ଅପରାଧ ନିୟନ୍ତ୍ରଣ ପାଇଁ ଶୂନ୍ୟ ସହନଶୀଳ ନୀତିରେ କାମ କରୁଛନ୍ତି ସରକାର- ଆଇନ ମନ୍ତ୍ରୀ

FMNEWS.IN 21-04-2025
Government working on zero tolerance policy to control crime: Law Minister

ଭୁବନେଶ୍ୱର, 21 ଏପ୍ରିଲ୍ : - ଆଇନଶୃଙ୍ଖଳା ନେଇ ବିଜେଡ଼ିର ଅଭିଯୋଗ ଉପରେ କଡ଼ା କାଉଣ୍ଟର କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଅତୀତରେ ବି ଅପରାଧ ହେଉଥିଲା । ଆଜି ଯେଉଁମାନେ କହୁଛନ୍ତି, ସେମାନେ ସରକାରରେ ନାହାନ୍ତି ବୋଲି ନିଶା ଛାଡ଼ିନି ବୋଧେ । ସେତେବେଳେ ସେମାନଙ୍କର ଭୂମିକା କଣ ଥିଲା । ପୂର୍ବ ସରକାରରେ ନେତା ମାନେ ଆଇନ ତା ବାଟରେ ଯିବ ବୋଲି କହୁଥିଲେ । 10 ମାସ ଭିତରେ ଯେତିକି କ୍ରାଇମ୍ ହୋଇଛି, ସବୁ କେସରେ 24ରୁ 72 ଘଣ୍ଟା ଭିତରେ ଆକ୍ସନ ନିଆଯାଉଛି । ଗିରଫ କରାଯାଉଛି, କୋର୍ଟ ଫରୱାର୍ଡ କରାଯାଉଛି, ଆବଶ୍ୟକ ପଡିଲେ ଏନକାଉଣ୍ଟର କରାଯାଉଛି । କୌଣସି ଅପରାଧୀଙ୍କୁ 1 ପ୍ରତିଶତ ବି ସରକାର ରାଜନୈତିକ ସୁରକ୍ଷା ଦେଉନାହାନ୍ତି । ପୋଲିସକୁ ତଦନ୍ତ ପାଇଁ ସଂପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି । ଦଣ୍ଡ ବିଧାନ ହାରରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିଛି ।

ଆସାମୀକୁ ଧରି ଯଥାଶୀଘ୍ର ଦଣ୍ଡ ବିଧାନ କରାଯାଉଛି । ତେଣୁ ବିରୋଧୀ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ । ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ସରକାର ତତ୍ପର ଅଛନ୍ତି । ଅପରାଧ ନିୟନ୍ତ୍ରଣ ପାଇଁ ଶୂନ୍ୟ ସହନଶୀଳ ନୀତିରେ କାମ କରୁଛନ୍ତି ସରକାର ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।