- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
ଅଦିନିଆ ବର୍ଷାରେ 16 ଜିଲ୍ଲାର ଚାଷୀ କ୍ଷତିଗ୍ରସ୍ତ, ଗଂଜାମରେ ସର୍ବାଧିକ 60 ହଜାର 712.61 ହେକ୍ଟର କ୍ଷତିଗ୍ରସ୍ତ

3 ରୁ 4 ଦିନ ଭିତରେ ଚାଷୀଙ୍କ ପାଖରେ ପଂହଁଚିବ ସହାୟତା
ଭୁବନେଶ୍ୱର3 ଜାନୁଆରି:- ଅଦିନିଆ ବର୍ଷାରେ କ୍ଷତି ହୋଇଥବା 2 ପ୍ରକାର କ୍ଷତିପୂରଣ ପାଇବେ ଚାଷୀ । ବୀମା କରିଥିବା ଚାଷୀଙ୍କୁ ବୀମା କମ୍ପାନୀ ସହାୟତା ଦେବ । 16 ଜିଲ୍ଲାରେ ଚାଷୀ କ୍ଷତି ହୋଇଛି ବୋଲି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଡିସେମ୍ବର 30 ତାରିଖ ସୁଦ୍ଧା ଜିଲ୍ଲାପାଳ ଦେଇଥିବା ରିପୋର୍ଟ ଅନୁଯାଇ ଅନୁଗୁଳରେ କମ, ଭଦ୍ରକ, କଟକ ଢେଙ୍କାନାଳ, ଗଜପତି, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା , ଖୋର୍ଦ୍ଧା,ପୁରୀ,ରାୟଗଡା, ଜଗତସିଂହପୁର, କନ୍ଧମାଳ, ନୟାଗଡ, ନୂଆପଡା, ରାୟଗଡା ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ସର୍ବାଧିକ ଗଞ୍ଜାମ ଜିଲ୍ଲାରେ 60 ହଜାର 712.61 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ପୁରୀ ଜିଲ୍ଲାରେ 49 ହଜାର 296 ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ନୂଆପଡା 12.60 ହେକ୍ଟରଜମି କ୍ଷତିଗ୍ରସ୍ତ ହୋଇଛି । 16 ଜିଲ୍ଲାରେ 2 ଲକ୍ଷ 26 ହଜାର 791.27 ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । 2 ଲକ୍ଷ 23 ହଜାର 311 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ହଟିକଲଚରରେ 3ହଜାର 479.83 ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ଉଭୟ ଫସଲରେ କ୍ଷତି ପାଇଁ 291 କୋଟି 58 ଲକ୍ଷ 88 ହଜାର 513 ଟଙ୍କା ଆଜି ଜିଲ୍ଲାପାଳଙ୍କୁ ଦିଆଯିବ । 3 ରୁ 4 ଦିନ ଭିତରେ ଚାଷୀଙ୍କ ପାଖରେ ପଂହଁଚିବ ସହାୟତା । 15 ଦିନ ଭିତରେ ବୀମା କମ୍ପାନୀ ମାନେ ପଞ୍ଜିକୃତ ଚାଷୀଙ୍କୁ ସହାୟତା ପ୍ରଦାନ କରିବେ । ଯାହାର ଯେତେ କ୍ଷତି ତାକୁ ସେତେ ସହାୟତା ମିଳିବ । ଆକଳନରୁ ବାଦ ପଡ଼ିଥିବା ଚାଷୀଙ୍କୁ ପରବର୍ତ୍ତୀ ସମୟରେ ସାମିଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।