Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଚଳିତ ମାସରୁ ମିଳିବ ବର୍ଦ୍ଧିତ ଭତ୍ତା ରାଶି
FMNEWS.IN
04-01-2025
(FMNews):-- ଚଳିତ ମାସରୁ ମିଳିବ ବର୍ଦ୍ଧିତ ଭତ୍ତା ରାଶି । ଏଇ ମାସରୁ ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ମାନଙ୍କୁ ୩୫୦୦ ଟଙ୍କାର ଭତା ଯୋଗାଇ ଦିଆଯିବ । ଏହା ଦ୍ୱାରା ୬ ଲକ୍ଷ ରୁ ଅଧିକ ଲୋକ ଉପକୃତ ହେବେ । ଅନାଦାର ହେଉଥିବା ବୃଦ୍ଧ ବୃଦ୍ଧା ତଥା ଭିନ୍ନକ୍ଷମ ମାନଙ୍କ ପାଇଁ ଏହା ବେଶ ସହାୟକ ହେବ । ସେମାନଙ୍କୁ ବି ଯଥେଷ୍ଟ ସମ୍ମାନ ମିଳିବ । ସେମାନଙ୍କୁ ଆଉ କେହି ଅନାଦାର କରି ପାରିବେ ନାହିଁ । ପୂର୍ବ ସରକାର ଦୀର୍ଘ ଦିନ ଶାସନ କରିଥିଲେ ବି ଏଭଳି ପଦକ୍ଷେପ ନେଇ ନଥିଲେ କିନ୍ତୁ ଆମ ସରକାର ଆସୁ ଆସୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛି ।
ବିରୋଧୀ କେବଳ ବିରୋଧ କରିବା ପାଇଁ ଆମକୁ ବିରୋଧ କରୁଥିବେ କିନ୍ତୁ ଆମେ କାମ କରିବା ପାଇଁ ଆସିଛୁ କାମ କରିବୁ ବୋଲି ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।