- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ପୂର୍ବତନ ମନ୍ତ୍ରୀ ଓ ବିଜେଡି ନେତା ଅନନ୍ତ ଦାସଙ୍କ ବିୟୋଗ
ଭୁବନେଶ୍ୱର- ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅନନ୍ତ ଦାସଙ୍କର ରବିବାର ଭୋର ସମୟରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ବିୟୋଗ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 85 ବର୍ଷ ବୟସ ହୋଇଥିଲା ଏବଂ ପାରିବାରିକ ସୂତ୍ର ମୁତାବକ, ସେ ଦୀର୍ଘଦିନରୁ ଅସୁସ୍ଥ ଥିଲେ ।
ଅନନ୍ତ ଦାସ 4ଥର ବିଧାୟକ ଥିଲେ । ସେ ଭୋଗରାଇ ବିଧାନସଭା କ୍ଷେତ୍ରର ପ୍ରତିନିଧିତ୍ୱ କରିଥିଲେ ଏବଂ 2004, 2009, 2024 ଓ 2019ରେ ଚାରିଥର ବିଜେଡି ପ୍ରାର୍ଥୀ ଭାବେ ଓଡ଼ିଶା ବିଧାନସଭାରେ ନିର୍ବାଚନ ଜିତିଥିଲେ । ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ବିଶିଷ୍ଟ ସରକାରରେ ଶିଳ୍ପ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସରକାରଙ୍କ ମୁଖ୍ୟ ସଚେତକ ଓ ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିଥିଲେ ।
1940 ମସିହା ଅଗଷ୍ଟ 28ରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକର କୁରୁତିୟା ଗାଁରେ ଜନ୍ମ ହୋଇଥିବା ଅନନ୍ତ ଦାସ ତାଙ୍କ ଅଂଚଳ ତଥା ରାଜ୍ୟର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ଦଳର ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି ।