BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

FMNEWS.IN 28-04-2025
Highway-bike collision: One dead, three seriously injured

ବଲାଙ୍ଗିର :ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାୱାଇକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି । ସୂଚନା ମୁତାବକ ପାଟଣାଗଡ଼ ଥାନା ବିଲେଇସାଥି ଗାଁର ଭୀମସେନ ବରିହା ତାଙ୍କ ସ୍ତ୍ରୀ ଚନ୍ଦ୍ରିକା ବରିହା, ପୁଅ ଚିରଞ୍ଜିତ ବରିହା ଓ ଭିଣୋଇ ଯୁଗଳ ବରିହା ଲରମ୍ଭା ଥାନା ଶଙ୍କରିପାଣି ଗ୍ରାମକୁ ଏକ ବିବାହ ଉତ୍ସବରେ ଯୋଗ ଦେବାପାଇଁ ବାଇକରେ ୪ ଜଣ ଯାଉଥିବା ବେଳେ ଘସିଏନ ଲରମ୍ଭା ମଝିରେ ବାଲିବୋଝେଇ ହାୱାଇ ବ୍ରେକ ଦେଇଦେବା ହେତୁ ବାଇକ ହାୱାଇର ପଛପଟେ ପିଟି ହୋଇଥିଲା ଫଳରେ ଆଗରେ ବସିଥିବା ୬ ବର୍ଷର ପୁଅ ଚିରଂଜିତ ବରିହାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଗୁରୁତର ତିନିଜଣଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଘସିଏନ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିବା ବେଳେ ପରେ ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରୁ ହାଇୱାକୁ ଛାଡି ଡ୍ରାଇଭର ଫେରାର ମାରିଥିବା ବେଳେ ଲରମ୍ଭା ପୋଲିସ ହାଇୱା ଗାଡିକୁ ଜବତ କରି ଶିଶୁର ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇ ଅଧିକ ତଦନ୍ତ ଜାରି ରଖିଛି ।