Breaking News
- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଏଫଆଇଆର
FMNEWS.IN
22-01-2025
ଭୁବନେଶ୍ୱର, 22 ଜାନୁଆରି ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନ ପକ୍ଷରୁ ଆଜି ଅପରାହ୍ନ ୪ଟା ବେଳେ ପିପିଲି ଥାନାରେ ପୁରୀ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ ହେବ l ଦୟା ନଦୀ ଜଳ ପ୍ରଦୂଷଣର ପ୍ରତିକାର କରିବାରେ ତାଙ୍କର ଅବହେଳା ପାଇଁ ଏହି ପଦକ୍ଷେପ l
ଗଙ୍ଗୁଆ କଣ୍ଟି ନିକଟରେ ଦୟାରେ ମିଶିଛି l ଗଙ୍ଗୁଆ ଦୟାରେ ମିଶିବା ପୂର୍ବରୁ ଏହାର ପାଣିକୁ ବିଶୋଧନ କରି ଦୟାରେ ଛାଡ଼ିବା ପାଇଁ ବହୁବାର ଜିଲ୍ଲାପାଳ ଙ୍କୁ ଅବଗତ ଓ ଦାବି ପାତ୍ର ଦିଆ ଯାଇଥିଲେ ମଧ୍ୟ ତାର ପ୍ରତିକାର ହେଲା ନାହିଁ l ଫଳରେ ଦୟାନଦୀ କୂଳ ଗାଁ ଗୁଡିକରେ ଆଜି ଅତି ଗଭୀର ସଙ୍କଟ ଦେଖା ଦେଇଛି l କଣ୍ଟି ପିପିଲି ଥାନା ଅଧୀନରେ ଆସୁଥିବାରୁ ପିପିଲି ଥାନାରେ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଏହି ଏତଲା ଦିଆଯିବ l