- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
- ‘ଭୋଟର ଅଧିକାର ଯାତ୍ରା’ ବିପ୍ଲବ ସମଗ୍ର ଦେଶକୁ ବ୍ୟାପିବ: ରାହୁଲ ଗାନ୍ଧୀ
- ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ
- ମୁଖ୍ୟମନ୍ତ୍ରୀ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳକୁ ନିସର୍ତ କ୍ଷମା ମାଗନ୍ତୁ
ମୋଦୀଙ୍କ ଓଡ଼ିଶା ଗସ୍ତ ଏକ ପ୍ରହସନ : ଯୁବ କଂଗ୍ରେସ

ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପୂର୍ବରୁ ଓଡ଼ିଶା ଗସ୍ତରେ ଆସି ବହୁ ପ୍ରତିଶ୍ରୁତି ଦେଇଥିଲେ। ଆଜିକୁ ଏକ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିବାର ଦୂରର କଥା ସମସ୍ତ ପ୍ରତିଶ୍ରୁତି ପ୍ରତାରଣାରେ ପ୍ରତିଫଳିତ ହୋଇଛି । ପ୍ରଧାନମନ୍ତ୍ରୀ ଯେଉଁ ଏକ ବର୍ଷ ପୁର୍ତି ପାଇଁ ଓଡ଼ିଶାଗସ୍ତ କରୁଛନ୍ତି ଏହା ଓଡ଼ିଶାବାସୀଙ୍କ ପ୍ରତି ଉପହାସ ବୋଲି ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ ଶ୍ରୀ ସୁଦିପ ସାମଲ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି । ଯୁବ କଂଗ୍ରେସ ପକ୍ଷରୁ ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଆସନ୍ତା କାଲି ତାଙ୍କର ଗସ୍ତ ଅବସରରେ ଓଡ଼ିଶାବାସୀଙ୍କୁ ଜଣାଇବେ କି ରାଜ୍ୟରେ ବେକାରୀ ସମସ୍ୟା କେବେ ଦୂର ହେବ ? ପ୍ରତ୍ୟେକ ଦିନ ନାରୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ଉପରେ ତାଙ୍କର ଡବଲ ଇଞ୍ଜିନ ସରକାର କେବେ ପଦକ୍ଷେପ ନେବେ । ରାଜ୍ୟରେ ଆଇନ ଶୃଙ୍ଖଳା ଏବଂ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସମସ୍ୟା କେବେ ସୁଧାର ଆସିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ରାଜ୍ୟ ଯୁବ କଂଗ୍ରେସ ତିବ୍ର ବିରୋଧ କରିବା ସହ ଆସନ୍ତାକାଲିର ଦିନକୁ ଏକ କଳା ଦିବସ ଭାବେ ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ଶ୍ରୀ ସାମଲ ନିବେଦନ କରିଛନ୍ତି । ରାଜ୍ୟ ସରକାର ଏକ ବର୍ଷର ପୂର୍ତି ପାଳୁଥିବାବେଳେ ରାଜ୍ୟର ଆଇନ ଶୃଙ୍ଖଳା ସ୍ଵାସ୍ଥ୍ୟ ବିଭାଗ କୋମାରେ ପଡ଼ିରହିଛି। ବିଜେପି ସରକାର ଯେଉଁ ପ୍ରତିଶ୍ରୁତି ଦେଇ ଶାସନକୁ ଆସିଥିଲା ତାହା ପାଳନ କରିବାରେ ସଂପୂର୍ଣ ବିଫଳ ହୋଇଛି ବୋଲି ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।