Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଚଳିତ ମାସରୁ ମିଳିବ ବର୍ଦ୍ଧିତ ଭତ୍ତା ରାଶି
FMNEWS.IN
04-01-2025
(FMNews):-- ଚଳିତ ମାସରୁ ମିଳିବ ବର୍ଦ୍ଧିତ ଭତ୍ତା ରାଶି । ଏଇ ମାସରୁ ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ମାନଙ୍କୁ ୩୫୦୦ ଟଙ୍କାର ଭତା ଯୋଗାଇ ଦିଆଯିବ । ଏହା ଦ୍ୱାରା ୬ ଲକ୍ଷ ରୁ ଅଧିକ ଲୋକ ଉପକୃତ ହେବେ । ଅନାଦାର ହେଉଥିବା ବୃଦ୍ଧ ବୃଦ୍ଧା ତଥା ଭିନ୍ନକ୍ଷମ ମାନଙ୍କ ପାଇଁ ଏହା ବେଶ ସହାୟକ ହେବ । ସେମାନଙ୍କୁ ବି ଯଥେଷ୍ଟ ସମ୍ମାନ ମିଳିବ । ସେମାନଙ୍କୁ ଆଉ କେହି ଅନାଦାର କରି ପାରିବେ ନାହିଁ । ପୂର୍ବ ସରକାର ଦୀର୍ଘ ଦିନ ଶାସନ କରିଥିଲେ ବି ଏଭଳି ପଦକ୍ଷେପ ନେଇ ନଥିଲେ କିନ୍ତୁ ଆମ ସରକାର ଆସୁ ଆସୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛି ।
ବିରୋଧୀ କେବଳ ବିରୋଧ କରିବା ପାଇଁ ଆମକୁ ବିରୋଧ କରୁଥିବେ କିନ୍ତୁ ଆମେ କାମ କରିବା ପାଇଁ ଆସିଛୁ କାମ କରିବୁ ବୋଲି ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।