- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ନବୀନ ପଟ୍ଟନାୟକ ପୁରୀ,ଜଗତସିଂହପୁର,କେନ୍ଦ୍ରାପଡ଼ା ଓ କଟକ ଗସ୍ତ କରି ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷ ଅବସ୍ଥା ବୁଲି ଦେଖିଲେ
(FMNews):- ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଆଜି ଦିନିକିଆ ପୁରୀ ଜଗତସିଂହପୁର କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ଗସ୍ତ ରେ ଯାଇ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀ ର ସତ୍ୟବାଦୀ,କଟକ ର ସାଲେପୁର ଜଗତସିଂହପୁର ର ବାଲିକୁଦା ଓ କେନ୍ଦ୍ରାପଡ଼ା ର ପଟ୍ଟାମୁଣ୍ଡାଇ , ଅଂଚଳ ରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ ଏହି ସମୟରେ ହଜାର ହଜାର ଚାଷୀ ,ମହିଳା ଶ୍ରୀ ପଟନାୟକଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ.ସେମାନେ ଅଭିଯୋଗ କରିଥିଲେ ଯେ ବର୍ଷା ସମ୍ପର୍କରେ ସରକାର ଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରା ଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତାଓ ପ୍ରତିଦିନ ଚାଷୀ ପ୍ରାଣ ହରାଉନଥାନ୍ତେ ବୋଲି ଚାଷୀ ମାନେ କ୍ଷୋଭ ପ୍ରକାଶ କରିଥିଲେ. ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାର ଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀ ମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ. ।
ଶ୍ରୀ ପଟନାୟକ ଚାଷୀ ମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସ ସେ ସବୁବେଳେ ଚାଷୀ ଭାଇ ଭଉଣୀ ଙ୍କ ସହ ଅଛନ୍ତି ଓ ସେମାନଙ୍କ ହକ ପାଇଁ ଲଢେଇ କରିବେ. ଶ୍ରୀ ପଟନାୟକ କହିଥିଲେ ଚାଷୀଙ୍କ ଦୁଃଖ ବୁଝିବାରେ ରାଜ୍ୟ ସରକାର ବିଫଳ. ଅଦିନିଆ ବର୍ଷା ରେ ପ୍ରତିଦିନ ରାଜ୍ୟରେ ଚାଷୀ ପ୍ରାଣ ହରାଉଥିବା ଦୁଃଖ ର କଥା .ରାଜ୍ୟ ସରକାର ଙ୍କ ଉପରେ ଚାଷୀ କୁଳ ର ଆଉ ଭରସା ନାହିଁ. ତୁରନ୍ତ ଚାଷୀ ଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ଶ୍ରୀ ପଟନାୟକ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଜଣାଇଛନ୍ତି।
ସେ ସବୁବେଳେ ଚାଷୀ ମାନଙ୍କ ସହ ଅଛନ୍ତି ବୋଲି ବୋଲି ଆଶ୍ୱାସନା ଦେଇଥିଲେ ।
ଏହି ଗସ୍ତ ଅବସରରେ ଗତକାଲି ପ୍ରାଣ ହରାଇଥିବା ବାଲିକୁଦା ସାରଣ ଗାଁ ର ଯୁବ ଚାଷୀ କୃତିବାସ ସ୍ୱାଇଁ ଙ୍କ ପରିବାର କୁ ଭେଟି ଶ୍ରୀ ପଟନାୟକ ସାନ୍ତ୍ୱନା ଜଣାଇଥିଲେ ।