Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ପ୍ରତି ନିର୍ବାଚନ ମଣ୍ଡଳୀକୁ ଯିବେ ନବୀନ ପଟ୍ଟନାୟକ,ଲୋକଙ୍କ ସହ ସିଧା ସଳଖ ମିଶିବେ
FMNEWS.IN
01-01-2025
(FMNews):-ପ୍ରତି ନିର୍ବାଚନ ମଣ୍ଡଳୀକୁ ଯିବେ ନବୀନ ପଟ୍ଟନାୟକ,ଲୋକଙ୍କ ସହ ସିଧା ସଳଖ ମିଶିବେ । ସବୁ ଦଳରେ ମନ ମାଳିନ୍ୟ ଅଛି,ସେ କଥା ଦଳର ମୂରବୀ ନିଷ୍ପତି ନେଇ ସମାଧାନ କରିବେ । ଏନେଇ ସୂଚନା ଦେଇଛନ୍ତି ବିଜେଡ଼ି ସାଧାରଣ ସମ୍ପାଦକ ଉମାକାନ୍ତ ସାମନ୍ତରାୟ । ବିଜେପି ବିଜେଡ଼ି କଂଗ୍ରେସ ସବୁ ଦଳରେ ମନା ମାଳିନ୍ୟ ରହିବ,କିନ୍ତୁ କେଉଁ ଦଳ ନିଜକୁ ସଂଗଠିତ କରି ଆଗକୁ ଯିବ ତାହା ଗୁରୁତ୍ବପୁର୍ଣ ।ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ପାଖକୁ ଯାଉଛନ୍ତି,ହଜାର ହଜାର ଲୋକ ଆସି ନବୀନ ବାବୁଙ୍କୁ ଦୁଃଖ ଜଣାଉଛନ୍ତି,ନବୀନ ବାବୁ ମଧ୍ୟ ପ୍ରତିଶ୍ରୁତି ଦେଉଛନ୍ତି,ତାଙ୍କ କଥା ବୁଝିବେ ବୋଲି କହିଛନ୍ତି । ସବୁ ଜିନିଷ ଦର ବଢ଼ି ବଢ଼ି ଚାଲିଛି । ବିଜେପି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ପାଳନ କରୁନାହାନ୍ତି ବୋଲି କହି ବିଜେପିକୁ ଟାର୍ଗେଟ କରିଛନ୍ତି ଉମାକାନ୍ତ ସାମନ୍ତରାୟ ।