Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଏଫଆଇଆର
FMNEWS.IN
22-01-2025
ଭୁବନେଶ୍ୱର, 22 ଜାନୁଆରି ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନ ପକ୍ଷରୁ ଆଜି ଅପରାହ୍ନ ୪ଟା ବେଳେ ପିପିଲି ଥାନାରେ ପୁରୀ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ ହେବ l ଦୟା ନଦୀ ଜଳ ପ୍ରଦୂଷଣର ପ୍ରତିକାର କରିବାରେ ତାଙ୍କର ଅବହେଳା ପାଇଁ ଏହି ପଦକ୍ଷେପ l
ଗଙ୍ଗୁଆ କଣ୍ଟି ନିକଟରେ ଦୟାରେ ମିଶିଛି l ଗଙ୍ଗୁଆ ଦୟାରେ ମିଶିବା ପୂର୍ବରୁ ଏହାର ପାଣିକୁ ବିଶୋଧନ କରି ଦୟାରେ ଛାଡ଼ିବା ପାଇଁ ବହୁବାର ଜିଲ୍ଲାପାଳ ଙ୍କୁ ଅବଗତ ଓ ଦାବି ପାତ୍ର ଦିଆ ଯାଇଥିଲେ ମଧ୍ୟ ତାର ପ୍ରତିକାର ହେଲା ନାହିଁ l ଫଳରେ ଦୟାନଦୀ କୂଳ ଗାଁ ଗୁଡିକରେ ଆଜି ଅତି ଗଭୀର ସଙ୍କଟ ଦେଖା ଦେଇଛି l କଣ୍ଟି ପିପିଲି ଥାନା ଅଧୀନରେ ଆସୁଥିବାରୁ ପିପିଲି ଥାନାରେ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଏହି ଏତଲା ଦିଆଯିବ l