କୃତୀ ଛାତ୍ରଛାତ୍ରୀଙ୍କୁ ଡ଼. ସତ୍ୟାନନ୍ଦ ପଣ୍ଡାଙ୍କ 8ମ ଶ୍ରାଦ୍ଧବାର୍ଷିକୀରେ ମେଧାବୃତ୍ତି ପ୍ରଦାନ

FMNEWS.IN 06-01-2026
Meritorious Students Awarded in the 8th year anniversary of Satya Nanda Panda

ଡ଼. ସତ୍ୟାନନ୍ଦ ପଣ୍ଡା ସ୍ମୃତି ଟ୍ରଷ୍ଟ ଆନୁକୂଲ୍ୟରେ 8 ବର୍ଷରେ 35 କୃତୀ ଛାତ୍ରଛାତ୍ରୀ ସମ୍ମାନୀତ

ପାରାଦୀପ : ବିଶିଷ୍ଟ ଶିକ୍ଷାବିତ ଓ ଲେଖକ ଡ଼. ସତ୍ୟାନନ୍ଦ ପଣ୍ଡାଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ଅବସରରେ, ଡ଼. ସତ୍ୟାନନ୍ଦ ପଣ୍ଡା ସ୍ମୃତି ଟ୍ରଷ୍ଟ ତରଫରୁ ଚାରିଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଏନେଇ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ରେ ଥିବା ଡକ୍ଟର ପଣ୍ଡାଙ୍କ ଜନ୍ମସ୍ଥାନ ଝିମାଣୀ ଗାଁରେ ସେ ପ୍ରତିଷ୍ଠା କରିଥିବା ଜନତା ନୋଡାଲ ହାଇସ୍କୁଲରେ ଆୟୋଜିତ ସୃତି ସଭା ଅବସରରେ ଏହି ବୃତ୍ତି ପ୍ରଦାନ କରାଯାଇଥିଲା।

ଗତବର୍ଷ ଜନତା ନୋଡାଲ ହାଇସ୍କୁଲରେ ମାଟ୍ରିକ୍ ପରୀକ୍ଷାରେ ଶୀର୍ଷସ୍ଥାନ ଅଧିକାର କରିଥିବା ପାୟଲ ରାଉତ, ସ୍କୁଲର ବାଳକଙ୍କ ମଧ୍ୟରେ ପ୍ରଥମ ହୋଇଥିବା କାହ୍ନୁ ମାଝୀ ଏହି ଅବସରରେ ସମ୍ମାନିତ ହେଲେ। ଏଥି ସହିତ ନାରାୟଣ ବୀରବର ସାମନ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କମର୍ସ ବିଭାଗରେ +2 ପରୀକ୍ଷାରେ ଶୀର୍ଷସ୍ଥାନ ଅଧିକାର କରିଥିବା ସଙ୍ଗୀତା ସାମଲ ଓ ଅନୁଷ୍ଠାନର ଆର୍ଟସ୍ ବିଭାଗର ଯୁକ୍ତ ଦୁଇ ଟପର୍ ସୀମା ମାଝୀ ସମ୍ମାନିତ ହୋଇଥିଲେ। ଡ଼. ପଣ୍ଡାଙ୍କ ପ୍ରୋତ୍ସାହନରେ ନାରାୟଣ ବୀରବର ସାମନ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା।

ସ୍ଲୁଲ ସାରିବାପରେ ପାୟଲ ଏବେ ୟୁଏନପିଏସ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଜଗତସିଂହପୁରରେ +2 ପଢ଼ୁଥିବାବେଏଳ କାହ୍ନୁ ସହରରେ ଥିବା ଏସଭିଏସ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ +2ରେ ଅଧ୍ୟୟନ କରୁଛନ୍ତି। ସେହପରି ତିର୍ତ୍ତୋଲସ୍ଥିତ ଆଦିକବି ସାରଳା ଦାସ କଲେଜରେ ସୀମା ସ୍ନାତକ କରୁଥିବାବେଳେ ସଙ୍ଗୀତା ରାହାମାର ସାରଳା ମହାବିଦ୍ୟାଳୟରେ ସ୍ନାତକରେ ଶିକ୍ଷା ଗ୍ରହଣ କରୁଛନ୍ତି । 2019ରେ ଟ୍ରଷ୍ଟ ପ୍ରତିଷ୍ଠା ହେବାପରଠାରୁ ଏ ବର୍ଷର ବିଜେତାଙ୍କୁ ମିଶାଇ ମୋଟ 35 କୃତୀ ଛାତ୍ରଛାତ୍ରୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି।

ପିଲାମାନଙ୍କୁ ମାନପତ୍ର ଓ ଚେକ ସ୍କୁଲର ବର୍ତ୍ତମାନର ପ୍ରାଧନ ଶିକ୍ଷକ, ଜାନକୀ ବଲ୍ଲଭ ମହାନ୍ତି, ଡ଼. ସତ୍ୟାନନ୍ଦ ପଣ୍ଡା ସ୍ମୃତି ଟ୍ରଷ୍ଟ ସଦସ୍ୟ ସ୍ନେହ ନନ୍ଦ, ନିମାଁଇ ଚରଣ ଚୌଧୁରୀ; ପ୍ରକାଶ ପଣ୍ଡା, ରଞ୍ଜନ ପଣ୍ଡା ପ୍ରଦାନ କରିଥିଲେ। ପୂର୍ବତନ ଶିକ୍ଷକ କିଶୋର ପଣ୍ଡା, ଚନ୍ଦ୍ରମଣୀ ଦାସ, ସ୍ଥାନୀୟ ଅଂଚଳର ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିଙ୍କ ସହ ସ୍କୁଲ କର୍ମଚାରୀ ଓ ଟ୍ରଷ୍ଟିମାନଙ୍କ ପରିବାର ସଦସ୍ୟମାନେ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।

ଲକ୍ଷୌ ବିଶ୍ୱବିଦ୍ୟାଳୟରୁ ନୃତତ୍ତ୍ବ ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଉପକୂଳ ଓଡ଼ିଶାର କୈବର୍ତ୍ତ ସମାଜ ଉପରେ ଉତ୍କଳ ବିଶ୍ବ ବିଦ୍ୟାଳୟରୁ ଗବେଷଣା କରି ଡକ୍ଟରେଟ୍ ପାଇଥିବା ଡ଼. ପଣ୍ଡା, ଏ ବିଷୟରେ ରାଜ୍ୟର ଆଦ୍ୟ ଗବେଷକଙ୍କ ମଧ୍ୟରେ ଅନ୍ୟତମ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଛାଡ଼ି, ସେ ସମାଜସେବାରେ ବ୍ରତୀ ହୋଇଥିଲେ। ନିଜର ଗ୍ରାମ ସମେତ ଓ ପାଖା ପାଖି ଅଂଚଳରେ ଅନେକ ଶିକ୍ଷାନୁଷ୍ଠାନ ସ୍ଥାପନା ସହ ପରିଚାଳାନରେ ସେ ଜଡିତ ଥିଲେ। ସେ ପାରାଦୀପ ଶିଳ୍ପାଞ୍ଚଳର ବିସ୍ଥାପିତ କୃଷକମାନଙ୍କ ସହ କାମ କରିଥିଲେ ଓ ବିଭିନ୍ନ ସାମାଜିକ-ସାଂସ୍କୃତିକ ସଂଗଠନ ସହିତ ମଧ୍ୟ ଯୋଡି ହୋଇ ରହିଥିଲେ। ଏକ ପ୍ରତିଷ୍ଚିତ ଲେଖକ ଭାବେ, ସେ 10ରୁ ଅଧିକ ପତ୍ରିକା ସମ୍ପାଦନା କରିବା ସହ ବିଭିନ୍ନ ପତ୍ରିକା ଓ ସମ୍ବାଦପତ୍ରରେ ନିୟମିତ ଲେଖୁଥିଲେ । ପାରଦୀପ ଉପରେ ଦୁଇଟି ପୁସ୍ତକ ମଧ୍ୟ ରଚନା କରିଥିଲେ। 2018 ଜାନୁଆରୀରେ ତାଙ୍କର ଦେହାନ୍ତ ପରେ ତାଙ୍କର ଶେଷ ପୁସ୍ତକ -ପାରାଦୀପର ଇତିହାସ, 2019ରେ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ହୋଇଥିଲା l