଖାଁ ହୋଇ ଥିଲା। ସବୁ ଭିଡ଼ ର ଯାତ୍ରା ସୁଲିଆ ଖଳା କୁ ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ ରୀତିନୀତି ଅନୁସାରେ ଆଜି ଆୟୋଜିତ ହୋଇଛି ଶୁଲିଆ ଯାତ୍ରା । ଗତ ବିଳମ୍ବିତ ରାତିରେ ନିଶିପୂଜା ହୋଇଥିଲା । ମଙ୍ଗଳବାର ଭୋର୍ ସମୟରେ ଛତର୍ ବଏରଗ୍ ଓ ପାଟବୁଦା ଧରି ପାରମ୍ପରିକ ବାଦ୍ୟ ରୀତିନୀତି ସହ ବରୁଆ ଓ ଦେହୁରିଆମାନେ ଶୋଭାଯାତ୍ରାରେ ଶୁଳିଆ ପୀଠରେ ପହଞ୍ଚିଥିଲେ । ଶୁଳିଆ ବୁଢାଙ୍କ ପୀଠରେ ପୂଜାର୍ଜନା ପରେ ଉଭୟ ଖଳାରେ ଶହ ଶହ ସଂଖ୍ୟାରେ ପୋଢ଼, ବୋଦା, ମେଣ୍ଢା, କୁକୁଡ଼ା, ପାରା, ବତକ ଆଦି ବଳି ପଡ଼ୁଥିବା ଦେଖିବାକୁ ମିଳିଛି । ରକ୍ତରଞ୍ଜିତ ହୋଇପଡ଼ିଛି ଶୁଳିଆ ପୀଠ । ଶୁଲିଆ ଯାତ୍ରାରେ ମାନସଧାରି ଭକ୍ତ ସହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।