Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ସାତ ଦିନ ଭିତରେ ନବୀନ ପଟ୍ଟନାୟକ କଂଗ୍ରେସକୁ କ୍ଷମା ମାଗନ୍ତୁ : ଭକ୍ତ ଦାସ
FMNEWS.IN
14-04-2025
ଭୁବନେଶ୍ୱର, 14 ଏପ୍ରିଲ୍ - ପାଣ୍ଡିଆନଙ୍କୁ ନେହେରୁଙ୍କ ସହିତ ତୁଳନା କରିବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ସାତ ଦିନ ଭିତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କଂଗ୍ରେସକୁ କ୍ଷମା ମାଗନ୍ତୁ । ନେହରୁଙ୍କୁ ପଣ୍ଡିଆନଙ୍କ ସହ ତୁଳନା କଲେ । ଏହାକୁ କଂଗ୍ରେସ ଗ୍ରହଣ କରିପାରିବନି । ପାଣ୍ଡିଆନଙ୍କ ଗୁଲାମ ନେହରୁଙ୍କ ବାବଦରେ କହିଲେ, ସେ କିଏ...ଗୁଲାମ ହୋଇ ଟିକେଟ୍ ପାଇଥିଲେ ଓ ହାରିଲେ ବୋଲି କଟାକ୍ଷ କରି କହିଛନ୍ତି ଭକ୍ତ ଦାସ । କହିଛନ୍ତି,ପାଣ୍ଡିଆନଙ୍କ ଗୁଲାମ ହେଉଛନ୍ତି ନବୀନ ବାବୁ । ସଂତ୍ରୁପ୍ତ ମିଶ୍ର ମଧ୍ୟ ପାଣ୍ଡିଆନଙ୍କ ଗୁଲାମ । ନବୀନ ବାବୁଙ୍କ ପାୱାରରେ ନେହରୁଙ୍କ ସହିତ ତୁଳନା କରିଛନ୍ତି ସନ୍ତୃପ୍ତ । ୭ ଦିନ ସମୟ ଦିଆଯାଉଛି ଯଦି ଏହା ଭିତରେ ନବୀନ ବାବୁ ଭୁଲ୍ ନମାଗିଲେ ନବୀନ ନିବାସ ଘେରିବ କଂଗ୍ରେସ । ଆଜି ବିଜୁ ବାବୁ ଉପରେ ଥାଇ ନବୀନଙ୍କ ଉପରେ ରାଗୁଥିବେ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ ।