- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
(FM News) :- ବିଭୀଷଣ ବିବାଦ ଭିତରେ ପିସିସି ସଭାପତି ଭକ୍ତ ଦାସ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଯେ, ବିଭୀଷଣ କଥା ମୁଁ କହି ନାହିଁ । ଗଣମାଧ୍ୟମରେ ଯାହା ଚର୍ଚ୍ଚା ହେଉଛି, ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ଦଳରେ ବିଭୀଷଣ ଥିଲେ ଖୋଜିବୁ କହିଥିଲି । ମୁଁ ଯାହା କୁହେ ଖୋଲା ଖୋଲି କୁହେ ଲୁଚିକି କୁହେ ନାହିଁ । ସବୁ କଂଗ୍ରେସ ନେତାଙ୍କୁ ଅପିଲ ବାଦ ବିବାଦରୁ ବାହାରି କଂଗ୍ରେସ ଦଳକୁ ତିଆରି କରିବାର ସମୟ ଆସିଛି । ଉପନିର୍ବାଚନ ଆମ ସମ୍ଭାବନାରୁ ବାହାରେ ଥିଲା । 25 ବର୍ଷର ଦଳ ବିଜେଡିକୁ ପଛରେ ପକାଇଛୁ । ସମସ୍ତଙ୍କର କିଛି ଭୁଲ ହୁଏ । ଯଦି ମୁଁ ଶୃଙ୍ଖଳା ଭଙ୍ଗ କରିଛି ତାହାର ସମୀକ୍ଷା କରିବି । ଯଦି କାହାର ଅସୁବିଧା ଅଛି ମୋ ସହ ଆସି ଆଲୋଚନା କରନ୍ତୁ । ହେଲେ ପିସିସି ସଭାପତି କାହା ଗୁଲାମ ହୋଇ କାହା ପକେଟରେ ରହିପାରିବିନି । କିଛି ବାହ୍ୟ ଶକ୍ତି କଥାରେ କିଛି ନେତା ଗଣମାଧ୍ୟମରେ ବୟାନ ଦେଉଛନ୍ତି । ସମସ୍ତଙ୍କୁ ଅପିଲ କରୁଛି ଫୋରମରେ ଆଲୋଚନା କର । କଂଗ୍ରେସ ପାଇଁ କାମ କଲେ ଭୁଲ ଥିଲେ କ୍ଷମା କରିବି ବୋଲି ଭକ୍ତ ଦାସ କହିଛନ୍ତି ।