- ଚୀନର ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ: ଜାଣନ୍ତୁ ପ୍ରକୃତ କଥା କଣ
- ସୋଭନା ମହାନ୍ତି ହେଲେ ମହିଳା କମିଶନର ଅଧ୍ୟକ୍ଷା
- ଆଗାମୀ ୫ ଦିନ ମଧ୍ୟରେ ଭୀଷଣ ବର୍ଷା, ବଜ୍ରପାତ ଓ ପବନ ନେଇ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ
- କଂଗ୍ରେସର ସପ୍ତାହବ୍ୟାପୀ ନାରୀ ନ୍ୟାୟଯାତ୍ରା, କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗକୁ ରାଜ୍ୟର ସମସ୍ତ ଥାନା ଘେରାଉ ହେବ : ଭ...
ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି-ୟାସିର

ଭୁବନେଶ୍ୱର, ୧୪ ଜାନୁଆରୀ: ପ୍ରଦେଶ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ତଥା ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି। ବିନା ଅଧ୍ୟାପକରେ ଚାଲିଛି ବିଶ୍ୱବିଦ୍ୟାଳୟ। ତେଣୁ ଏଠାରେ ଛାତ୍ରଛାତ୍ରୀମାନଙ୍କୁ କିଭଳି ଉଚ୍ଚଶିକ୍ଷା ଦିଆଯାଉଛି, ତାହା ସ୍ପଷ୍ଟ ହୋଇ ବାରିହୋଇ ପଡୁଛି। ସରକାର ଶିକ୍ଷା ବିଭାଗରେ ବଜେଟରେ ଯେତେ ଅର୍ଥ ବ୍ୟବସ୍ଥା କଲେ ବି ଉଚ୍ଚଶିକ୍ଷାର ଦୂରବସ୍ଥାରେ ପରିବର୍ତନ ହେଉନାହିଁ। ଯାହାଫଳରେ ଘରୋଇ ଉଚ୍ଚଶିକ୍ଷା ଅନୁଷ୍ଠାନ ଲାଭବାନ ହେଉଛନ୍ତି ଏବଂ ଶିକ୍ଷାର ଘରୋଇକରଣ ବୃଦ୍ଧି ପାଉଛି। ଅର୍ଥ ନଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କ ଜୀବନର ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ।
ବର୍ତମାନ ସମସ୍ତ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ସଂଖ୍ୟା ବିପଦଜ୍ଜନକ ସ୍ଥିତିରେ ଅଛି। ଏଥର ନାକ୍ ମାନ୍ୟତା ପାଇବାରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକ ନିଶ୍ଚିତ ପ୍ରଭାବିତ ହେବ। ୟୁଜିସି ଚିଠି ପ୍ରସ୍ତାବରେ ନାକ୍ ମାନ୍ୟତାର ମାନଦଣ୍ଡ ବହୁ ବିଶ୍ୱବିଦ୍ୟାଳୟମାନେ ପୂରଣ କରିପାରୁ ନାହାଁନ୍ତି। ନାକ୍ ମାନ୍ୟତାରେ ୭୫ ପ୍ରତିଶତ ଅଧ୍ୟାପକ ରହିବା ଜରୁରୀ। ମାତ୍ର ବିଡ଼ମ୍ବନାର କଥା ଏହିକି ଯେ, ଓଡ଼ିଶାରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ୬୦ ପ୍ରତିଶତ ଅଧ୍ୟାପକ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି। ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି ଉତ୍କଟ ଜନକ ସ୍ଥିତି ସୃଷ୍ଟି କରିଛି। ଏଣୁ ବିଦ୍ୟାର୍ଥୀମାନେ ଗୁଣାତ୍ମକ ଶିକ୍ଷାରୁ ବଂଚିତ ହେଉଛନ୍ତି। ରାଜ୍ୟର ସମୁଦାୟ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ରହିଛି। ଯେଉଁଥିରେ ସମୁଦାୟ ୧୯୧୧ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ମାତ୍ର ୭୨୪ ଅଧ୍ୟାପକ ପଦବୀ ପୂରଣ ରହିଥିବା ବେଳେ ୧୧୮୭ ପଦବୀ ଖାଲି ପଡ଼ିଛି। ଏପରିକି ଓଡ଼ିଶାରେ ଶିକ୍ଷାର କୋଣାର୍କ କୁହାଯାଉଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ସମୁଦାୟ ୨୬୭ ଅଧ୍ୟାପକ ପଦବୀରୁ ୧୫୭ଟି ପଦବୀ ଖାଲି ପଡ଼ିଛି। ସେହିଭଳି ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ ୨୪୪ଟି ପଦବୀରୁ ୧୧୮ଟି ପଦବୀ ଖାଲି ପଡ଼ିଛି। ଓଡ଼ିଆ ବିଶ୍ୱବିଦ୍ୟାଳୟରୁ ୨୧ଟି ପଦବୀରୁ ୨୧ଟି ପଦବୀ ଖାଲି ପଡ଼ିଛି। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ ମହାବିଦ୍ୟାଳୟର ୧୧୫ରୁ ୬୫ଟି ପଦବୀ ଖାଲି ପଡ଼ିଛି। ସେହିଭଳି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୧୧୪ରୁ ୭୭, ସମ୍ବଲପୁର ବଶ୍ୱବିଦ୍ୟାଳୟରେ ୧୩୫ରୁ ୭୧, ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୧୧୭ରୁ ୪୯, ରମାଦେବୀ ବିଶ୍ୱବିଦ୍ୟାଳୟରେ ୧୩୭ରୁ ୭୭ଟି ପଦବୀ ଖାଲି ପଡ଼ିଛି। ଏଭଳି ଉଦ୍ବେଗଜନକ ପରିସ୍ଥିତିରେ କିଭଳି ପାଠପଢା ଚାଲିଛି ତାହା ଆଶ୍ଚର୍ଯ୍ୟ ଲାଗୁଛି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡ଼ିଶାର, ସେ ତୁରନ୍ତ ଏ ଦିଗରେ ହସ୍ତକ୍ଷେପ କରନ୍ତୁ, ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକ ତୁରନ୍ତ ପୂରଣ କରିବାକୁ ପଦକ୍ଷେପ ନିଅନ୍ତୁ। ଓଡ଼ିଶାରେ ବିଜେପି ସରକାର ୭ ମାସ ଧରି ଶାସନ କଲାପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି। ଯଦି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅଧ୍ୟାପକ ପଦବୀ ପୂରଣ ନହୁଏ, ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ନୱାଜ ଚେତାବନୀ ଦେଇଛନ୍ତି।