- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
ବାଲେଶ୍ବର ସାଂସଦ ପ୍ରତାପ ଷଢ଼ଙ୍ଗୀଙ୍କ ନିର୍ଦ୍ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରାଯାଊଛି: ଜୟଦେବ ଜେନା

(FMNews):- ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀ ଜୟଦେବ ଜେନା ଏକ ପ୍ରେସ୍ ବିଜ୍ଞାପ୍ତିରେ କହିଛନ୍ତି ଯେ, ବାଲେଶ୍ବର ନୀଳଗିରି ଓ ରେମୁଣା ଅଂଟଳରେ ସାଂସଦ ଷଢ଼ଙ୍ଗୀଙ୍କ ନିର୍ଦ୍ଦେଶରେ ବାଦଲ ପଣ୍ଡା ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରୁଛି ।ସେ କହିଛନ୍ତି ଓଡ଼ିଶାରେ ସଂଖ୍ୟାଲଘୁ ମାନେ ମୋହନ ସରକାରରେ ଆତଙ୍କିତ ଅନ୍ୟ ପକ୍ଷରେ ଆଦିବାସୀ ଓ ଦଳିତ ମହିଳା ମାନେ ମଧ୍ୟ ଏହି ସରକାରରେ ଅସୁରକ୍ଷିତ ।
ଶ୍ରୀ ଜେନା କହିଛନ୍ତି ଯେ ଓଡ଼ିଶାରେ ମଣିପୁର ମଡ଼େଲ୍ର ଶାସନ ଚାଲିଛି । ବାଲେଶ୍ୱର ଜିଲ୍ଲାରେ ଧର୍ମାନ୍ତରିକରଣର ମିଥ୍ୟା ଅଭିଯୋଗରେ ଯେପରି ଭାବେ ଦୁଇଜଣ ନିରୀହ ଆଦିବାସୀ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି ଏହା ଦୁର୍ଭାଗ୍ୟ ଜନକ ।
ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ଅନ୍ତର୍ଗତ ମୁଖୁରା ଗ୍ରାମର ସୁକାନ୍ତି ସିଂ ଏବଂ ନିଳଗିରି ବ୍ଲକ ଅନ୍ତର୍ଗତ ମଖାପଦା ଗ୍ରାମର ସୁବାସୀନି ସିଂ ଙ୍କୁ ଯେଭଳି ଭାବରେ ଗଛରେ ବାନ୍ଧି ନିର୍ମମ ପ୍ରହାର କରାଗଲା ଏବଂ ତଳେ ଗଡ଼େଇ ଗଡ଼େଇ ଚପଲ ପାହାର ମରାଗଲା ଏହି କଥା ଏବେ ଦେଶ ବିଦେଶରେ ଚର୍ଚ୍ଚା ହେଉଛି ଏବଂ ଦୃଢ଼ ନିନ୍ଦା କରାଯାଉଛି । ଲୋକସଭାର ବିରୋଧି ଦଳ ନେତା ଶ୍ରୀ ରାହୁଲ ଗାନ୍ଧି ମଧ୍ୟ ଏହି ସଂକ୍ରାନ୍ତରେ ଗଭୀର କ୍ଷୌଭ ପ୍ରକାଶ କରିଛନ୍ତି ଏହି ଅଭାବନୀୟ ଘଟଣାର ସୁତ୍ରଧର ହେଉଛନ୍ତି ବାଦଲ ପଣ୍ଡା ଯିଏ କି, ସାଧାରଣ ଲୋକଙ୍କୁ ଉସୁକାଇ ଏବଂ ନିଜେ ଏହି ଅପରାଧ ଘଟାଇ ଥିଲେ ।
ବାଦଲ ପଣ୍ଡା ସେଠାରେ ସାଂସଦ ପ୍ରତାପ୍ ଷଢ଼ଙ୍ଗୀଙ୍କର ଡ଼ାହାଣ ହାତ ଭାବେ କାର୍ଯ୍ୟ କରୁଥିବାର ଶ୍ରୀ ଜେନା ଅଭିଯୋଗ କରିଛନ୍ତି। ଧର୍ମାନ୍ତରିକରଣ ନାମରେ ଆଦିବାସୀ ମହିଳାଙ୍କୁ ଅତ୍ୟାଚାର କରାଗଲା ଏବଂ ଏ ସଂପର୍କରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯିଏ କି ଜଣେ ଆଦିବାସୀ ସେ ମୁହଁ ଖୋଲିଲେ ନାହିଁ ବୋଲି ସେ କହିଛନ୍ତି।
ଗେରୁଆ ବାଦଲର ଆତଙ୍କ:
Jagada N Pradhan (@JagadaPradhan) December 31, 2024
-ନୀଳଗିରି ଓ ରେମୁଣା ଅଂଟଳରେ ବାଦଲ ପଣ୍ଡା ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରୁଛି ।
-ଓଡ଼ିଶାରେ ସଂଖ୍ୟାଲଘୁ ମାନେ ମୋହନ ସରକାରରେ ଆତଙ୍କିତ ଅନ୍ୟ ପକ୍ଷରେ ଆଦିବାସୀ ଓ ଦଳିତ ମହିଳା ମାନେ ମଧ୍ୟ ଏହି ସରକାରରେ ଅସୁରକ୍ଷିତ ।
- ରାଜ୍ୟରେ ମୋହନ ସରକାର ଚୁପ ବସିଛନ୍ତି।#NewOdisha #OdishaNews #Badalpanda pic.twitter.com/95C8xPHYZN
ଜେନା ଏକ ପ୍ରେସବିବୃତିରେ କହିଛନ୍ତିମହାମହୀମ ରାଷ୍ଟ୍ରପତି ଯିଏ କି ଓଡ଼ିଶାର ଏବଂ ଆଦିବାସୀ ବର୍ଗର ଅଟନ୍ତି ସେ ମଧ୍ୟ ନୀରବ । ତେବେ ମୋହନ ସରକାର କଣ ଓଡ଼ିଶାକୁ ମଣିପୁର କରିବାକୁ ଚାହୁଁଛନ୍ତି କି? ପ୍ରତାପ ଷଢ଼ଙ୍ଗୀ ମଧ୍ୟ ଏଭଳି ଅପରାଧିକ ଘଟଣା ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ସବୁବେଳେ ନିଜର ରାଜନୈତିକ ଫାଇଦା ପାଇଁ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଆକ୍ରମଣ କରି ଚର୍ଚ୍ଚାରେ ରୁହନ୍ତି ବୋଲି ଜୟଦେବ କହିଛନ୍ତି।
ଜେନାଅଭିଯୋଗ କରିଛନ୍ତି ଗ୍ରାହାମ୍ ଷ୍ଟେନ୍ ହତ୍ୟାକାଣ୍ଡ ଘଟଣାରେ ପ୍ରତାପ ଷଢ଼ଙ୍ଗୀ ତଦନ୍ତ ପରିସରଭୁକ୍ତ ଥିଲେ । ନୀଳଗିରି ଓ ରେମୁଣାରେ ବାଦଲ ପଣ୍ଡା ସାଂସଦ ଷଢ଼ଙ୍ଗୀଙ୍କ ନିର୍ଦ୍ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରୁଛି । ଓଡ଼ିଶାରେ ସଂଖ୍ୟାଲଘୁ ମାନେ ମୋହନ ସରକାରରେ ଆତଙ୍କିତ ଅନ୍ୟ ପକ୍ଷରେ ଆଦିବାସୀ ଓ ଦଳିତ ମହିଳା ମାନେ ମଧ୍ୟ ଏହି ସରକାରରେ ଅସୁରକ୍ଷିତ । ଆଦିବାସୀ ଓ ସଂଖ୍ୟାଲଘୁ ସଂପ୍ରଦାୟର ନେତୃତ୍ବ ମୋହନ ସରକାରର ମଣିପୁର ରାଜ୍ ବିରୁଧରେ ସ୍ୱର ଊତ୍ତୋଳନ କରିବାକୁ ଶ୍ରୀ ଜେନା ଆହ୍ୱାନ ଦେଇଛନ୍ତି । ଡ଼ବଲ୍ ଇଞ୍ଜିନ୍ ସରକାରରେ ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯସ୍ତ ହୋଇପଡ଼ିଛି ବୋଲି ଶ୍ରୀ ଜେନା କହିଛନ୍ତି ।