- ନିରାଡମ୍ବର ଭାବେ ନୂଆ ବର୍ଷ ପାଳନ କଲେ ମୁଖ୍ୟମନ୍ତ୍ରୀ
- ସରକାରଙ୍କ ମୂଳ ଉଦ୍ଦେଶ୍ୟ ପୋଷ୍ଟର ବ୍ୟାନର ଲଗାଇବା- ପ୍ରମିଳା ମଲ୍ଲିକ
- ପ୍ରତି ନିର୍ବାଚନ ମଣ୍ଡଳୀକୁ ଯିବେ ନବୀନ ପଟ୍ଟନାୟକ,ଲୋକଙ୍କ ସହ ସିଧା ସଳଖ ମିଶିବେ
- ସୁରଟର ହଜିରାରେ ଆର୍ସେଲର ମିତ୍ତଲ ଷ୍ଟିଲ ପ୍ଲାଂଟରେ ଭୟାବହ ଅଗ୍ନିକାଣ୍ଡ, 4 ମୃତ
- ମୃତ୍ୟୁଦଣ୍ଡ ସମାପ୍ତ କଲା ଜିମ୍ବାୱେ, ରାଷ୍ଟ୍ରପତି ମନାଂଗାଗ୍ୱା ଆଇନକୁ ଦେଲେ ମଂଜୁରୀ
ଆସନ୍ତା ୩୧ତାରିଖ ରେ ନବୀନ ପଟ୍ଟନାୟକ କ୍ଷେତ ବୁଲିବେ ଚାଷୀଙ୍କୁ ଭେଟିବେ
ଭୁବନେଶ୍ବର 29 ଡିସେମ୍ବର-ତାରିଖ ଦିନ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ପୁରୀ,କଟକ,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯିବେ.ଏହି ଗସ୍ତ ଅବସରରେ ଶ୍ରୀ ପଟନାୟକ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀ ର ସତ୍ୟବାଦୀ ,କେନ୍ଦ୍ରାପଡ଼ା ର ପଟାମୁଣ୍ଡାଇ,କଟକ ର ସାଲେପୁର ଓ ଜଗତସିଂହପୁରର ବାଲିକୁଦା ବ୍ଲକ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ.ଓ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହ ଫସଲ ପରିସ୍ଥିତି ସମ୍ପର୍କ ରେ ଆଲୋଚନା କରିବେ ।
ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲହାନି ଘଟିବା ଫଳରେ ରାଜ୍ୟରେ ଗତ ଚାରି ଦିନରେ ପାଞ୍ଚ ଜଣ କୃଷକଙ୍କ ଅସ୍ୱାଭାବିକ ମୃତୁ୍ୟ ଘଟିଛି । ରାଜ୍ୟରେ କୃଷକ ମାନଙ୍କ ସମସ୍ୟା ଗମ୍ଭୀର ହୋଇଥିବା ବେଳେ ରାଜ୍ୟ ସରକାର କୃଷକଙ୍କ ସମସ୍ୟା ପ୍ରତି ଉଦାସୀନ ରହିଛନ୍ତି ବୋଲି ବିଜୁ ଜନତା ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି ।
ଡଃ ମହାନ୍ତି କହିଛନ୍ତି, ରାଜ୍ୟରେ ଧାନ ବିକ୍ରି କ୍ଷେତ୍ରରେ ମଣ୍ଡିରେ ବିଭିନ୍ନ ଅବ୍ୟବସ୍ଥା ଓ ଗ୍ରେନ ଆନାଲାଇଜର ମାଧ୍ୟମରେ କଟନୀ ଛଟନୀ ଚାଲୁ ରହିଛି । ଏହି ଅବ୍ୟବସ୍ଥା ଯୋଗୁଁ କୃଷକ ମାନେ ସମସ୍ୟାରେ ଥିଲାବେଳେ ରାଜ୍ୟରେ ଲଗାଣ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲହାନି ଘଟିଛି, ଯାହା ରାଜ୍ୟର କୃଷକ ମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ବ୍ୟାପକ କ୍ଷତି ସହି ନପାରି ଗତ ଚାରି ଦିନରେ ପାଞ୍ଚ ଜଣ ଚାଷୀଙ୍କ ଅସ୍ୱାଭାବିକ ମୃତୁ୍ୟ ଘଟିଛି । ଏଭଳି ଘଟଣା ଓଡିଶା ଇତିହାସରେ ବିରଳ ଘଟଣା ହୋଇଥିଲା ବେଳେ ରାଜ୍ୟ ସରକାର କୃଷକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି । କୃଷକଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ, କେବଳ କିଛି ମନ୍ତବ୍ୟରେ ସୀମିତ ରହିଛି । ଚାଷୀ ମାନଙ୍କ ହୋଇଥିବା କ୍ଷୟକ୍ଷତିର ଯୁଦ୍ଧକାଳୀନ ଭିତ୍ତିରେ ଆକଳନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଡଃ ମହାନ୍ତି କହିଛନ୍ତି ।