Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପ୍ରତି ନିର୍ବାଚନ ମଣ୍ଡଳୀକୁ ଯିବେ ନବୀନ ପଟ୍ଟନାୟକ,ଲୋକଙ୍କ ସହ ସିଧା ସଳଖ ମିଶିବେ
FMNEWS.IN
01-01-2025
(FMNews):-ପ୍ରତି ନିର୍ବାଚନ ମଣ୍ଡଳୀକୁ ଯିବେ ନବୀନ ପଟ୍ଟନାୟକ,ଲୋକଙ୍କ ସହ ସିଧା ସଳଖ ମିଶିବେ । ସବୁ ଦଳରେ ମନ ମାଳିନ୍ୟ ଅଛି,ସେ କଥା ଦଳର ମୂରବୀ ନିଷ୍ପତି ନେଇ ସମାଧାନ କରିବେ । ଏନେଇ ସୂଚନା ଦେଇଛନ୍ତି ବିଜେଡ଼ି ସାଧାରଣ ସମ୍ପାଦକ ଉମାକାନ୍ତ ସାମନ୍ତରାୟ । ବିଜେପି ବିଜେଡ଼ି କଂଗ୍ରେସ ସବୁ ଦଳରେ ମନା ମାଳିନ୍ୟ ରହିବ,କିନ୍ତୁ କେଉଁ ଦଳ ନିଜକୁ ସଂଗଠିତ କରି ଆଗକୁ ଯିବ ତାହା ଗୁରୁତ୍ବପୁର୍ଣ ।ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ପାଖକୁ ଯାଉଛନ୍ତି,ହଜାର ହଜାର ଲୋକ ଆସି ନବୀନ ବାବୁଙ୍କୁ ଦୁଃଖ ଜଣାଉଛନ୍ତି,ନବୀନ ବାବୁ ମଧ୍ୟ ପ୍ରତିଶ୍ରୁତି ଦେଉଛନ୍ତି,ତାଙ୍କ କଥା ବୁଝିବେ ବୋଲି କହିଛନ୍ତି । ସବୁ ଜିନିଷ ଦର ବଢ଼ି ବଢ଼ି ଚାଲିଛି । ବିଜେପି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ପାଳନ କରୁନାହାନ୍ତି ବୋଲି କହି ବିଜେପିକୁ ଟାର୍ଗେଟ କରିଛନ୍ତି ଉମାକାନ୍ତ ସାମନ୍ତରାୟ ।