- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନବୀନଙ୍କ 24 ବର୍ଷର ଶାସନ ଦାୟୀ- ବିଜେପି
ଭୁବନେଶ୍ୱର, 14 ଜାନୁଆରି:- ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନବୀନଙ୍କ 24 ବର୍ଷର ଶାସନ ଦାୟୀ ବୋଲି କହିଛି ବିଜେପି । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡି ଯେଉଁ ପ୍ରଶ୍ନ ପଚାରୁଛି ଓଡିଶା ବାସୀଙ୍କୁ ଲଣ୍ଠନ ଦେଖାଉଛି, ଏଥିପାଇଁ ନବୀନଙ୍କ 24 ବର୍ଷର ଶାସନ ଦାୟୀ ବୋଲି ବିଜେପି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି । ତାଙ୍କ ସମୟରେ ପ୍ରତିଦିନ ହତ୍ୟା ଓ ଦୁଷ୍କର୍ମ ହେଉଥିଲା । ଏଭଳି ଦାନ ନବୀନ ଓଡିଶାକୁ ଦେଇକି ଯାଇଛନ୍ତି । 24 ବର୍ଷର ସରକାର 7 ମାସର ସରକାରକୁ ପ୍ରଶ୍ନ ପଚାରୁଛି । ନଈ ନଦେଖୁଣୁ ଲଙ୍ଗଳା କାହିଁ ହେଉଛନ୍ତି । ବିଜେଡି ସରକାରୀ ଚାକିରିଆଙ୍କୁ କେମିତି ବ୍ୟବହାର କରିଛି ତାହା ସମସ୍ତଙ୍କୁ ଜଣା । ସରକାରୀ ଚାକିରିଆଙ୍କ ପାଖରେ କାମ କରୁଥିଲେ ବିଜେଡି ସରକାର ଏବଂ ଲୋକ ପ୍ରତିନିଧି । ବିଜେଡ଼ି ବ୍ୟବହାର ଶିକ୍ଷା ନଦେଉ ବୋଲି ସେ କହିଛନ୍ତି । ପାର୍ଟି ଅଫିସରେ ସେମାନଙ୍କର ନେତା କିଏ କାହାକୁ କେମିତି ବ୍ୟବହାର କରୁଛନ୍ତି ସେଇଟା ଦେଖନ୍ତୁ ।
କେନ୍ଦ୍ରମନ୍ତ୍ରୀଙ୍କ ସହ ଅପରାଧୀଙ୍କ ଫୋଟୋ କଥା କହୁଛନ୍ତି । ହେଲେ 307 ରେ ବିଜେଡିର ବହୁ ନେତା ଅଛନ୍ତି । ତାଙ୍କ ସହ ନବୀନ କେମିତି ବୁଲୁଛନ୍ତି । ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ନବୀନ ନିବାସ ଫୋଟୋ ସମ୍ପର୍କରେ ବିଜେଡି ସ୍ପଷ୍ଟୀକରଣ ରଖୁ । ବିଜେଡି ବଂଚିବା ପାଇଁ ପ୍ରତିଦିନ ନୂଆ ନୂଆ ପ୍ରସଙ୍ଗ ତିଆରି କରୁଛି ବୋଲି କହି ବର୍ଷିଛନ୍ତି ମନୋଜ ମହାପାତ୍ର ।