ମହିଳା କମିଶନ ଯୋଗୁଁ ପୁରୁଷ ନିର୍ଯାତନା ବଢ଼ି ଚାଲିଛି- ବଳିଆ ବାବା

FMNEWS.IN 31-12-2024
Male harassment is increasing due to Women's Commission - Balia Baba

ଭୁବନେଶ୍ୱର, 31 ଡିସେମ୍ବର:- ମହିଳା କମିଶନ ସ୍ଵାଗତ ଯୋଗ୍ୟ କିନ୍ତୁ ମହିଳା କମିଶନ ଯୋଗୁଁ ପୁରୁଷ ନିର୍ଯାତନା ବଢ଼ି ଚାଲିଛି ବୋଲି କହିଛନ୍ତି ପଦ୍ମଶ୍ରୀ ବାବା ବଳିଆ । ତେଣୁ ପୁରୁଷ କମିଶନ ହେବା ନିତ୍ୟାନ୍ତ ଆବଶ୍ୟକ ।ଅବହେଳିତ ଓ ନିର୍ଯ୍ୟାତିତ ବୁଢ଼ା ବାପା ମାଆଙ୍କ ପାଇଁ ପିତୃମାତୃ କମିଶନ ମଧ୍ୟ ଆଜିର ଅତ୍ୟନ୍ତ ଜରୁରୀ।

ଏଥିପାଇଁ ଆବଶ୍ୟକ ହେଲେ ଆମେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବୁ ବୋଲି ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ବାବା ବଳିଆ କହିଛନ୍ତି। ଏଥି ସହିତ ବିଧବା ମହିଳାଙ୍କୁ ମୁଖ୍ୟ ସ୍ରୋତକୁ ଆଣି ମାଙ୍ଗଳିକ କାର୍ଯ୍ୟରେ ସାମିଲ କରିବାକୁ ହେବ ବୋଲି ମଧ୍ୟ ସେ କହିଛନ୍ତି ।

ଏହାସହିତ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେଇଛନ୍ତି ବଳିଆ ବାବା । ଗଛ ଲଗାଇବା ପରିବେଶ ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ତେଣୁ ଏବେ ଠାରୁ ଗଛ ଲଗାନ୍ତୁ ଏବଂ ପରିବେଶକୁ ସୁରକ୍ଷା କରନ୍ତୁ । ନହେଲେ ଆଗାମୀ ଦିନରେ ବଡ ବଡ଼ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ପଡ଼ିବ ।

ପ୍ରେସମିଟରେ ଦୁର୍ନୀତି ମୁକ୍ତ ଶାସନ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ବଳିଆ ବାବା । ସେ କହିଛନ୍ତି ଯେ, ଦୁର୍ନୀତି ମୁକ୍ତ ଶାସନ ଆବଶ୍ୟକ ହେଉଛି ପ୍ରକୃତ ଶାସନ । ଦୋଷୀ

ନିର୍ଦ୍ଦୋଷ ରେ ମୁକ୍ତି ପାଉଛି କିନ୍ତୁ ନିର୍ଦ୍ଦୋଷ ଦଣ୍ଡ ପାଉଛି। ତେଣୁ ଗଣତନ୍ତ୍ର ସ୍ୱଚ୍ଚ ହେବା ଆବଶ୍ୟକ। ପରିବେଶ,ପରିବାର, ଗଣତନ୍ତ୍ର ଏବଂ ଧର୍ମ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଗୀତାକଥା ଆସନ୍ତା ଜାନୁଆରୀ ୨ରୁ ୬ ରେ ରବୀନ୍ଦ୍ର ମଣ୍ଡପରେ ଆୟୋଜନ ହେବ।