BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ନବୀନ ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷ ଜମି ଦେଖିଲେ, ଚାଷୀଙ୍କ ଦୁଃଖ ଶୁଣିଲେ

FMNEWS.IN 30-12-2024
Naveen visits his constituency, sees farmlands damaged by unseasonal rains, hears farmers' grievances

(FMNews)- ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟାହ୍ନରେ ହେଲିକେପ୍ଟର ଯୋଗେ ଯାଇ ଶେରଗଡ ହାଇସ୍କୁଲର ଖେଳପଡିଆରେ ଓହ୍ଲାଇ ଥିଲେ । ତାଙ୍କର ପ୍ରିୟନେତାଙ୍କୁ ଉତ୍କଣ୍ଠାରେ ଅପେକ୍ଷା କରିଥିବା ହଜାର ହଜାର ଚାଷୀ ଓ ନେତୃସ୍ଥାନୀୟ ବ୍ଯକ୍ତିମାନେ ପୁଲିସ୍ କର୍ଡନକୁ ନମାନି ହେଲିକେପ୍ଟର ଆଡକୁ ମାଡିଯାଇ ନବୀନଙ୍କୁ ଦର୍ଶନ କରି ବିପୁଳ ସ୍ୱାଗତ କରିଥିଲେ । ଏହାପରେ ଜନଗହଳି ମଧ୍ୟରେ ନବୀନ ବାବୁ ଶେରଗଡ ଚାରିଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ତାକରଡା ଚାଷ ଜମି ଗୁଡିକୁ ଯାଇ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଫସଲ ଦେଖିବାସହ ହଜାର ହଜାର ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ପଚାରି ବୁଝିଥିଲେ। ତାଙ୍କ ପାଖରେ ଉପସ୍ଥିତ ଥିବା ଶେରଗଡ ତହସିଲଦାର ତ୍ରିଦେବ ରଥ ଓ ଭଂଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କୁ ନବୀନ ବାବୁ ଫସଲ କ୍ଷୟକ୍ଷତି ସଂପର୍କରେ ସଠିକ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଗୋବିନ୍ଦପୁର ଗ୍ରାମରେ ମଧ୍ଧ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରି, ନବୀନ ବାବୁ ଲୋକଙ୍କ ଦୁଃଖ ହରଣ ପାଇଁ ଏ ଅଂଚଳକୁ ପୁଣି ଗସ୍ତ କରିବେ ବୋଲି ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ । ନବୀନଙ୍କ ଏହି ଗସ୍ତ ସମୟରେ ବ୍ଲକ ଚେୟାରମ୍ୟାନ୍ କୃଷ୍ଣ ଚନ୍ଦ୍ର ନାୟକ, ବିଡିଓ ଶିବାଶିଷ ବରାଳ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ପ୍ରଣବ କିଶୋର ଦାସ, ଶ୍ରୀକାନ୍ତ ସାହୁ, ପୂର୍ବତନଏମପିଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ଉଦୟନାଥ ନାୟକ, ମେୟର ସଂଘମିତ୍ରା ଦଳାଇ, ସୁବାଷ ମହାରଣା, ସନ୍ତୋଷ କୁମାର ପଟ୍ଟନାୟକ, ମେଘନାଦ ଦାସ, ଶରତ ଚନ୍ଦ୍ର ପାତ୍ର, ସମୀର ପ୍ରଧାନ, ଦେବାନଂଦ ମହାପାତ୍ର ପ୍ରମୁଖ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ଏହିଅବସରରେ ନବୀନ ବାବୁ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନର ଉତର ମଧ୍ୟ ଦେଇଥିଲେ । ଏହାପରେ ନବୀନବାବୁ ହିଞ୍ଜିଳିକାଟୁ, ଆସିକା, କବିସୂର୍ଯ୍ଯ ନଗର, ଖଲିକୋଟ ଅଂଚଳ ଗସ୍ତ କରି କ୍ଷୟକ୍ଷତି ହୋଇଥିବା ଚାଷଜମି ଦେଖିବା ସହ ଚାଷୀ ମାନଙ୍କୁ ସମବେଦନା ଜ୍ଞାପନ କରିଥିବା ଜଣାପଡିଛି । ନବୀନଙ୍କ ଗସ୍ତକୁ ନେଇ ଗଞାମ ଜିଲାରେ ବିଜେଡି କର୍ମୀ ଓ ଜନସାଧାରଣଙ୍କ ମନରେ ପ୍ରବଳ ଆନନ୍ଦ ଓ ଉତ୍ସାହ ସୃଷ୍ଟି ହୋଇଛି ।