- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
(FM News) :- ବିଭୀଷଣ ବିବାଦ ଭିତରେ ପିସିସି ସଭାପତି ଭକ୍ତ ଦାସ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଯେ, ବିଭୀଷଣ କଥା ମୁଁ କହି ନାହିଁ । ଗଣମାଧ୍ୟମରେ ଯାହା ଚର୍ଚ୍ଚା ହେଉଛି, ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ଦଳରେ ବିଭୀଷଣ ଥିଲେ ଖୋଜିବୁ କହିଥିଲି । ମୁଁ ଯାହା କୁହେ ଖୋଲା ଖୋଲି କୁହେ ଲୁଚିକି କୁହେ ନାହିଁ । ସବୁ କଂଗ୍ରେସ ନେତାଙ୍କୁ ଅପିଲ ବାଦ ବିବାଦରୁ ବାହାରି କଂଗ୍ରେସ ଦଳକୁ ତିଆରି କରିବାର ସମୟ ଆସିଛି । ଉପନିର୍ବାଚନ ଆମ ସମ୍ଭାବନାରୁ ବାହାରେ ଥିଲା । 25 ବର୍ଷର ଦଳ ବିଜେଡିକୁ ପଛରେ ପକାଇଛୁ । ସମସ୍ତଙ୍କର କିଛି ଭୁଲ ହୁଏ । ଯଦି ମୁଁ ଶୃଙ୍ଖଳା ଭଙ୍ଗ କରିଛି ତାହାର ସମୀକ୍ଷା କରିବି । ଯଦି କାହାର ଅସୁବିଧା ଅଛି ମୋ ସହ ଆସି ଆଲୋଚନା କରନ୍ତୁ । ହେଲେ ପିସିସି ସଭାପତି କାହା ଗୁଲାମ ହୋଇ କାହା ପକେଟରେ ରହିପାରିବିନି । କିଛି ବାହ୍ୟ ଶକ୍ତି କଥାରେ କିଛି ନେତା ଗଣମାଧ୍ୟମରେ ବୟାନ ଦେଉଛନ୍ତି । ସମସ୍ତଙ୍କୁ ଅପିଲ କରୁଛି ଫୋରମରେ ଆଲୋଚନା କର । କଂଗ୍ରେସ ପାଇଁ କାମ କଲେ ଭୁଲ ଥିଲେ କ୍ଷମା କରିବି ବୋଲି ଭକ୍ତ ଦାସ କହିଛନ୍ତି ।