- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କର୍ମୀଙ୍କ ମନରେ ଯାହା ଅଛି ନବୀନ ଯବନିକା ପକେଇବେ
ଭୁବନେଶ୍ୱର, 12 ଏପ୍ରିଲ୍ - ଦଳର ଆଭ୍ୟନ୍ତରଣ କଥା ବରିଷ୍ଠ ସଦସ୍ୟଙ୍କ କ୍ଷୋଭକୁ ନେଇ ମୁଁ କିଛି କହିବାକୁ ଚାହୁଁନି ବୋଲି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । ସେ କହିଛନ୍ତି ଯେ, ଏତିକି କହିବି ଗୋଟେ ଅଭାବନୀୟ ଘଟଣା ଘଟିଛି ଦଳରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରାଯାଇଛି । ତାର ତର୍ଜମା ଚାଲିଛି | ଆମ ବିଷୟରେ ନବୀନଙ୍କୁ ଭୁଲ ଚିତ୍ରଣ କରାଯାଉଥିବ ଯେଉଁଥିପାଇଁ ଏମିତି ସବୁ କଥା କୁହାଯାଉଛି । ଆଗାମୀ ଦିନରେ ସେମିତି କିଛି କାର୍ଯ୍ୟକ୍ରମ ହେବାକୁ ଯାଉଛି ବରିଷ୍ଠଙ୍କୁ ଭଲ ଲାଗିବ | ଆଜି ଯାହା ଆଖିକୁ କଷ୍ଟ ଲାଗୁଛି ସୂର୍ଯ୍ୟୋଦୟ ପରେ ଭଲ ଲାଗିବ । କର୍ମୀଙ୍କ ମନରେ ଯାହା ଅଛି ନବୀନ ଯବନିକା ପକେଇବେ | ସଭାପତି ବରିଷ୍ଠଙ୍କୁ ସାଙ୍ଗରେ ନେଇ ବାହାରିବେ | ସବୁ କ୍ଲିୟର ହେବ | ନବୀନଙ୍କୁ କିଏ କ୍ଷତି ପହଁଚାଇବ ଆମେ ବାହାରିବୁ | ସବୁ ଦେଖୁଛନ୍ତି ଏ ସବୁ ଜିନିଷ ଦୁଃଖଦାୟକ | ବରିଷ୍ଠ ନେତାମାନେ ଯଦି କହୁଛନ୍ତି ହୋଇପାରେ ଆଗାମୀ ଦିନରେ ପାଣ୍ଡିଆନ ଆଗକୁ ଆସି କହିପାରନ୍ତି | ଅନେକ କିଛି ଘଟିପାରେ | ନବୀନ ଆମ ନେତା, ଏ ପାଟିରୁ ନବୀନଙ୍କ ଗୁଣ ଗାନ ହିଁ ବାହାରିବ ଆଉ କାହାର ନୁହେଁ | ଭିନ୍ନ ଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ଆଚରଣ ବାହାରିବ | ପରିସ୍ଥିତି ବଦଳିଛି ଆଗକୁ ଭଲ ହେବ ବୋଲି ସମ୍ବିତ ରାଉତରାୟ କହିଛନ୍ତି |