BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ରାଜଧାନୀରେ ମୋ ବସ ଘଟାଇଲା ସିରିଜ୍ ଦୁର୍ଘଟଣା

FMNEWS.IN 23-01-2025
My bus caused a series of accidents in the capital.

(FMNews):--- ରାଜଧାନୀରେ ପୁଣି ମୋ ବସ ଦୁର୍ଘଟଣା l ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଯାଉଥିବା ବେଳେ ସିରିଜ ଦୁର୍ଘଟଣା l ଏହି ଦୁର୍ଘଟଣାରେ ବିଏମସି ପିଆରଓଙ୍କ ସହ କିଛି ଲୋକ ଆହତ ହୋଇଛନ୍ତି l ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି l ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଂଚିଛି l ସୂଚନାନୁଯାୟୀ ରାଜମହଲ ପଟୁ ଆସୁଥିବା ଏକ ଏସି ମୋ ବସ ଆଗରେ ଏକ ସ୍କୁଟି ଚାଲି ଆସିବାରୁ ବସଟି ହଠାତ ବ୍ରେକ ମାରିଦେଇଥିଲା ।

ଫଳରେ ଏସି ବସ ପଛରେ ଥିବା ଆଉ ମୋ ଏକ ବସ ଗାଡିକୁ ଧକା ଦେଇଥିଲା l ଯେଉଁଥିପାଇଁ ପଛରୁ ଆସୁଥିବା କିଛି କାର ମୋ ବସକୁ ଧକା ଦେଇ ଚାଳକ ଓ ସେଥିରେ ଥିବା କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି l ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ତ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛନ୍ତି l ଏବଂ ଘଟଣାର ତଦନ୍ତ ଆରମ୍ଭ କରୁଛନ୍ତି I