- ଚୀନର ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ: ଜାଣନ୍ତୁ ପ୍ରକୃତ କଥା କଣ
- ସୋଭନା ମହାନ୍ତି ହେଲେ ମହିଳା କମିଶନର ଅଧ୍ୟକ୍ଷା
- ଆଗାମୀ ୫ ଦିନ ମଧ୍ୟରେ ଭୀଷଣ ବର୍ଷା, ବଜ୍ରପାତ ଓ ପବନ ନେଇ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ
- କଂଗ୍ରେସର ସପ୍ତାହବ୍ୟାପୀ ନାରୀ ନ୍ୟାୟଯାତ୍ରା, କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗକୁ ରାଜ୍ୟର ସମସ୍ତ ଥାନା ଘେରାଉ ହେବ : ଭ...
ମାଟ୍ରିକ ପରୀକ୍ଷାରେ ବିଭ୍ରାଟ, ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କର ପ୍ରଶ୍ନ ନାହିଁ

ଜୟପୁର : ମାଟ୍ରିକ ପରୀକ୍ଷାରେ ପୁଣି ବିଭ୍ରାଟ ଓ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥା ରୋକିବା ପାଇଁ କେତେକଣ ବ୍ୟବସ୍ଥା କରାଯାଇଥିଲା ଓ ବିଶେଷ କରି ପ୍ରଶ୍ନ ପତ୍ର ବାରମ୍ବାର ଲିକ ଘଟଣା ଛାତ୍ର ଛାତ୍ରୀ, ଅବିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ବେଶ ମୁଣ୍ଡ ବ୍ୟଥାର କାରଣ ହେଉଥିଲା ଆସୁ ତାକୁ ରୋକିବା ପାଇଁ ଚଳିତ ବର୍ଷ ପ୍ରଶ୍ନ ପତ୍ରର କ୍ୟୁ ଆର କୋଡ ବ୍ୟବସ୍ଥା କରାଯାଇଥିଲା ଓ ଯାହାକୁ ପରୀକ୍ଷା ସୂର୍ଖୁରେରେ ଚାଲିଛି । ହେଲେ ଆଜି ଏକ ସମସ୍ୟା ସାମନା କରିଛନ୍ତି ଛାତ୍ର ଛାତ୍ରୀ ଓ ଆଜି ବିଜ୍ଞାନ ପରୀକ୍ଷା ଥିଲା । ପିଲାମାନେ ପରୀକ୍ଷା ଦେଇ ଫେରିବା ପରେ ଜାଣିଲେ ଯେ ୪ମାର୍କ ର ପ୍ରଶ୍ନ ନାହିଁ ଯାହାକୁ ନେଇ ଚିନ୍ତାରେ ଛାତ୍ର ଛାତ୍ରୀ । ବିଜ୍ଞାନ ପ୍ରଶ୍ନ ପତ୍ରର ସବଯେକଟିଭ ରେ ୫୦ ମାର୍କ ରୁ ମାତ୍ର ୪ମାର୍କ ପ୍ରଶ୍ନ ନଥିଲା । ଏପରିକି ବିଜ୍ଞାନ ପେପରର ସେଟ ସି ପ୍ରଶ୍ନ ପତ୍ରେରେ ୪ମାର୍କ ପ୍ରଶ୍ନ ନାହିଁ।। ପରୀକ୍ଷା ସରିବା ପରେ ଛାତ୍ର ଛାତ୍ରୀ ମାନେ ଚିନ୍ତାରେ ଓ ଅବିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ । ତାପରେ ଧୀରେ ଧୀରେ ଗୋଟେ ପରେ ଗୋଟେ ପରୀକ୍ଷା କେନ୍ଦ୍ରରୁ ଏପରି ଅଭିଯୋଗ ଆସିଛିା । ଏପରି ଅଭିଯୋଗ ଆସିଛି ଉଚ୍ଚ କର୍ତୃପକ୍ଷ ଙ୍କୁ ଅବଗତ କରାଯିବ ବୋଲି ଜୟପୁର ବ୍ଲକ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ ପ୍ରତିକ୍ରିୟା ଦେଇଛନ୍ତି ।