- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ରାଜ୍ୟରେ ଚାଷୀଙ୍କ ସମସ୍ୟା ଅସହ୍ୟ: ପିସିସି ସଭାପତି ଚାଷୀ ନେତାଙ୍କ ସହ କଲେ ଆଲୋଚନା
ତୁରନ୍ତ କ୍ଷତିଗସ୍ତ ଚାଷୀଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦିଆଯାଉ
ଭୁବନେଶ୍ୱର(FM News):- ରାଜ୍ୟରେ ଚାଷୀଙ୍କ ଅବସ୍ଥା ଅତି ସୋଚନୀୟ ସେମାନଙ୍କର ଦୁର୍ଦ୍ଦଶା ଦିନକୁ ଦିନ ବଢ଼ି ଚାଲିଛି । ଗୋଟିଏ ପଟେ ସରକାର ସଫଳତାର କଥା କହୁଥିବା ବେଳେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ୩୪୪ ଜଣ ଚାଷୀ ଗତ ଖରିଫର ୧୫ ହଜାର କ୍ୟୁଣ୍ଟାଲ ଧାନ ବିକ୍ରୀ ପ୍ରାୟ ସାଢ଼େ ୪ କୋଟି ଟଙ୍କା ପ୍ରାପ୍ୟ ପାଇବାକୁ ଥିବାବେଳେ ଆଜକୁ ୪ ମାସ ହେଲା ସେମାନଙ୍କର ପ୍ରାପ୍ୟ ପାଇନାହାନ୍ତି । ଜିଲ୍ଲା ପ୍ରଶାସନ ଠାରୁ ଭୁବନେଶ୍ୱରରେ ୪ ଦିନ ହେଲା ରାଜରାସ୍ତାରେ ଧାରଣା ଦେଇଥିବା ବେଳେ ଏହି ସରକାର ସେମାନଙ୍କ ହକ ପୂରଣ କରିବାରେ ସଂପୂର୍ଣ ଅସମର୍ଥ। ସେହିପରି ଗଞ୍ଜାମ ଜିଲ୍ଲାର ଏକଲକ୍ଷରୁ ଉର୍ଦ୍ଧ ଚାଷୀ ବୀମା ପ୍ରିମିୟମ ପୈଠ କରି ଏବେ ବୀମା କ୍ଷତିପୂରଣ ସହାୟତା ପାଇନାହାନ୍ତି । ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ହାତୀ ଉପଦ୍ରବ ଦ୍ୱାରା ୮୦ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହେବା ଦ୍ବାରା ଭୟଙ୍କର ପରିସ୍ଥିତି ସୃଷ୍ଟି ହେଲାଣି। କିନ୍ତୁ ସରଙ୍କାର ଏଥିପ୍ରତି ଭୂକ୍ଷେପ ନାହିଁ । ତେଣୁ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ନବରଙ୍ଗପୁର, ଗଞ୍ଜାମ, ଅନୁଗୁଳ, ଯାଜପୁର ଅଞ୍ଚଳର ପ୍ରମୁଖ ଚାଷୀନେତା ମାନଙ୍କ ସହ ଆଲୋଚନା କରିବାପରେ ସରକାର ଚାଷୀଙ୍କ ସହିତ ଖେଳ ନ ଖେଳି ରାଇଘର ବ୍ଳକର ପ୍ରାପ୍ୟ ପାଇବାକୁ ଥିବା ଚାଷୀଙ୍କୁ ତୁରନ୍ତ ୪ କୋଟି ଟଙ୍କା ପ୍ରଦାନ, ଗଞ୍ଜାମ ଜିଲ୍ଲାର ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ବୀମା ସହାୟତା ଓ କୃଷି ଇନପୁଟ ସହାୟତା ପ୍ରଦାନ କରନ୍ତୁ । ସେହିପରି ଅନୁଗୁଳ ଓ ଦେବଗଡ଼ ଜିଲ୍ଲାର ହାତୀ ଉପଦ୍ରବ ଦ୍ବାରା ଫସଲ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଶ୍ରୀ ଦାସ ଗଣମାଧ୍ଯମକୁ କହିଛନ୍ତି। ଚାଷୀମାନଙ୍କ ସହିତ ଆଲୋଚନା ଓ ସାମ୍ବାଦିକ ସମ୍ମିଳନୀରେ ପିସିସି କିଷାନ କଂଗ୍ରେସ ଅଧ୍ଯକ୍ଷ ଅମିୟ କୁମାର ପଟ୍ଟନାୟକ ଏବଂ ୪ଟି ଜିଲ୍ଲାର ଚାଷୀ ପ୍ରତିନିଧୂମାନେ ବିଜେପି ସରକାରର ଚାଷୀ ମାରଣ ନୀତିର ତୀବ୍ର ସମାଲୋଚନା କରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ନଦିଆଗଲେ ସରକାରଙ୍କ ବିରୁଦ୍ଧରେ ଚାଷୀ ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଥିଲେ।