- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ବାଲି ଚୋରି ରୋକିବା ପାଇଁ ବ୍ୟବସ୍ଥା କରୁଛନ୍ତି ସରକାର- ସୁରେଶ ପୂଜାରୀ
ଭୁବନେଶ୍ୱର, 11 ଜାନୁଆରି:- ବାଲି ଚୋରି ରୋକିବା ସହ ଆବଣ୍ଟନ ବ୍ୟବସ୍ଥିତ କରିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି କହିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଡ଼ ସମସ୍ୟା ହୋଇଛି । କାହିଁକି ଗତ ସରକାର ରାଜସ୍ୱ ବିଭାଗରୁ ବାଲିକୁ ଅଲଗା କରି ଖଣି ବିଭାଗକୁ ଦେଲେ ଜଣାନାହିଁ । ବାଲି ଖଣିଜ ପଦାର୍ଥର ତାଲିକା ଭୂକ୍ତ ହେଲା କେମିତି ? ବାଲି ଖନନ ହୁଏ ନାହିଁ, ସଂଗ୍ରହ ହୁଏ । ଏ ବିଷୟରେ ଅଧ୍ୟୟନ କରାଯାଉଛି । ବାଲି ଚୋରି ଅଭିଯୋଗ ମଧ୍ୟ ହସ୍ତଗତ ହୋଇଛି । ଆଇନ ଉଲଂଘନର ଅଭିଯୋଗ ମଧ୍ୟ ଆସୁଛି । ବାଲି ପରିବହନ ବେଳେ ବଡ଼ ବଡ଼ ଗାଡ଼ି ଦ୍ଵାରା ରାସ୍ତା ଖରାପ ହେଉଛି । ଜଳ ସମ୍ପଦ ବିଭାଗର ମଧ୍ୟ ମତ ନିଆଯାଇଛି । କାରଣ ବାଲି ଉତ୍ତୋଳନ ବେଳେ ନଦୀ ଗୁଡ଼ିକର ଜଳ ପ୍ରବାହ ମଧ୍ୟ ବ୍ୟାଘାତ ହେଉଛି । ଆଗରୁ ବହୁତ ଅଳ୍ପ ରାଜସ୍ୱ ଆସୁଥିଲା । ଏବେ ରାଜସ୍ୱ ମଧ୍ୟ ବଢିଛି । ବାଲି ଚୋରି ରୋକିବା ସହ ଆବଣ୍ଟନ ବ୍ୟବସ୍ଥିତ କରିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ।