- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଅପରାଜିତାଙ୍କ ପାଇଁ ନିଜ ଦଳ ବଡ଼,ରାଜଧାନୀ ଭୁବନେଶ୍ୱର ବଡ଼ ନୁହେଁ-ସୁଲୋଚନା
ଭୁବନେଶ୍ୱର, 13 ଏପ୍ରିଲ୍ - ରାଜଧାନୀ ପ୍ରତିଷ୍ଠା ଦିବସରେ ବିଜେପିର ନେତୃତ୍ୱଙ୍କୁ (ଅପରାଜିତା, ବାବୁ ସିଂ )ନିମନ୍ତ୍ରଣ ହୋଇଥିଲେ ମଧ୍ୟ କେହି ବି ଆଜି ରାଜଧାନୀ ପ୍ରତିଷ୍ଠା ଦିବସରେ ଯୋଗ ଦେଇନଥିଲେ । ନିମନ୍ତ୍ରଣ କାର୍ଡରେ ମଧ୍ୟ ଅପରାଜିତା ଓ ବାବୁ ସିଂ ଙ୍କ ନାମ ରହିଥିଲା ,ହେଲେ କାହାର ଦେଖା ମିଳିନଥିଲା । ଅନ୍ୟପଟେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ମେୟର ସୁଲୋଚନା ଦାସ । ସୁଲୋଚନା କହିଛନ୍ତି ସାଂସଦ ପୂର୍ବରୁ ଅନେକ ଥର ତାଙ୍କୁ କୌଣସି କାର୍ଯ୍ୟକ୍ରମରେ ଡାକ ଯାଉନାହିଁ ବୋଲି ବାରମ୍ବାର ଅଭିଯୋଗ କରନ୍ତି । ତାଙ୍କୁ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେବ ପାଇଁ ନିମନ୍ତ୍ରଣ କରଯାଇଥିଲା । ହେଲେ ସେ ଆସିଲେ ନାହିଁ । ତାଙ୍କ ପାଈଁ ରାଜଧାନୀ ଭୁବନେଶ୍ୱର ଅପେକ୍ଷା ନିଜ ଦଳ ବଡ଼ ହେଇଗଲା ।ସେ ଚାହିଁଥିଲେ ଆସିପାରିଥାନ୍ତେ ।ଏଠି ଯୋଗ ଦେଇ ପୁରୀରେ ହେଉଥିବା ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇପାରିଥାନ୍ତେ । ବିଜେପି ବିଧାୟକଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇଥିଲା । ହେଲେ ସେମାନଙ୍କ ପାଇଁ ଦଳ ବଡ ହେଇଗଲା ବୋଲି କହି ନିଶାନା ସାଧିଛନ୍ତି ମେୟର ସୁଲୋଚନା ଦାସ।