Breaking News
- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ରାଜଧାନୀରେ ମୋ ବସ ଘଟାଇଲା ସିରିଜ୍ ଦୁର୍ଘଟଣା
FMNEWS.IN
23-01-2025
(FMNews):--- ରାଜଧାନୀରେ ପୁଣି ମୋ ବସ ଦୁର୍ଘଟଣା l ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଯାଉଥିବା ବେଳେ ସିରିଜ ଦୁର୍ଘଟଣା l ଏହି ଦୁର୍ଘଟଣାରେ ବିଏମସି ପିଆରଓଙ୍କ ସହ କିଛି ଲୋକ ଆହତ ହୋଇଛନ୍ତି l ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି l ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଂଚିଛି l ସୂଚନାନୁଯାୟୀ ରାଜମହଲ ପଟୁ ଆସୁଥିବା ଏକ ଏସି ମୋ ବସ ଆଗରେ ଏକ ସ୍କୁଟି ଚାଲି ଆସିବାରୁ ବସଟି ହଠାତ ବ୍ରେକ ମାରିଦେଇଥିଲା ।
ଫଳରେ ଏସି ବସ ପଛରେ ଥିବା ଆଉ ମୋ ଏକ ବସ ଗାଡିକୁ ଧକା ଦେଇଥିଲା l ଯେଉଁଥିପାଇଁ ପଛରୁ ଆସୁଥିବା କିଛି କାର ମୋ ବସକୁ ଧକା ଦେଇ ଚାଳକ ଓ ସେଥିରେ ଥିବା କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି l ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ତ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛନ୍ତି l ଏବଂ ଘଟଣାର ତଦନ୍ତ ଆରମ୍ଭ କରୁଛନ୍ତି I