- ସରକାର ଅସ୍ତ୍ରବିରତି ଉପରେ ନିଜର ମତ ସ୍ପଷ୍ଟ କରିବା ଉଚିତ: କଂଗ୍ରେସ
- ସମ୍ବଲପୁରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି : ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ
- ଛତିଆଠାରେ ଭୟଙ୍କର ବିସ୍ପୋରଣ : ଘଟଣାସ୍ଥଳରେ ୨ ମୃତ : ସ୍ଥାନୀୟ ଲୋକେ ଭୟଭିତ
- ଏୟାରଷ୍ଟ୍ରାଇକ ପରେ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲାରେ ସ୍କୁଲ -କଲେଜ ବନ୍ଦ,ସେନା ସତର୍କ
- ପାକିସ୍ତାନକୁ ଚେତାବନୀ- ସାମରିକ ଆକ୍ରମଣ କଲେ ମିଳିବ କଠୋର ଜବାବ
ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ :ରାଜ୍ୟରେ ୯୪.୯୩ % ମୋଟ୍ ପାସ୍ ହାର , ୯୬ % ପାସ୍ ହାରରେ ଆଗୁଆ ଛାତ୍ରୀ

ମେ ୧୪ ରୁ ସପ୍ଲିମେଂଟାରୀ ପରୀକ୍ଷା ପାଇଁ ଆବେଦନ
ଭୁବନେଶ୍ୱର, ୦୨ ମଇ - ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୨ ହଜାର ୪୧୭ ଜଣ ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୪ ଲକ୍ଷ ୮୪ ହଜାର ୮୬୩ ଜଣ ପାସ୍ ହୋଇଛନ୍ତି । ଚଳିତଥର ପାସ୍ ହାର ୯୪.୯୩ % ରହିଛି । ସେହିପରି ଛାତ୍ରଙ୍କ ପାସ୍ ହାର ୯୪ % ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୯୬ % ରହିଛି । ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ । ତେବେ କୌଣସି ସ୍କୁଲରେ ପରୀକ୍ଷା ଫଳ ଶୂନ ନାହିଁ । ରାଜ୍ୟର ୩୨୭୩ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି।
ଚଳିତବର୍ଷ ରେଗୁଲାରରେ ୫ଲକ୍ଷ ୧୦ ହଜାର ୭୭୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୫ ଲକ୍ଷ ୨ ହଜାର ୪୧୭ ଜଣ ରେଗୁଲାର୍ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୪ ଲକ୍ଷ ୮୪ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ୨ ଲକ୍ଷ ୪୦ ହଜାର ୨୫୧ ଜଣ ଛାତ୍ର ପାସ୍ ହୋଇଥିବା ବେଳେ ୨ ଲକ୍ଷ ୪୪ ହଜାର ୬୧୨ ଜଣ ଛାତ୍ରୀ ପାସ୍ କରିଛନ୍ତି। ଏଥିରେ ଏ୧ ଗ୍ରେଡ୍ ରେ ୧୮୧୨, ଏ୨ ଗ୍ରେଡ୍ ରେ ୧୨,୨୦୦ , ବି୧ ଗ୍ରେଡ୍ ରେ ୩୮, ୮୩୧ ଜଣ, ବି୨ ଗ୍ରେଡ୍ ରେ ୮୪ ହଜାର ୯୭୧ ଜଣ, ସି ଗ୍ରେଡ୍ ରେ ୧ ଲକ୍ଷ ୩୩ ହଜାର ୮୮୨ ଜଣ ପାସ୍, ଡି ଗ୍ରେଡ୍ ରେ ୧ ଲକ୍ଷ ୪୬ ହଜାର ୧୫୪ ଜଣ, ଇ ଗ୍ରେଡ୍ ରେ ୬୭୦୧୩ ରେ ହୋଇଛନ୍ତି । ସେହିପରି ମଧ୍ୟମାରେ ୨୯୧୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୮୬୮ ଜଣ ପାସ୍ କରିଛନ୍ତି । ମଧ୍ୟମାରେ ପାସ୍ ହାର ରହିଛି ୮୫.୭୯ % । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ରେ ୫୫୯୧ ଜଣ ପରୀକ୍ଷା ଦେଇଥିବା ବେଳେ ୪୧୮୧ ଜଣ ପାସ୍ କରିଛନ୍ତି । ପାସ୍ ହାର ୭୪.୭୮ % ରହିଛି ।
ଗଜପତି ଜିଲ୍ଲାରେ ସର୍ବାଧିକ ୯୯. ୩୫ ପ୍ରତିଶତ ପାସ୍ ହାର ରହିଥିବା ବେଳେ କୋରାପୁଟରେ ସର୍ବନିମ୍ନ ୯୨.୮୩ ପ୍ରତିଶତ ପାସ୍ ହାର ରହିଛି। ସେହିଭଳି କଟକରେ ପାସ୍ ହାର ରହିଛି ୯୭.୬୮%। ଜଗତସିଂହପୁରରେ ୯୭.୦୯ %, ଯାଜପୁରରେ ୯୫.୦୪ %, କେନ୍ଦ୍ରାପଡାରେ ୯୬.୪୧%, ରାୟଗଡାରେ ୯୭.୩୩ %, ମାଲକାନଗିରିରେ ୯୬.୪୧ %, ନବରଙ୍ଗପୁର ରେ ୯୫.୧୭ % ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିଭଳି, ଅନଗୁଳରେ ୯୫.୮୮ %, ଢେଙ୍କାନାଳରେ ୯୩.୭୧ %, ପୁରୀରେ ୯୭.୧୭ %, ଖୋର୍ଦ୍ଧାରେ ୯୭.୩୧ %, ନୟାଗଡ଼ରେ ୯୬.୯୧ %, ବାଲେଶ୍ୱରରେ ୯୭.୫୬ %, ଭଦ୍ରକରେ ୯୫.୬୭%, କେନ୍ଦୁଝରରେ ୯୪.୩୦ %, ମୟୂରଭଞ୍ଜରେ ୯୬.୯୯% ପାସ୍ ହାର ରହିଛି। ଗଞ୍ଜାମରେ ୯୮.୧୦%, ବୌଦ୍ଧରେ ୯୭.୪୧ %, କନ୍ଧମାଳରେ ୯୭.୪୫ %, କଳାହାଣ୍ଡିରେ ୯୫.୨୨ %, ନୂଆପଡାରେ ୯୭.୦୫%, ବରଗଡ଼ରେ ୯୭.୦୯ %, ସମ୍ୱଲପୁରରେ ୯୭.୨୬%, ଦେବଗଡ଼ରେ ୯୬.୧୭ % ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଝାରସୁଗୁଡାରେ ୯୭.୮୭ %, ବଲାଙ୍ଗୀରରେ ୯୫.୪୮ %, ସୋନପୁରରେ ୯୬.୨୨%, ସୁନ୍ଦରଗଡ଼ରେ ୯୭.୬୧% ପାସ୍ ହାର ରହିଛି ।
ୱେବସାଇଟ ଡବ୍ଲୁଡବ୍ଲୁଡବ୍ଲୁ.ବିଏସଇତ୍ତ୍ୱଓଡ଼ିଶା.ଏସି.ଇନରେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଦେଖିହେବ । ଇଂଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ପାଇପାରିବେ ରେଜଲ୍ଟ। ଏଥିପାଇଁ ଓଆର୧୦ ଣ୍ଟ ରୋଲ ନଂ ଲେଖି ୫୬୭୬୭୫୦କୁ ଏସଏମଏସ କଲେ ମୋବାଇଲରେ ରେଜଲ୍ଟ ଦେଖିହେବ। ପରୀକ୍ଷା ଫଳ ସମ୍ବନ୍ଧରେ ଯେକୌଣସି ସମସ୍ୟା ଥିଲେ ୦୬୭୧-୨୪୧୨୦୫୯, ୨୪୧୨୦୬୦ ଏବଂ ୮୭୬୩୦୮୮୮୯୦ ମାଧ୍ୟମରେ ଯୋଗାଯୋଗ କରି ସମାଧାନ ପାଇପାରିବେ । ଏହି ସେବା ସକାଳ ୧୦ ଟା ବାଜି ୩୦ ମିନିଟ୍ ରୁ ଅପରାହ୍ଣ ୫ ଟା ଯାଏଁ ସମସ୍ତ କାର୍ଯ୍ୟ ଦିବସରେ ଉପଲବ୍ଧ ହେବ । ଏହା ମେ ୨ ରୁ ୯ ତାରିଖ ଯାଏଁ ଉପଲବ୍ଧ ରହିବ ।
ଚଳିତ ବର୍ଷ ୭୨ ଘଂଟା ପରେ ୱେବସାଇଟ୍ ଏଚଟିପିପିଏସ୍://ବିଏସଇଡିଜିସାର୍ଟିଫିକେଟ୍.ଓଡ଼ିଶା.ଜିଓଭି.ଇନ୍/ମାଧ୍ୟମରେ ଡିଜିଟାଲ୍ ମାଟ୍ରିକ୍ ପ୍ରମାଣପତ୍ର ପାଇପାରିବେ ଛାତ୍ରଛାତ୍ରୀ। ଏଥିସହ ହ୍ୱାଟ୍ସଆପ ନମ୍ବର ୭୭୧୦୦-୫୮୧୯୨ ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ଡିଜିଟାଲ ମାଟ୍ରିକ ପ୍ରମାଣପତ୍ର ପାଇପାରିବେ। ମେ ୫ ରୁ ମେ ୧୬ ମଧ୍ୟରେ ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିପାରିବେ । ଅନଲାଇନ୍ ମାଧ୍ୟମରେ ହାଇସ୍କୁଲ ସାର୍ଟିଫିକେଟ୍ ଛାତ୍ରଛଆତ୍ରୀ ଆବେଦନ କରିପାରିବେ ଏବଂ ଅଫଲାଇନ୍ ଏସଓସିଏସ୍ ଏବଂ ମଧ୍ୟମା ଛାତ୍ରଛାତ୍ରୀ ଆବେଦନ କରିବେ । ଏଥିସହ ସପ୍ଲିମେଂଟାରୀ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ ୱେବସାଇଟ ମାଧ୍ୟମରେ ମେ ୧୪ ରୁ ମେ ୨୬ ମଧ୍ୟରେ ଆବେଦନ କରିପାରିବେ।