- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
କେନ୍ଦୁଝର : ସବ - ଜୁନିୟର ବାଳକ ଓ ବାଳିକା ଷ୍ଟେଟ ଚମ୍ପିଆନସିପ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ହେଲେ ଆମ ମୁଖ୍ୟମନ୍ତ୍ରୀ
କେନ୍ଦୁଝର, ୧୮ ଡିସେମ୍ବର - କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡିୟମରେ ୨ ଦିନ ଧରି ଚାଲିଥିବା ୨୧ ତମ ସବ ଜୁନିୟର ବାଳକ ଓ ବାଳିକା ଷ୍ଟେଟ ଚମ୍ପିଆନସିପ ର ଆଜିଥିଲା ଉଦଯାପନି ଦିବସ । ଏହି ଦିବସରେ ଓଡ଼ିଶାର ଲୋକପ୍ରିୟ ତଥା ଖେଳପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଟିମ କୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଖେଳରେ ଆଜି ବାଳକ ବର୍ଗ ର ସେମି ଫାଇନାଲରେ କେନ୍ଦୁଝର ଯାଜପୁର କୁ ୨୨ - ୧୨ ଗୋଲ ରେ ଓ ଗଞ୍ଜାମ ଦେବଗଡ଼କୁ ୧୬ - ୮ ଗୋଲ ରେ ପରାସ୍ତ କରି ଫାଇନାଲକୁ ଯାଇଥିବା ବେଳେ ବାଳିକା ବିଭାଗ ସେମିଫାଇନାଲରେ କେନ୍ଦୁଝର ଢେଙ୍କାନାଳ କୁ ୧୫-୪ ଗୋଲ ରେ ଓ ଯାଜପୁର ଦେବଗତ କୁ ୮-୪ ଗୋଲ ରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲେ । ଆଜିର ଚିତାକର୍ଷକ ଦୁଇଟି ଫାଇନାଲ ମ୍ୟାଚରେ କେନ୍ଦୁଝରର ବାଳକ ଓ ବାଳିକା ଦଳର ଖେଳାଳୀମାନେ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିବା ସହ ବାଳକ ଦଳ ଗଞ୍ଜାମକୁ ୨୬ - ୧୬ ଗୋଲ ରେ ପରାସ୍ତ କରିଥିବା ବେଳେ ବାଳିକା ଦଳ ଯାଜପୁର କୁ ୧୨ - ୧୦ ଗୋଲ ରେ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ଆଜିର ଖେଳରେ ଉନ୍ନତମାନର ଖେଳପ୍ରଦର୍ଶନ କରି ବାଳିକା ବିଭାଗରେ କେନ୍ଦୁଝର ଦଳର ଶ୍ରେୟାସି ସୁନୟନା ପାଣି ଶ୍ରେଷ୍ଠ ଖେଳାଳୀ ଭାବେ ଚୟନ ହୋଇଥିବା ବେଳେ କେନ୍ଦୁଝର ବାଳିକା ଦଳର ଗୋଲକିପର ନିକିତା ପ୍ରିୟଦର୍ଶିନୀ ମହାନ୍ତ ଶ୍ରେଷ୍ଠ ଗୋଲ କିପର ଜ୍ଝ ଏବଂ ବାଳକ ବର୍ଗ ରେ କେନ୍ଦୁଝରର ସୌରଭ ଜେନା ଶ୍ରେଷ୍ଠ ଖେଳାଳୀ ଓ ଗଞ୍ଜାମର ଗୋଲ କିପର ଦେବାଶିଷ ଗନ୍ତାୟତ ଶ୍ରେଷ୍ଠ ଗୋଲ କିପର ଭାବେ ବିବେଚିତ ହୋଇଛନ୍ତି । ରାଜ୍ୟରେ ପ୍ରଥମ ଥର କରି ଖେଳକୋଟା ରେ ଚନ୍ଦନ ମଣ୍ଡଳ ଓଡ଼ିଶା ପ୍ରଶାସନିକ ସେବା ପରିକ୍ଷାରେ ଉତିନ୍ନ ହୋଇ ଥିବାରୁ ତାଙ୍କୁ ସମ୍ବନ୍ଧିତ କରାଯାଇଛି ।